ETV Bharat / state

ନୟାଗଡ ନାବାଳିକା ହତ୍ୟା ମାମଲା, ପଦାରେ ପଡିଲା SIT ର ଅସଲ ମୁଖା - ପଦାରେ ପଡ଼ିଲା SIT ର ଅସଲ ମୁଖା

ନୟାଗଡ଼ର ବହୁଚର୍ଚ୍ଚିତ ନାବାଳିକା ହତ୍ୟାକାଣ୍ଡ ମାମଲାରେ ପୁଣି ପଦାରେ ପଡ଼ିଲା SIT ର ଅସଲ ମୁଖା l ଫୌଜଦାରୀ କାର୍ଯ୍ୟାବିଧି ସଂହିତାର 164ଧାରା ଅନୁଯାୟୀ SIT ଏ ଯାଏଁ କୋର୍ଟରେ ଅଭିଯୋଗକାରୀଙ୍କ ଜମାନ ବନ୍ଦୀ ରେକର୍ଡ କରିନାହିଁ । ଅଧିକ ପଢନ୍ତୁ...

ନୟାଗଡ଼ ନାବାଳିକା ହତ୍ୟା ମାମଲା, ପଦାରେ ପଡ଼ିଲା SIT ର ଅସଲ ମୁଖା

author img

By

Published : Mar 31, 2021, 4:16 PM IST

ନୟାଗଡ଼: କାହା ସ୍ୱାର୍ଥରେ SIT । ନୟାଗଡ଼ର ବହୁଚର୍ଚ୍ଚିତ ନାବାଳିକା ହତ୍ୟାକାଣ୍ଡ ମାମଲାରେ ପୁଣି ପଦାରେ ପଡ଼ିଲା SIT ର ଅସଲ ମୁଖା l ଫୌଜଦାରୀ କାର୍ଯ୍ୟାବିଧି ସଂହିତାର 164ଧାରା ଅନୁଯାୟୀ SIT ଏ ଯାଏଁ କୋର୍ଟରେ ଅଭିଯୋଗକାରୀଙ୍କ ଜମାନ ବନ୍ଦୀ ରେକର୍ଡ କରିନାହିଁ । ଅନ୍ୟପକ୍ଷେ ସିବିଆଇ ତଦନ୍ତକୁ ବିରୋଧ କରି ସୁପ୍ରିମକୋର୍ଟରେ ନାବାଳିକାର ମା’ଙ୍କ ରିଟ ଆବେଦନକୁ ଖାରଜ ପାଇଁ ନିବେଦନ କରିବା ପୁଣି ଥରେ SIT ର ଅସଲ ମୁଖାକୁ ପଦାରେ ପକାଇଛି l

ନୟାଗଡ଼ ନାବାଳିକା ହତ୍ୟା ମାମଲା, ପଦାରେ ପଡ଼ିଲା SIT ର ଅସଲ ମୁଖା

ଫୌଜଦାରୀ କାର୍ଯ୍ୟାବିଧି ସଂହିତାର 164 ଧାରାରେ ଜୁଡ଼ିସିଆଲ ମାଜିଷ୍ଟ୍ରେଙ୍କ ଦ୍ୱାରା ଅଭିଯୋଗକାରୀଙ୍କ ଜମାନ ବନ୍ଦୀ ଲିପିବଦ୍ଧ କରିବା ପାଇଁ ନିୟମ ରହିଛି । କିନ୍ତୁ ପୀଡିତା ଏତଲାକlରୀଙ୍କ 164 ଧାରାରେ ଜମାନବନ୍ଦୀ ଲିପିବଦ୍ଧ ନକରାଯାଇ ତରବରିଆ ଭାବେ ଏସଆଇଟି ପକ୍ଷରୁ କିଭଳି ମୁଦାଲା ବିରୁଦ୍ଧରେ ଅଭିଯୋଗ ଫର୍ଦ ଦାଖଲ କରାଗଲା ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି l ଅନ୍ୟପକ୍ଷେ ସିବିଆଇ ତଦନ୍ତ ନେଇ ନାବାଳିକାର ମାଆ ସୌଦାମିନୀ ସାହୁଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ କରାଯାଇଥିବା ଆବେଦନକୁ SIT ବିରୋଧ କରିଛି ।

ଏହାସହ ନାବାଳିକାର ମାଆଙ୍କ ଏହି ରିଟ ଆବେଦନକୁ ଖାରଜ କରିବା ପାଇଁ ସୁପ୍ରିମକୋର୍ଟରେ 90 ପୃଷ୍ଠାର ସତ୍ୟପାଠ ଦାଖଲ ଜରିଆରେ ନିବେଦନ କରିଛି ଏସଆଇଟି l ଯାହାକୁ ନେଇ SIT ଅଭିଯୋଗକାରୀଙ୍କୁ ନ୍ୟାୟ ଦେବା ପାଇଁ ତଦନ୍ତ କରୁଛି ନା କାହାକୁ ସୁରକ୍ଷା ଦେବl ପାଇଁ ଷଡଯନ୍ତ୍ର ରଚୁଛି ବୋଲି ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ଆଇନଜୀବୀ ରଣଜିତ ଦାଶ ଏବଂ ଚନ୍ଦ୍ରବିଜୟୀ ମିଶ୍ର l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.