ETV Bharat / state

ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟକୁ B++ ମାନ୍ୟତା

author img

By

Published : Nov 11, 2022, 9:51 AM IST

ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟକୁ B++ ମାନ୍ୟତା । ଶିକ୍ଷା ଓ ଶୈଖିକ ବାତାବରଣର ବିକାଶ ନେଇ ନାକ ଟିମ ପକ୍ଷରୁ ଏହି ମାନ୍ୟତା ପ୍ରଦାନ କରାଯାଇଛି । ଅଧିକ ପଢ଼ନ୍ତୁ

naac team standard b plus plus to nayagarh autonomous college
ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟକୁ B++ ମାନ୍ୟତା

ନୟାଗଡ଼: ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟକୁ(Nayagarh Autonomous College) ମିଳିଲା B++ ମାନ୍ୟତା । ପୂର୍ବରୁ ନାକ (NAAC) ଟିମ ପକ୍ଷରୁ B+ ମାନ୍ୟତା ମିଳିଥିବା ବେଳେ ଚଳିତ ବର୍ଷ ଏଥିରେ ଉନ୍ନତି ଘଟିଛି । ନାକର ଏହି ମାନ୍ୟତା ଆସନ୍ତା 2027 ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ସୂଚନା ମିଳିଛି । ଶିକ୍ଷା ଓ ଶୈଖିକ ବାତାବରଣର ବିକାଶ ପରେ ନାକ ଟିମ ଦ୍ବାରା ଯାଞ୍ଚ ପ୍ରକିୟାର ଫଳାଫଳ ପ୍ରକାଶ ପାଇଛି ।

ମହାବିଦ୍ୟାଳୟର ଉନ୍ନତି ପାଇଁ ପୁରାତନ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ ଅନେକ ପରିଶ୍ରମ କରିଥିଲେ । ନାକ ଟିମ ପାଇଁ ମହାବିଦ୍ୟାଳୟ ସୁନ୍ଦର ଭାବେ ସଜେଇ ହୋଇଥିଲା । ତେବେ ମହାବିଦ୍ୟାଳୟକୁ ନାକ ଟିମ ପକ୍ଷରୁ B++ ମାନ୍ୟତା ମିଳିବା ପରେ ଏହି ଖବର ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଜିଲ୍ଲାବାସୀଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି । କିଛିଦିନ ତଳେ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ନାକ୍ ଟିମ୍ ଦୁଇ ଦିନିଆ ଗସ୍ତରେ ଆସିଥିଲେ । ମହାବିଦ୍ୟାଳୟର ଭିତ୍ତିଭୂମୀ, ଶିକ୍ଷା ବ୍ୟବସ୍ଥା ଏବଂ ଆନୁସଙ୍ଗିକ ବ୍ୟବସ୍ଥାକୁ ତନତନ କରି ଯାଞ୍ଚ କରିବା ପରେ ମାନ୍ୟତା ଦିଆଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: ରାଜ୍ୟରେ ଅଧିକାଂଶ ସ୍ୱୟଂଶାସିତ କଲେଜରେ ନାହିଁ ନାକ୍ ମାନ୍ୟତା

ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟ ପୂର୍ବରୁ B+ ଗ୍ରେଡରେ ରହିଥିବାବେଳେ, ଏବେ ଏଥିରେ ଉନ୍ନତି ଘଟିଛି । ୨୦୨୭ ମସିହା ନଭେମ୍ବର ୮ତାରିଖ ପର୍ଯ୍ୟନ୍ତ ସ୍ୱୟଂଶାସିତ ମହାବିଦ୍ୟାଳୟ ଆକ୍ରିଡେସନ୍ ଭାଲିଟ୍ ପ୍ରାପ୍ତି ହୋଇଥିବା ଜଣାପଡିଛି । ଆଗାମୀ ଦିନରେ ନୟାଗଡ଼ ଜିଲ୍ଲାର ଏକମାତ୍ର ସ୍ୱୟଂଶାସିତ ମହାବିଦ୍ୟାଳୟର ଅନେକ ଉନ୍ନତି ହେବ ବୋଲି କଲେଜ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ନୟାଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.