ETV Bharat / state

ନାବାଳିକା ଦୁଷ୍କର୍ମ ମାମଲାରେ ପୋଲିସ ASIଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ - ନୟାଗଡ଼ରେ ପୋଲିସ ଏଏସ୍‌ଆଇଙ୍କୁ ୨୦ ବର୍ଷ ଜେଲ୍‌

ନାବାଳିକା ଦୁଷ୍କର୍ମ ମାମଲାରେ ଜଣେ ପୋଲିସ ASIଙ୍କୁ 20 ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କଲେ ନୟାଗଡ଼ ଫାର୍ଷ୍ଟ ଟ୍ରାକ କୋର୍ଟ । ଦଣ୍ଡ ସହ 20 ହଜାର ଟଙ୍କା ଜୋରିମାନା ଦେବାକୁ ମଧ୍ୟ ନିର୍ଦ୍ଦେଶ ରହିଛି । ଅଧିକ ପଢ଼ନ୍ତୁ

ନାବାଳିକା ଦୁଷ୍କର୍ମ ମାମଲାରେ ପୋଲିସ ASIଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

author img

By

Published : Jul 28, 2022, 4:38 PM IST

ନୟାଗଡ଼: ନାବାଳିକା ଦୁଷ୍କର୍ମ ମାମଲାରେ ଜଣେ ପୋଲିସ ASIଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କଲେ ନୟାଗଡ଼ ଫାର୍ଷ୍ଟ ଟ୍ରାକ କୋର୍ଟ । ଦଣ୍ଡ ସହ 20 ହଜାର ଟଙ୍କା ଜୋରିମାନା ଓ ପୀଡିତାଙ୍କୁ 7ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ନୟାଗଡ଼ ଫାର୍ଷ୍ଟ ଟ୍ରାକ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତି ଜଣକ ହେଲେ ନୟାଗଡ଼ ଜିଲ୍ଲା ବଣିଗୋଚ୍ଛା ଥାନାର ଦଣ୍ଡ ପାଇଥିବା ପ୍ରାକ୍ତନ ପୋଲିସ ଅଧିକାରୀ ଆସିଷ୍ଟାଣ୍ଟ ସବ ଇନ୍ସପେକ୍ଟର ବ୍ରଜ କିଶୋର ମଲ୍ଲିକ ।

ନାବାଳିକା ଦୁଷ୍କର୍ମ ମାମଲାରେ ପୋଲିସ ASIଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

ବ୍ରଜ ଛୁଟିରେ ଆସିବାବେଳେ ନିଜ ଗାଁର ଜଣେ ସମ୍ପର୍କୀୟ ନାବାଳିକା ଝିଆରୀ ସହ ଏକାଧିକ ଥର ଦୁଷ୍କର୍ମ କରିଥିଲେ । ନାବାଳିକା ଜଣକ ଗର୍ଭବତୀ ହେବାପରେ ପରିବାର ଲୋକେ ରାଜ୍ୟ ମହିଳା ଆୟୋଗରେ ଅଭିଯୋଗ କରିଥିଲେ l ମହିଳା ଆୟୋଗ ନୟାଗଡ଼ ଶିଶୁ ସୁରକ୍ଷା କମିଟି ଯୋଗେ ନୟାଗଡ଼ ଏସ୍‌ପିଙ୍କୁ ଅଭିଯୋଗ କରିଥିଲେ । ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ 2018 ମସିହାରେ ଏନେଇ ଫତେଗଡ଼ ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ହୋଇଥିଲା ।

ସମ୍ପୃକ୍ତ ପୋଲିସ ଅଧିକାରୀଙ୍କୁ ଚାକିରୀରୁ ନିଲମ୍ବନ ସହ ଗିରଫ କରାଯାଇଥିଲା l ଗୁରୁବାର ଏହି ମାମଲାରେ ରାୟ ପ୍ରକାଶ ପାଇଛି l କ୍ଷତିପୂରଣ ବାବଦକୁ ପୀଡ଼ିତାଙ୍କୁ 7ଲକ୍ଷ ଟଙ୍କା ଦେବାକୁ ଜିଲ୍ଲା ଆଇନ ପ୍ରାଧିକରଣକୁ(District Legal Authority) ନିର୍ଦ୍ଦେଶ ଦିଆଯାଇଛି l

ଇଟିଭି ଭାରତ, ନୟାଗଡ଼

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.