ETV Bharat / state

ମହଙ୍ଗା ପଡ଼ିଲା ମଦ ବେପାରୀଙ୍କୁ ଲାଞ୍ଚ ମାଗିବା, ଅବକାରୀ କନେଷ୍ଟବଳ ନିଲମ୍ବିତ

author img

By

Published : Nov 14, 2022, 11:03 AM IST

ମଦ ବେପାରୀଙ୍କୁ ଲାଞ୍ଚ ମାଗୁଥିଲେ ଅବକାରୀ କନେଷ୍ଟବଳ । ଅଡିଓ ଭାଇରାଲ ପରେ ଚାକିରିରୁ ନିଲମ୍ବିତ ହେଲେ । ଅଧିକ ପଢ଼ନ୍ତୁ

nayagarh excise constable suspended for bribery
ମହଙ୍ଗା ପଡ଼ିଲା ମଦ ବେପାରୀଙ୍କୁ ଲାଞ୍ଚ ମାଗିବା, ଅବକାରୀ କନେଷ୍ଟବଳ ନିଲମ୍ବିତ

ନୟାଗଡ଼: ମଦ ବେପାରୀଙ୍କୁ ଲାଞ୍ଚ ମାଗିବା ପଡ଼ିଲା ମହଙ୍ଗା । ଅଡିଓ ଭାଇରାଲ ପରେ କାର୍ଯ୍ୟାନୁଷ୍ଠାନ । ଚାକିରୀରୁ ନିଲମ୍ବିତ ହେଲେ ନୟାଗଡ଼ ଅବକାରୀ କନେଷ୍ଟବଳ ପ୍ରଦୀପ୍ତ ନାୟକ । ମଦ ବେପାରୀଙ୍କୁ ଲାଞ୍ଚ ମାଗିବା ଅଭିଯୋଗରେ ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ ନିଲମ୍ବନ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୁସାରେ, ନୟାଗଡ଼ ଅବକାରୀ କନେଷ୍ଟବଳ ପ୍ରଦୀପ୍ତ ନାୟକ ଖଣ୍ଡପଡାର ଜଣେ ମଦ ବେପାରୀଙ୍କୁ ଚୋରାରେ ଦେଶୀ ମଦ ବ୍ୟବସାୟ କରିବା ପାଇଁ 1ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ । କିଛି ଦିନ ପୂର୍ବେ ଅଡ଼ିଓ ଭାଇରାଲ ହେଲା ପରେ ପୋଲିସ କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠିଥିଲା । ନୟାଗଡ଼ ଜିଲ୍ଲାରେ ଚୋରା ମଦବେପାର ବୃଦ୍ଧି ପାଉଥିବା ବେଳେ ପୋଲିସ ଏହାକୁ ରୋକିବା ପରିବର୍ତ୍ତେ ପ୍ରସୟ ଦେଉଥିଲା ।

ଏହା ମଧ୍ୟ ପଢ଼ନ୍ତୁ: ନୟାଗଡ଼ରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ସହରରେ ଜମିରହିଲାଣି କୁଢ଼ କୁଢ଼ ଆବର୍ଜନା

ଯାହାର ଅଭିଯୋଗ ହେବା ପରେ ତଦନ୍ତ କରାଯାଇ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହି ଘଟଣାରେ ସମ୍ପୃକ୍ତ ଅବକାରୀ SI ହଟିଆ ବେହେରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ ସୁପାରିସ କରିଛନ୍ତି । ଜିଲ୍ଲାରେ ମଦ ବେପାର ବୃଦ୍ଧି ପାଉଥିବାବେଳେ, ଜିଲ୍ଲା ପୋଲିସ ଏହାକୁ ରୋକିବାରେ ଫେଲ ମାରିଥିବା ସାଧାରଣରେ ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ନୟାଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.