ETV Bharat / state

ଆଗାମୀ ନିର୍ବାଚନ ପାଇଁ ଯୁବ ବିଜେଡିର କସରତ ଆରମ୍ଭ - ରଣପୁର ବିଜେଡି

ରଣପୁର ନିର୍ବାଚନ ମଣ୍ଡଳୀରେ ବିଜୁ ଯୁବ ଜନତା ଦଳ ତରଫରୁ ସମୀକ୍ଷା ବୈଠକ ଅନୁଷ୍ଠିତ । ଗତ ପଞ୍ଚାୟତ ନିର୍ବାଚନରେ ଆଶାନୁରୂପ ସଫଳତା ମିଳି ନଥିବାରୁ ଆଗାମୀ ନିର୍ବାଚନ ପାଇଁ ସଙ୍ଗଠନ ସୁଦୃଢ଼ କରିବ ଦଳ । ନବନିର୍ବାଚିତ ପ୍ରତିନିଧି ମାନଙ୍କୁ ସମ୍ବର୍ଦ୍ଧନା ଦେବାପାଇଁ ଏକାଠି ହେଲେ ବହୁ ବରିଷ୍ଠ ନେତା । ଅଧିକ ପଢ଼ନ୍ତୁ

ଆଗାମୀ ନିର୍ବାଚନ ପାଇଁ ଯୁବ ବିଜେଡିର କସରତ ଆରମ୍ଭ

author img

By

Published : Jun 13, 2022, 8:27 PM IST

ନୟାଗଡ଼: ରଣପୁର ନିର୍ବାଚନ ମଣ୍ଡଳୀରେ ବିଜୁ ଯୁବ ଜନତା ଦଳ ତରଫରୁ ସମୀକ୍ଷା ବୈଠକ ଅନୁଷ୍ଠିତ । ଗୋପାଳପୁର ଜୋନର କାର୍ଯ୍ୟକର୍ତ୍ତା ଓ ଜନ ପ୍ରତିନିଧିମାନଙ୍କୁ ନେଇ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଗତ ପଞ୍ଚାୟତ ନିର୍ବାଚନରେ ଆଶାନୁରୂପ ସଫଳତା ମିଳି ନଥିବାରୁ ଆଗାମୀ ନିର୍ବାଚନ ପାଇଁ ସଙ୍ଗଠନ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଅନେକ ନେତା ଓ କର୍ମୀ ଏକତ୍ରୀତ ।

ରଣପୁର ବ୍ଲକ ଅଧ୍ୟକ୍ଷ ପଦ ବିଜେପି ହାତକୁ ଚାଲିଯିବା ପରେ ଦଳକୁ କେବଳ ଉପାଧ୍ୟକ୍ଷ ସିଟରେ ସନ୍ତୁଷ୍ଟ ହେବାକୁ ପଡିଛି । ତେଣୁ ଆଗାମୀ ଦିନରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଦଳର ନିର୍ଦ୍ଦେଶ କ୍ରମେ ବିଜୁ ଯୁବ ଜନତା ଦଳ ପକ୍ଷରୁ ଆଗୁଆ ସାଙ୍ଗଠନିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏଥିରେ ନବନିର୍ବାଚିତ ପ୍ରତିନିଧି ମାନଙ୍କୁ ମାନପତ୍ର ସହିତ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ରଣପୁର ନିର୍ବାଚନ ମଣ୍ଡଳୀର ବିଜୁ ଯୁବ ଜନତା ଦଳର ସଭାପତି ରାଜୀବ ଲୋଚନ ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକକୁ ଦଳର ଗୋପାଳପୁର ଜୋନ ସଭାପତି ଅକ୍ଷୟ କୁମାର ପ୍ରଧାନ ପରିଚାଳନା କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରଣପୁର ବ୍ଲକ ଉପାଧ୍ୟକ୍ଷ ପ୍ରଭାତ ଦଳବେହେରା ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଆତ୍ମା ସଂଗଠନର ଅଧ୍ୟକ୍ଷା ନର୍ମଦା ରାୟ ଯୋଗ ଦେଇଥିଲେ । ତେବେ ବୈଠକରେ ଦଳର ବ୍ଲକ ସଭାପତି ପାଣ୍ଡବ ସେଠୀ, ବ୍ଲକ ଯୁବ ବିଜେଡି ସଭାପତି ରଶ୍ମି ରଞ୍ଜନ ସାହୁ, ଉପସଭାପତି ପ୍ରଭାତ ପ୍ରଧାନ ଓ ଗୋପାଳପୁର ଜୋନ ବିଜେଡି ସଭାପତି ସଂଗ୍ରାମ କେଶରୀ ମାର୍ଥାଙ୍କ ସମେତ ବହୁ ବରିଷ୍ଠ ନେତା ଯୋଗ ଦେଇଥିଲେ । ରଣପୁରରେ ଦଳକୁ ଆହୁରି ମଜବୁତ କରିବା ପାଇଁ ଯୁବ ବିଜେଡି ରଣପୁର ବ୍ଲକ ସାଧାରଣ ସମ୍ପାଦକ ଭବେ ଆକାଶ ପାଣି ଓ ଅଜୟ କୁମାର ମତ୍ତଗଜସିଂହ ଏବଂ ହଁସରା ପଞ୍ଚାୟତ ସଭାପତି ଭାବେ ଚିରଞ୍ଜୀବ ପ୍ରଧାନଙ୍କୁ ନିଯୁକ୍ତି ଦିଆଯାଇଛି ।

ଇଟିଭି ଭାରତ, ନୟାଗଡ଼

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.