ନୟାଗଡ: ଚର୍ଚ୍ଚିତ ନୟାଗଡ ନବାଳିକା ଦୁଷ୍କର୍ମ ଏବଂ ହତ୍ୟା ମାମଲାର ଅଭିଯୁକ୍ତକୁ ରିମାଣ୍ଡରେ ନେଇ ଅଧିକ ତଦନ୍ତ କରୁଛି ପୋଲିସ । ଗିରଫ ଅଭିଯୁକ୍ତକୁ 3 ଦିନିଆ ରିମାଣ୍ଡ ନେଇ ବାଣିଗୋଚ୍ଛା ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି।
ଚର୍ଚ୍ଚିତ ବେବି ଦୁଷ୍କର୍ମ ଏବଂ ହତ୍ୟା ମାମଲାର ଅଭିଯୁକ୍ତକୁ ଶୁକ୍ରବାର ଠାରୁ ରିମାଣ୍ଡରେ ନେଇଛି ବାଣିଗୋଚ୍ଛା ପୋଲିସ । ତେବେ 7 ଦିନିଆ ରିମାଣ୍ଡ ମାଗିଥିଲା ପୋଲିସ ମାତ୍ର ନୟାଗଡ଼ ପୋକ୍ସୋ କୋର୍ଟ 3 ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି l ଗତ 12 ତାରିଖ ଦିନ ବାଣୀଗୋଛା ଥାନା ନୂଆଗାଁ ପଞ୍ଚାୟତ ଧୁନ୍ଦୁଗାଡ଼ିଆ ଗାଁ ଦାଣ୍ଡରେ ଖେଳୁଥିବା ସମୟରୁ ନିଖୋଜ ଥିଲା 6 ବର୍ଷୀୟା ନାବାଳିକା ମାତ୍ର ପରେ କାଲି ଗାଁ ନିକଟରୁ ତାର ମୃତଦେହ ପାଇଥିଲା ପୋଲିସ l
ନୟାଗଡ଼ ଏସପି ସିଦ୍ଧାର୍ଥ କଟାରିୟା ସାମ୍ବାଦିକ ସମ୍ମିଳନୀ କରି ଏହାର ଖୁଲାସା କରିଥିଲେ l ତେବେ ଏହି ରିମାଣ୍ଡ ସମୟ ମଧ୍ୟରେ ପୋଲିସ ହତ୍ୟାର ପ୍ରକୃତ କାରଣ ଖୋଜିବା ସହ ପୁରା ଘଟଣାକୁ ତଦନ୍ତ ପରିସର କରିବ l
ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ