ETV Bharat / state

ନୟାଗଡ଼ରେ ଚାଷୀଙ୍କୁ ମିଳୁନି ଧାନ ବିକ୍ରି ଟଙ୍କା, ଆତ୍ମହତ୍ୟା ଧମକ

ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଳକ ଅନ୍ତର୍ଗତ କଳସାଖମଣ ସେବା ସମବାୟ ସମିତି ଅଧୀନରେ ଚାଷୀଙ୍କୁ ମିଳୁନି ଧାନ ବିକ୍ରି ଟଙ୍କା । ଚାଷୀଙ୍କ ଆତ୍ମହତ୍ୟା ଧମକ । ଅଧିକ ପଢନ୍ତୁ

author img

By

Published : Jun 27, 2022, 10:02 AM IST

nayagarh framers threaten to suicide for not getting paddy sell money
ଚାଷୀଙ୍କୁ ମିଳୁନି ଧାନ ବିକ୍ରି ଟଙ୍କା, ଆତ୍ମହତ୍ୟା ଚେତାବନୀ ଦେଲେ ଚାଷୀ

ନୟାଗଡ଼: ଚାଷୀଙ୍କୁ ଧାନ ବିକ୍ରି ଟଙ୍କା ମିଳୁନଥିବା ବେଳେ ଆତ୍ମହତ୍ୟା ଧମକ ଦେଲେ ଚାଷୀ । ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଳକ ଅନ୍ତର୍ଗତ କଳସାଖମଣ ସେବା ସମବାୟ ସମିତି ଅଧୀନ କିଛି ଚାଷୀଙ୍କୁ ମିଳୁନି ଧାନ ବିକ୍ରି ଟଙ୍କା । ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷୀମାନେ ଅମଳ ଧାନକୁ ମଣ୍ଡିରେ ବିକ୍ରୟ କରିଛନ୍ତି । ଟଙ୍କା ମିଳିବା ପରେ ଚାଷୀମାନେ ଧାରକରଜ ଶୁଝିବା ପାଇଁ ଚିନ୍ତା କରିଥିଲେ ।

କିଛି ଚାଷୀ ଧାନ ବିକ୍ରି ଟଙ୍କାରେ ଝିଅ ବାହାଘର କରିବାକୁ ଚିନ୍ତା କରିଥିଲେ । ହେଲେ ମଣ୍ଡିରେ ଧାନ ବିକ୍ରୟ କରିବାକୁ ଦୀର୍ଘ ଛଅ ମାସ ବିତିଲାଣି । କିନ୍ତୁ, ଟଙ୍କା ପାଇନଥିବାରୁ ସ୍ଥାନୀୟ ଚାଷୀମାନେ ଅସନ୍ତୋଷ ଜାହିର୍ କରିବା ସହିତ ଆତ୍ମହତ୍ୟା ପାଇଁ ଚରମ ଚେତାବନୀ ଦେଇଛନ୍ତି । ଧାନ ବିକ୍ରି ବେଳେ ତୁରନ୍ତ ଉଚିତ୍ ପ୍ରାପ୍ୟ ମିଳିବାର ପ୍ରତିଶ୍ରୁତି ମିଳିଥିଲା । 3 ଦିନ ମଧ୍ୟରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବା ପାଇଁ ସେବା ସମବାୟ ସମିତି ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିବା ଚାଷୀମାନେ କହିଛନ୍ତି ।

ହେଲେ ବର୍ତ୍ତମାନ ପ୍ରାୟ 6 ମାସ ବିତିଗଲାଣି ହେଲେ‌ ନିଜ ଧାନ ବିକ୍ରି ଟଙ୍କା ମିଳିନଥିବା ଅଭିଯୋଗ ହୋଇଛି । ଚାଷୀମାନେ ଏନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିବା ଗଣମାଧ୍ୟମରେ କହିଛନ୍ତି । ତଥାପି ସମସ୍ୟାର ସମାଧାନ ହୋଇନାହିଁ । ତୁରନ୍ତ ଧାନ ବିକ୍ରି ଟଙ୍କା ନମିଳିଲେ ସେବା ସମବାୟ ସମିତି ସମ୍ମୁଖରେ ଆତ୍ମହତ୍ୟା କରିବା ପାଇଁ ଚରମ ଚେତାବନୀ ଦେଇଛନ୍ତି ଚାଷୀମାନେ । ଏଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ଚାଷୀ ମାନେ ଦାବି କରିଛନ୍ତି ।

ଇଟିଭି ଭାରତ, ନୟାଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.