ନୟାଗଡ଼: ଜିଲ୍ଲାରେ ପୁଣି ଅଲୋଡ଼ା ହେଲା ନବଜାତ ଶିଶୁ କନ୍ୟା । ନୟାଗଡ଼ ଚାଇଲ୍ଡଲାଇନ୍ ଦ୍ୱାରା ଏକ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । ଚାଇଲ୍ଡ ଲାଇନକୁ ଖବର ମିଳିବା ପରେ ଆଜି(ବୁଧବାର) ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି ।
ଏହା ମଧ୍ୟ ପଢନ୍ତୁ: Congress new President: ଖାଡଗେଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ସୂଚନା ଅନୁସାରେ, କୌଣସି ଏକ ବ୍ୟକ୍ତି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ମହୀପୁର ଅଞ୍ଚଳରୁ ଏକ ବିଲ ଭିତରୁ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରିଥିଲେ । ଏହାପରେ ସେ ନବଜାତ ଶିଶୁ କନ୍ୟାକୁ ମହୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ଭଲ ନ ଥିବାରୁ ତାକୁ ତୁରନ୍ତ ନୟାଗଡ଼ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇ ଚିକିତ୍ସା ଦିଆଯାଉଥିଲା । ପରେ ସ୍ୱାସ୍ଥ୍ୟବସ୍ଥା ଅଧିକ ଗୁରୁତର ହେବାରୁ ନୟାଗଡ଼ରୁ ଭୁବନେଶ୍ୱରକୁ ନିଆଯାଇଥିଲା । ଏହା ପରେ ଚାଇଲ୍ଡ ଲାଇନ ନବଜାତ ଶିଶୁକୁ ଉଦ୍ଧାର କରି ନୟାଗଡ଼ ମେଡିକାଲରେ ଭର୍ତ୍ତି କରିଥିଲା । ଅସୁସ୍ଥ ଶିଶୁକନ୍ୟାଟି ସୁସ୍ଥ ହେବା ପରେ ଚାଇଲ୍ଡଲାଇନ୍ ନିଜ ହେପାଜତକୁ ନେବ ବୋଲି ସୂଚନା ମିଳିଛି ।
ତେବେ ନୟାଗଡ଼ କନ୍ୟାଭୃଣ ହତ୍ୟା ପାଇଁ ସାରା ରାଜ୍ୟରେ ନିନ୍ଦିତ ହୋଇଛି । ଏପରିକି ଅନେକ ଭୃଣ ହତ୍ୟା ଘଟଣା ସାମ୍ନାକୁ ଆସିଛି । ଯାହା ନୟାଗଡ଼କୁ ନିନ୍ଦିତ କରିଛି । ତେବେ ଏପରି ଘଟଣା ବାରମ୍ବାର ଘଟୁଥିବା ବେଳେ ପୁଣି ଶିଶୁ କନ୍ୟା ଅଲୋଡ଼ା ହେବା ଘଟଣା ଚର୍ଚ୍ଚାକୁ ଆସିଛି ।
ଇଟିଭି ଭାରତ, ନୟାଗଡ