ETV Bharat / state

ମୋ ସ୍କୁଲ ଅଭିଯାନ; ୩ ଲକ୍ଷ ଦାନ କଲେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ - ଅବସରପ୍ରାପ୍ତ ପ୍ରଧାନଶିକ୍ଷକ

ରାଜ୍ୟ ସରକାରଙ୍କର ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମରେ ନୟାଗଡ ଜିଲ୍ଲା ରଣପୁର ବ୍ଲକ ବିସି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ 3 ଲକ୍ଷ ଟଙ୍କା ଦାନ କରିଛନ୍ତି । ଅଧିକ ପଢନ୍ତୁ...

ପ୍ରଧାନଶିକ୍ଷକଙ୍କ ୩ ଲକ୍ଷ ଦାନ
ପ୍ରଧାନଶିକ୍ଷକଙ୍କ ୩ ଲକ୍ଷ ଦାନ
author img

By

Published : Mar 5, 2021, 10:43 AM IST

ନୟାଗଡ: ପ୍ରଧାନଶିକ୍ଷକଙ୍କ ମହାନତା । ନୟାଗଡ ଜିଲ୍ଲା ରଣପୁର ବିସି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ମଦନମୋହନ ନନ୍ଦ ବିଦ୍ୟାଳୟର ଉନ୍ନତି ପାଇଁ ତିନି ଲକ୍ଷ ଟଙ୍କା ଦାନ କରିଛନ୍ତି ।

ସ୍କୁଲଗୁଡିକର ଉନ୍ନତି ପାଇଁ ରାଜ୍ୟ ସରକାର ମୋ ସ୍କୁଲ ଅଭିଯାନ ନାମକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏହି ଯୋଜନା ଅଧିନରେ ବିସି ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ମଦନମୋହନ ନନ୍ଦ ତାଙ୍କ ଅବସରରେ ପାଇଥିବା 3ଲକ୍ଷ ଟଙ୍କା ସହାୟତା ରାଶିକୁ ରଣପୁର ବ୍ଲକ ପାମ୍ପଡ଼ା ପ୍ରାଥମିକ ବିଦ୍ୟାଳୟର ଉନ୍ନତି ପାଇଁ ଦାନ କରିଛନ୍ତି ।

ମୋ ସ୍କୁଲ ଅଭିଯାନରେ ସାମିଲ ହୋଇ ସେ ଏହି ଅର୍ଥ ପୁତ୍ର ଦୟାନିଧି ରାୟଗୁରୁଙ୍କ ଜରିଆରେ ଜିଲ୍ଲାପାଳଙ୍କ ନିକଟକୁ ପଠାଇଥିବା ସୂଚନା ମିଳିଛି । ଏହି ସମୟରେ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ପୋମା ଟୁଡୁ, ରଣପୁର ବ୍ଲକ ଶିକ୍ଷା ଅଧିକାରୀ ରତ୍ନାକର ପାଣି ପ୍ରମୁଖ ଉପସ୍ଥିତ ଥିଲେ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.