ETV Bharat / state

ସ୍ବାଧିନତା ସଂଗ୍ରାମୀ କଷ୍ଟି ଡାକୁଆଙ୍କ ଶହୀଦ ଦିବସ, ପ୍ରଶାସନ ପକ୍ଷରୁ ଗାର୍ଡ଼ ଅଫ ଅନର

author img

By

Published : Oct 11, 2022, 9:51 AM IST

ନୟାଗଡ଼ ଜିଲ୍ଲା ଥୁଆବାରୀ ଗ୍ରାମର ଶହୀଦ ଦିବସ ପାଳିତ । ୧୦ ଅକ୍ଟୋବର ୧୯୪୨ ମସିହାରେ ସ୍ବାଧିନତା ସଂଗ୍ରାମୀ କଷ୍ଟି ଡାକୁଆ ଶହୀଦ ହୋଇଥିଲେ । ଏହି ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଥୁଆବାରୀ ଗାଁରେ ସ୍ବାଧିନତା ସଂଗ୍ରାମୀଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି । ଅଧିକ ପଢ଼ନ୍ତୁ

ସ୍ବାଧିନତା ସଂଗ୍ରାମୀ କଷ୍ଟି ଡାକୁଆଙ୍କ ଶହୀଦ ଦିବସ, ପ୍ରଶାସନ ଦେଲା ଗାର୍ଡ଼ ଅଫ ଅନର

ନୟାଗଡ଼: ଆଜିର ଦିନରେ ଦେଶ ମାତୃକାର ସେବା କରି ଶହୀଦ ହୋଇଥିଲେ ସ୍ବାଧିନତା ସଂଗ୍ରାମୀ କଷ୍ଟି ଡାକୁଆ । ଆଜିର ଦିନରେ ଅର୍ଥାତ ୧୦ ଅକ୍ଟୋବର ୧୯୪୨ ମସିହାରେ କଷ୍ଟି ଡାକୁଆ ଶହୀଦ ହୋଇଥିଲେ । ଶହୀଦ କଷ୍ଟି ଡାକୁଆଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଥୁଆବାରୀ ଗାଁରେ ଗାର୍ଡ ଅଫ ଅନର ଦିଆଯାଇଛି । ସ୍ବାଧୀନତା ସଂଗ୍ରାମୀଙ୍କ ଗାଁ ଥୁଆବାରୀ ଉତ୍ସବ ମୁଖର ହୋଇଥିଲା । ନୟାଗଡ଼ ଜିଲ୍ଲା ପୋଲିସ ଉପସ୍ଥିତିରେ ଏବଂ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଥୁଆବାରୀରେ ପହଞ୍ଚି ଗ୍ରାମବାସୀଙ୍କ ସହିତ ଶହୀଦ କଷ୍ଟି ଡାକୁଆଙ୍କ ବଳିଦାନକୁ ମନେ ପକାଇଥିଲେ ।

ଏହି କାର୍ଯ୍ୟକ୍ରମରେ ଦଶପଲ୍ଲା ବିଧାୟକ ରମେଶ ବେହେରା ଉପସ୍ଥିତ ଥିଲେ । ଥୁଆବାରୀ ଗାଁରେ ଥିବା ଶହୀଦ ସ୍ତମ୍ଭ ନିକଟରେ ସମସ୍ତେ ଏକାଠି ହୋଇ ସ୍ବାଧୀନତା ସଂଗ୍ରାମରେ ଥୁଆବାରୀ ଗାଁର ଭୂମିକା ବର୍ଣ୍ଣନା କରିଥିଲେ । ସ୍ବାଧୀନତା ସଂଗ୍ରାମୀ ଓ ବିପ୍ଳବୀମାନେ ନୂଆଗାଁ ଥାନା ଘେରାଉ କରିବାକୁ ବହୁ ସଂଖ୍ୟାରେ ଯାଉଥିବାବେଳେ ଥାନା ପାଖାପାଖି ସ୍ଥାନରେ ବ୍ରିଟିଶ ପୋଲିସର ଗୁଳିମାଡ଼ ଯୋଗୁଁ ଟଳିପଡିଥିଲେ ବିପ୍ଳବୀ କଷ୍ଟି ଡାକୁଆ ।

ଘଞ୍ଚ ଜଙ୍ଗଲ ଓ ପାହାଡଘେରା ଗାଁ "କୁଶୁବିଡା"ର ପାଠସାଠ ପଢିନଥିବା ଯୁବକ କଷ୍ଟି ଡାକୁଆ ସ୍ବାଧୀନତା ସଂଗ୍ରାମ ତଥା ପ୍ରଜାମଣ୍ଡଳ ଆନ୍ଦୋଳନର ଥିଲେ ପ୍ରମୁଖ କର୍ଣ୍ଣଧାର । ତାଙ୍କରି ନେତୃତ୍ବରେ ମହାତ୍ମା ଗାନ୍ଧୀଙ୍କ ଦେଶମୁକ୍ତି ବାଣୀରେ ଗାଁର ଆବାଳବୃଦ୍ଧବନିତା ଭାରତ ଛାଡ଼ ଆନ୍ଦୋଳନରେ ସାମିଲ ହୋଇଥିଲେ । ଓଡ଼ିଶାର ରକ୍ତତୀର୍ଥ ଇରମ ପରେ ସ୍ବାଧୀନତା ସଂଗ୍ରାମୀଙ୍କ ଗାଁ ଭାବେ ଭାରତର ସ୍ବାଧୀନତା ସଂଗ୍ରାମ ଇତିହାସରେ ସୁନ୍ଦର ପୃଷ୍ଠା ମଣ୍ଡନ କରିଛି ଥୁଆବାରୀ । ଭାରତ ଛାଡ଼ ଆନ୍ଦୋଳନ ବେଳେ ଏହି ଗାଁର ଶତାଧିକ ଲୋକେ ମେଳି ବାନ୍ଧି ବରକୋଳା ବଙ୍ଗଳା ସମେତ ଆଖପାଖ ସମସ୍ତ ଅଞ୍ଚଳରେ ଇଂରେଜ ସରକାରଙ୍କ ସରକାରୀ ଅଫିସରେ ନିଆଁ ଲଗାଇଥିଲେ । ଇଂରେଜମାନଙ୍କୁ ଅସହଯୋଗ କରିଥିଲେ ଗ୍ରାମବାସୀ ।

ଏହି ଆନ୍ଦୋଳନରେ ଗ୍ରାମର ପ୍ରାୟ ୬୫ ଜଣ ସ୍ବାଧୀନତା ସଂଗ୍ରାମୀ ପ୍ରାଣ ଦେଇ ଆଜି ବି ଅମର ହୋଇଛନ୍ତି । ଗାଁ ମୁଣ୍ଡରେ ଥିବା ଶହୀଦ ସ୍ତମ୍ଭ ଆଜି ସଂଗ୍ରାମୀମଙ୍କ ସ୍ମୃତିକୁ ବହନ କରି ଛିଡ଼ା ହୋଇଛି । ଗ୍ରାମର ସଂଗ୍ରାମୀଙ୍କ ସ୍ମୃତିରେ ପ୍ରତିବର୍ଷ ଅକ୍ଟୋବର ୧୦ ତାରିଖକୁ ଗ୍ରାମବାସୀ ଶହୀଦ ଦିବସ ଭାବେ ପାଳନ କରିଆସୁଛନ୍ତି । ମହାତ୍ମା ଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନରେ ସାମିଲ ହୋଇଥିବା ଏହି ଗାଁର କଣ୍ଡୁରୀ ପରିଡାଙ୍କ ସମେତ ଭାଗବତ ସ୍ବାଇଁ, ଆନନ୍ଦ ସ୍ବାଇଁ, ପ୍ରହ୍ଲାଦ ସ୍ବାଇଁଙ୍କୁ ଗିରଫ କରିବା ପାଇଁ ଇଂରେଜ ସରକାର ୫୦୦ ମୁଦ୍ରାର ପୁରସ୍କାର ରାଶି ଘୋଷଣା କରିଥିବା ବେଳେ କଣ୍ଡୁରୀ ପରିଡା ଓ ତାଙ୍କ ପୁଅ ବୁଦ୍ଧି ପରିଡ଼ାଙ୍କୁ ଗିରଫ କରି ଅକଥନୀୟ ନିର୍ଯାତନା ଦେଇଥିଲେ । ଫଳରେ କାରାଗାର ଭିତରେ କଣ୍ଡୁରୀ ପରିଡାଙ୍କ ପୁଅ ବୁଦ୍ଧି ପରିଡା ଶହୀଦ ହୋଇଯାଇଥିଲେ ।

ଏହି ଗାଁର ଲିଙ୍ଗା ନାଏକ ଓ ହରି ସାହୁ ଇଂରେଜମାନଙ୍କ ଅତ୍ୟାଚାର ସହି ନପାରି ପାଗଳ ହୋଇଯାଇଥିଲେ । ଏହି ଗାଁର ଅନ୍ୟଜଣେ ସଂଗ୍ରାମୀ ଖତି ସାହୁଙ୍କୁ ଇଂରେଜ ସରକାର ଏଭଳି ଦଣ୍ଡ ବ୍ୟବସ୍ଥା କଲେ ଯେ କେହି ତାଙ୍କର ପତ୍ତା ମଧ୍ୟ ପାଇଲେ ନାହିଁ । ଏହିଭଳି ଭାବେ ଗାଁର ପ୍ରାୟ ୬୫ ଜଣ ମହିଳା ଓ ପୁରୁଷ ସ୍ବାଧୀନତା ସଂଗ୍ରାମରେ ସାମିଲ ହୋଇ ଆଜୀବନ କାରଦଣ୍ଡରେ ଦଣ୍ଡିତ ହୋଇଥିଲେ । ଥୁଆବାରୀ ଗ୍ରାମବାସୀ ଦେଶ ମାତୃକାକୁ ସ୍ବାଧୀନତାର ସ୍ବାଦ ଚଖାଇବାକୁ ଯେଉଁ ବିପ୍ଳବ କରିଥିଲେ, ତାହା ଯୁଗ ଯୁଗ ଧରି ଚିରସ୍ମରଣୀୟ ହୋଇ ନିଶ୍ଚୟ ରହିବ । ଗ୍ରାମବାସୀଙ୍କ ସଂଗ୍ରାମର ଗାଥାକୁ ଇତିହାସ ନିଜର ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ କରିଛି ଏବଂ ଥୁଆବାରୀ ଗ୍ରାମବାସୀଙ୍କ ବୀରତ୍ବ ଆଜି ତାଙ୍କୁ କରିଛି ଅମର ।

ଇଟିଭି ଭାରତ, ନୟାଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.