ନୟାଗଡ଼: ନୟାଗଡ଼ରେ ପୁଣି ଜୋର ଧରିଲା ମେଡିକାଲ କଲେଜ ପ୍ରତିଷ୍ଠା ଦାବି । ମେଡ଼ିକାଲ କଲେଜ ଦାବି ସହ ନୟାଗଡ଼ରେ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇବା ଦାବିରେ ଆଜି(ବୁଧବାର) ନୟାଗଡ଼ ବିକାଶ ମଞ୍ଚର ସଦସ୍ୟ ମାନେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ନୟାଗଡ଼ ଜିଲ୍ଲାରେ ଏକ ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ଦୀର୍ଘ ବର୍ଷ ହେବ ଦାବି ହୋଇଆସୁଛି ।
ଅନେକ ରାଜନେତା ଏହାକୁ ନେଇ ରାଜନୀତି କରିବା ସହ ମେଡିକାଲ କଲେଜ ପାଇଁ ପ୍ରତିଶୃତି ଦେଉଛନ୍ତି । ହେଲେ ପରବର୍ତ୍ତୀ ସମୟରେ କେହି ଏଥିପାଇଁ ଧ୍ୟାନ ଦେଉନାହାନ୍ତି । ଏପରିକି, ଜିଲ୍ଲାରେ ସ୍ୱାସ୍ଥ୍ୟସେବା ସମ୍ପୂର୍ଣ୍ଣ ବିଗିଡ଼ିବା ଉପରେ । ପ୍ରାଥମିକ ଚିକିତ୍ସା କେନ୍ଦ୍ର ଠାରୁ ଆରମ୍ଭ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ଡାକ୍ତରଙ୍କ ଅଭାବ ରହିଛି । ଯାହାଫଳରେ ରୋଗୀଙ୍କୁ ହନ୍ତସନ୍ତ ହେବାକୁ ପଡୁଛି । ତେଣୁ, ନୟାଗଡ଼ରେ ଏକ ମେଡ଼ିକାଲ କଲେଜ ପ୍ରତିଷ୍ଠା ଏବଂ ଜିଲ୍ଲାବାସୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ଦାବ କରିଛି ନୟାଗଡ଼ ବିକାଶ ମଞ୍ଚ ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ