ନୟାଗଡ: 2008 ବହୁଚର୍ଚ୍ଚିତ ନୟାଗଡ଼ ମାଓ ଆକ୍ରମଣ ଘଟଣାର ହେବ ଶୁଣାଣି । ଏନେଇ ଆଜି ନୟାଗଡ କୋର୍ଟରେ ହାଜର ହେବେ ମାଓନେତା ଆଜାଦ ଓ ସବ୍ୟସାଚୀ ପଣ୍ଡା । ବ୍ରହ୍ମପୁର ଜେଲରୁ ମାଓନେତା ସବ୍ୟସାଚୀ ଓ ଝାରପଡା ଜେଲରୁ ଆଜାଦକୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଯୋଗେ ଅଣାଯିବା ସହ କୋର୍ଟରେ ହାଜର କରାଯିବ ।
ଏଥିପାଇଁ ନୟାଗଡ଼ ଜିଲ୍ଲା ପୋଲିସ ପକ୍ଷରୁ ଦୁଇଟି ସ୍କର୍ଟ ଟିମ ଗଠନ କରାଯାଇଛି ଏବଂ ସହର ମଧ୍ୟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଶୁଣାଣି ପରେ କୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ ଉପରେ ଏବେ ସଭିଙ୍କ ନଜର ମଧ୍ୟ ରହିଛି ।
ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ