ETV Bharat / state

20 ବର୍ଷ ଧରି ଫୁଲ ଚାଷ କରି ପାଉଛନ୍ତି ପ୍ରଫିଟ, ଫୋନ୍ କରି ବୁଝନ୍ତି ଚାଷ ପ୍ରଣାଳୀ - ଫୁଲର ସମ୍ଭାରରେ ସଜେଇ ହୋଇଛି ବଗିଚା

ଗେଣ୍ଡୁ ଫୁଲ ଚାଷ କରି ସଫଳ ହେବା ସହ ଅନ୍ୟ ପାଇଁ ଉଦାହରଣ ସାଜିଛନ୍ତି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ବଜ୍ରକୋଟ ଗାଁ 61 ବର୍ଷିୟ ଅରୁଣ ରାଉତ । ଅଧିକ ପଢନ୍ତୁ...

ସଫଳ ଫୁଲ ଚାଷୀ ଅରୁଣ, ଫୁଲର ସମ୍ଭାରରେ ସଜେଇ ହୋଇଛି ବଗିଚା

author img

By

Published : Feb 4, 2021, 6:07 PM IST

Updated : Feb 4, 2021, 7:22 PM IST

ନୟାଗଡ଼: ଫୁଲ କାହାକୁ ବା ଆକୃଷ୍ଟ କରିନଥାଏ l ଯେକୌଣସି ଫୁଲ ପ୍ରକୃତିର ଏକ ନୈସର୍ଗିକ ଅବଦାନ । ସୌନ୍ଦର୍ଯ୍ୟ ଓ ସୁଗନ୍ଧିତ ପ୍ରତୀକ ଭାବରେ ସମସ୍ତଙ୍କ ମନପ୍ରାଣରେ ଭରିଦିଏ ଅପୂର୍ବ ଆନନ୍ଦ । କବିର କଳ୍ପନାରେ, ପ୍ରେମିକର ଭାବନାରେ, ସର୍ବଦା ଅଧିକାର କରିଥାଏ ଏକ ଉଚ୍ଚସ୍ଥାନ ।

ସୌନ୍ଦର୍ଯ୍ୟ ଓ ସୁଗନ୍ଧ ବିତରଣ କରୁଥିବା ଏହିପରି ଏକ ଫୁଲ ହେଉଛି ଗେଣ୍ଡୁ । ଆଉ ଆଜି ସେହି ଫୁଲର ମଣିଷ ହୋଇପାରିଛନ୍ତି ନୟାଗଡ଼ର ଅରୁଣ ରାଉତ l ଗେଣ୍ଡୁ ଚାଷ କରି ସଫଳ ହେବା ସହ ଅନ୍ୟ ପାଇଁ ସାଜିଛନ୍ତି ଉଦାହରଣ ।

ସଫଳ ଚାଷୀ ଅରୁଣ, ଫୁଲ ସମ୍ଭାରରେ ସଜେଇ ହୋଇଛି ବଗିଚା

ବୟସ ପ୍ରାୟ 61 ହେବ l ଘର ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ବଜ୍ରକୋଟ ଗାଁରେ l ପୂର୍ବେ, ପନି ପରିବା ଚାଷ କରୁଥିଲେ ଅରୁଣ l କିନ୍ତୁ ଆଶାନୁରୁପ ସଫଳତା ନ ମିଳିବାରୁ ଫୁଲ ଚାଷ ଆରମ୍ଭ କରିଥିଲେ l ଗେଣ୍ଡୁ ଫୁଲ ଚାଷ କରିବାରେ ତାଙ୍କର ପାଖାପାଖି 20 ବର୍ଷର ଅଭିଜ୍ଞତା l ରଣପୁରରୁ ନୟାଗଡ଼ ଯିବା ରାସ୍ତାରେ ଅସୁରକୁମାରୀ ଛକ ନିକଟରେ ରହିଛି ତାଙ୍କ ଫୁଲ ବଗିଚା । ପ୍ରତିଦିନ ଫୁଲ ତୋଳି ରାସ୍ତା କଡ଼ ଏବଂ ସ୍ଥାନୀୟ ବଜାରରେ ବିକ୍ରି କରି ବେଶ ଦୁଇ ପଇସା ଲାଭ ପାଇଥାନ୍ତି ସେ l

ଆଉ ଏହି ଚାଷ ହିଁ ତାଙ୍କୁ ଦେଇପାରିଛି ଏକ ସ୍ବତନ୍ତ୍ର ପରିଚୟ । ରଣପୁର ବ୍ଲକ କୃଷି କାର୍ଯ୍ୟାଳୟ ତରଫରୁ ସମସ୍ତ ସରକାରୀ ସହାୟତା ପାଇଥିବା କୁହନ୍ତି ଅରୁଣ l ସେହିପରି କୃଷି ସମ୍ପର୍କିତ କୌଣସି ପରାମର୍ଶ ପାଇବାକୁ ହେଲେ ଟୋଲ ଫ୍ରି ନମ୍ବରକୁ କଲ କରି ବୁଝିଥାନ୍ତି l ଅରୁଣଙ୍କ ସଫଳତାକୁ ଦେଖି ଗ୍ରାମର ଆଉ 2 ଜଣ ଉତ୍ସାହିତ ହୋଇ ଫୁଲ ଚାଷ ମଧ୍ୟ କରୁଛନ୍ତି l ଏହା ବାଦ ନୂଆ ଚାଷୀଙ୍କୁ ମଧ୍ୟ ସେ ଫୁଲ ଚାଷ ସମ୍ପର୍କରେ ଦେଇଥାନ୍ତି ପ୍ରେରଣା।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated : Feb 4, 2021, 7:22 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.