ନୟାଗଡ : ଓଡଗାଁ ଆଦର୍ଶ ଥାନା ଆଇଆଇସିଙ୍କ ଦାଦାଗିରି l ଶରଣକୁଳ ଥାନାରେ ହେଲା ଲିଖିତ ଅଭିଯୋଗ l ଓଡଗାଁ ଆଦର୍ଶ ଥାନାର ଆଇଆଇସି ପୂର୍ଣ୍ଣଚନ୍ଦ୍ର ପଟ୍ଟାୟତ କୌଣସି କାରଣ ପାଇଁ ନୟାଗଡ ଆସୁଥିଲେ l ଶରଣକୁଳରେ ଥିବା ନାରାୟଣୀ ହାଇସ୍କୁଲ ନିକଟରେ ସୂର୍ଯ୍ୟକାନ୍ତ ମହାପାତ୍ର ଫୋନରେ କଥା ହେଉଥିଲେ l ଫୋନରେ କାହିଁକି କଥା ହେଉଥିବାକୁ ନେଇ ତାଙ୍କ ଫୋନକୁ ଛଡାଇ ଆଣି ଶରଣକୁଳ ଥାନାକୁ ଆଣିଥିଲେ l ଅଭିଯୋଗ କ୍ରମେ ଥାନା ପରିସର ମଧ୍ୟରେ ସୂର୍ଯ୍ୟକାନ୍ତକୁ ଆଇଆଇସି ମାଡ଼ ମାରିଥିଲେ l
ବେକରେ ମାଡ଼ ଦାଗ ସହ ଆଞ୍ଚୁଡି ହେବା ଦାଗ ରହିଛି l ଆଇଆଇସି ମାଡ଼ ମାରିବା ସାଙ୍ଗକୁ ମୋବାଇଲକୁ ଥାନାରେ ରଖିଦେଇଥିଲେ l ପାଞ୍ଚ ହଜାର ଟଙ୍କା ଦେଲେ ମୋବାଇଲ ଦେବାକୁ କହିକି ଯାଇଥିଲେ l ଏନେଇ ସ୍ଥାନୀୟ ବାସିନ୍ଦା ଏକତ୍ରିତ ହୋଇ ଶରଣକୁଳ ଥାନା ଘେରାଉ କରିଥିଲେ l ପୋଲିସ ବୁଝାଇବା ପରେ ଲୋକମାନେ ଉଠିଥିଲେ l
ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ