ETV Bharat / state

ଅନ୍ୟ ଆଖିରେ ନିଜ ସ୍ବପ୍ନ ଦେଖୁଛନ୍ତି ଶ୍ରୀକାନ୍ତ, ଦେଉଛନ୍ତି ମାଗଣା ପ୍ରତିରକ୍ଷା ଟ୍ରେନିଂ - ନିଃଶୁଳ୍କ ଆର୍ମି ଟ୍ରେନିଂ

ଆର୍ଥିକ ଅସ୍ବଚ୍ଛଳତା କାରଣରୁ ନିଜ ସ୍ବପ୍ନ ଅଧାରେ ରହିଗଲା । ହେଲେ ଅନ୍ୟ କାହାର ସ୍ବପ୍ନ ଯେପରି ନ ଭାଙ୍ଗିବ, ସେ ନେଇ ଲାଗି ପଡିଛନ୍ତି ନୟାଗଡର ଶ୍ରୀକାନ୍ତ ସାହୁ । ପ୍ରତିରକ୍ଷା ବିଭାଗରେ ଭର୍ତ୍ତି ହେବା ପରେ ଯେଉଁ ସବୁ ଟ୍ରେନିଂ ଦିଆଯାଏ ସେସବୁ ମାଗଣାରେ ଶିଖାଉଛନ୍ତି । ଅଧିକ ପଢନ୍ତୁ...

ଅନ୍ୟର ଆଖିରେ ନିଜ ସ୍ବପ୍ନ ଦେଖୁଛନ୍ତି ଶ୍ରୀକାନ୍ତ ସାହୁ, ଦେଉଛନ୍ତି ମାଗଣା ପ୍ରତିରକ୍ଷା ଟ୍ରେନିଂ

author img

By

Published : Jul 30, 2021, 9:21 PM IST

ନୟାଗଡ଼: ସକାଳୁ ସକାଳୁ ପଡିଆରେ ଦେଖିବାକୁ ମିଳେ କଠିନ କସରତ ଦୃଶ୍ୟ । ଦୌଡ଼, ଲମ୍ବ ଡିଆଁ, ଉଚ୍ଚ ଡିଆଁ ସହ କେତେବେଳେ ଯୁବକ ରଶି ସାହାଯ୍ୟରେ ଗଛରେ ଚଢିଥାନ୍ତି ତ ଆଉ କେତେବେଳେ ଟାୟାର ତଳେ ସତର୍କତାର ସହ ଶୋଇ ଶୋଇ ଯାଇଥାନ୍ତି । କାରଣ ଭବିଷ୍ୟତରେ ଜଣେ ଜଣେ ବୀର ଯବାନ ହେବାକୁ ସ୍ବପ୍ନ ଦେଖିଛନ୍ତି ଏହି ଯୁବକମାନେ ।

ଅନ୍ୟର ଆଖିରେ ନିଜ ସ୍ବପ୍ନ ଦେଖୁଛନ୍ତି ଶ୍ରୀକାନ୍ତ ସାହୁ, ଦେଉଛନ୍ତି ମାଗଣା ପ୍ରତିରକ୍ଷା ଟ୍ରେନିଂ

ଆତଙ୍କବାଦୀ ମୁକାବିଲା କିମ୍ବା ଦେଶର ଯେକୌଣସି ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରିବା ପାଇଁ ସେମାନେ ନିଜକୁ ବଜ୍ର ପରି କଠୋର କରୁଛନ୍ତି । ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ନରେନ୍ଦ୍ରପୁର ନିକଟରେ ଥିବା ମଧୁବନ ପଡ଼ିଆରେ ସବୁଦିନ ସକାଳୁ ସକାଳୁ ଦେଖିବାକୁ ମିଳେ ଏପରି ଦୃଶ୍ୟ l ସେନାରେ ଭର୍ତ୍ତି ହେବା ପୂର୍ବରୁ ଏମାନଙ୍କୁ ଏମିତି ତାଲିମ ମିଳିଥାଏ ଯେ, ସେନାରେ ଚାକିରୀ କଲା ପରେ ଆଉ କଷ୍ଟ ଅନୁଭବ ହୁଏନି l ଏମିତି ତାଲିମ ଦିଆଯାଏ ସତେ ଯେମିତି ଗୋଟିଏ ସେନାର ପ୍ରଶିକ୍ଷଣ ଶିବିର । ଏହି ତାଲିମ ଦେଇଥାନ୍ତି ପ୍ରଶିକ୍ଷକ ଶ୍ରୀକାନ୍ତ ସାହୁ ।

ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳାର ଶ୍ରୀକାନ୍ତ ସାହୁ । ନରେନ୍ଦ୍ରପୁର ନିକଟରେ ଥିବା ମଧୁବନ ପଡ଼ିଆରେ ନରେନ୍ଦ୍ର ସାଧନା ମଣ୍ଡଳ ଅନୁଷ୍ଠାନ ମାଧ୍ୟମରେ ଗଢୁଛନ୍ତି ସୈନିକ । ସେନାରେ ଭର୍ତ୍ତି ହେବା ପାଇଁ ତାଙ୍କର ସ୍ବପ୍ନ ଥିଲା l ମାତ୍ର ପାରିବାରିକ ସମସ୍ୟା କାରଣ ତାହା ପୂରଣ ହୋଇପାରିଲା ନାହିଁ l ସେଥିପାଇଁ ମନସ୍ଥ କଲେ ଯେପରି ମୋ ପରି ଆଉ କାହାର ସ୍ୱପ୍ନ ଅଧୁରା ନ ରହୁ l ଏଣୁ ସେନାରେ ଭର୍ତ୍ତି ହେବାକୁ ଆଗ୍ରହୀ ଯୁବକମାନଙ୍କୁ ସେ ନିଃଶୁକ୍ଳ ତାଲିମ ଦେବା ଆରମ୍ଭ କଲେ l ନିଃଶୁକ୍ଳ ତାଲିମ ପ୍ରଦାନ ପରେ ଏକାଧିକ ଯୁବକ ସୈନ୍ୟ ବିଭାଗରେ ମଧ୍ୟ ଚାକିରି କରିସାରିଲେଣି l ଏହି ସଫଳତା ଶ୍ରୀକାନ୍ତଙ୍କୁ ଦେଇଛି ଏକ ସ୍ୱତନ୍ତ୍ର ପରିଚୟ l

ଶ୍ରୀକାନ୍ତ ପେଷାରେ ଜଣେ କ୍ଷୁଦ୍ର ବ୍ୟବସାୟୀ l ହେଲେ ନିଶା ପ୍ରତିରକ୍ଷା ବିଭାଗରେ ନିଯୁକ୍ତି ପାଇଁ ଯୁବକମାନଙ୍କୁ ତାଲିମ ଦେବା l ତାହା ପୁଣି ବିନା ମୂଲ୍ୟରେ l ଦୀର୍ଘ 4 ବର୍ଷ ହେବ ସେ ବିନା ମୂଲ୍ୟରେ ଶତାଧିକ ଯୁବକ ଯୁବତୀଙ୍କୁ ଏହି ଗାଁ ପଡିଆ "ମଧୁବନ" ରେ ତାଲିମ ଦେଇ ଆସୁଛନ୍ତି l କେବଳ ଲିଖିତ, ସାଧାରଣ ଜ୍ଞାନ କିମ୍ବା ଶାରୀରିକ ନୁହେଁ ବରଂ ଶୃଙ୍ଖଳିତ ଜୀବନ ବଞ୍ଚିବାର ଶିକ୍ଷା ମଧ୍ୟ ଦିଆଯାଉଛି ଏଠାରେ l

ଏଠାରୁ ତାଲିମ ପାଇ ଆଜି ଶତାଧିକ ଯୁବକ ଭାରତୀୟ ସେନାରେ ଯୋଗ ଦେଇ ସେବା ଯୋଗାଉଛନ୍ତି । ବହୁ ସଂଖ୍ୟକ ଯୁବପିଢ଼ି ଏଠାକୁ ଶିକ୍ଷା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି l କିନ୍ତୁ ଆବଶ୍ୟକୀୟ ଶ୍ରେଣୀଗୃହ ମଧ୍ୟ ଉପଲବ୍ଧ ନାହିଁ । ଦୀର୍ଘ 4 ବର୍ଷ ହେବ ପଡିଆ ଭିତରେ ଥିବା ଏଇ ଛୋଟ ଘରେ ଚାଲିଛି ତାଲିମ ।

ବିନା ମୂଲ୍ୟରେ ଶ୍ରୀକାନ୍ତଙ୍କ ଏହି ନିଃଶୁକ୍ଳ ସେବା ପାଇଁ ସେ ବେଶ ଚର୍ଚ୍ଚାରେ ରହିଛନ୍ତି l ସରକାରୀ କିମ୍ବା ବେସରକାରୀ ସୂତ୍ରରୁ ପ୍ରୋତ୍ସାହନ ମିଳିଲେ ଶ୍ରୀକାନ୍ତ ଆହୁରି ଯୁବକ ଯୁବତୀଙ୍କୁ ତାଲିମ ଦେଇପାରିବେ ବୋଲି କହିଛନ୍ତି ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.