ETV Bharat / state

ବେଆଇନ ଚାକିରୀ ଦେବା ପଡିଲା ମହଙ୍ଗା, ତତ୍କାଳୀନ ସିଡ଼ିଏମଓଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ - ନୟାଗଡ ବେଆଇନ ଚାକିରୀ ଦେବା ପଡିଲା ମହଙ୍ଗା

ତତ୍କାଳୀନ ନୟାଗଡ଼ ସିଡ଼ିଏମଓଙ୍କ ବିରୁଦ୍ଧରେ କାର୍ଯାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଲେ ଲୋକାୟୁକ୍ତ । ଅଧିକ ପଢନ୍ତୁ...

ତତ୍କାଳୀନ ସିଡ଼ିଏମଓଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

author img

By

Published : Jul 19, 2021, 2:02 PM IST

ନୟାଗଡ଼: ବେଆଇନ ଚାକିରୀ ଦେବା ପଡିଲା ମହଙ୍ଗା । ତତ୍କାଳୀନ ନୟାଗଡ଼ ସିଡ଼ିଏମଓଙ୍କ କାର୍ଯାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଲେ ଲୋକାୟୁକ୍ତ । 2013 ମସିହାରେ ସ୍ବାସ୍ଥ୍ୟକର୍ମୀ ଚାକିରୀ ପାଇଁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ବିଜ୍ଞାପନ ଆହ୍ବାନ କରାଯାଇଥିଲା । ସେ ସମୟର CDMO ହାଡ଼ିବନ୍ଧୁ ରାଉତରାୟ କିଛି ଟଙ୍କା ଲାଞ୍ଚ ନେଇ ଚାକିରୀ ଦେଇଥିଲେ ।

ତତ୍କାଳୀନ ସିଡ଼ିଏମଓଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ଅଭିଯୋଗ ମୁତାବକ, ବୟସ ନଥିବା ପିଲା ଓ ଯୋଗ୍ୟତା ନଥିବା ପିଲାଙ୍କୁ ଚାକିରୀ ଦିଆଗଲା । ଅଯୋଗ୍ୟ ପିଲା ଚାକିରୀ ପାଇଥିବା ଖବର ଆସିବା ପରେ ସୂଚନା ଆଇନ ବଳରେ ତଥ୍ୟ ମଗାଗଲା । ଗୁପ୍ତ ଭାବରେ କିଛି ତଥ୍ୟ ମିଳିବାରୁ ସୂଚନା ଅଧିକାର କର୍ମୀ କୁଞ୍ଜ ବିହାରୀ ପାତ୍ର ଲୋକାୟୁକ୍ତରେ ମାମଲା ରୁଜୁ କରିଥିଲେ । CDMOଙ୍କୁ ସମସ୍ତ ତଥ୍ୟ ପାଇଁ ନୋଟିସ ହୋଇଥିଲା । ପରେ CDMO ସମସ୍ତ ତଥ୍ୟ ଦେଇଥିଲେ । ଗତ 15 ତାରିଖରେ ଲୋକାୟୁକ୍ତ ମାମଲାର ବିଚାର କରି ସଂଜୀବ ପଣ୍ଡା ନାମକ କର୍ମଚାରୀଙ୍କ ବିରୋଧରେ ଏବଂ ତତ୍କାଳୀନ CDMOଙ୍କ ବିରୋଧରେ କାର୍ଯାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.