ETV Bharat / state

ନୟାଗଡ଼ରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା

author img

By

Published : Oct 14, 2022, 9:17 PM IST

ନୟାଗଡ଼ରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା । ନେତୃତ୍ବ ନେଉଛନ୍ତି ପୂର୍ବତନ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଅରୁଣ ସାହୁ । ଗାଁକୁ ଗାଁ ବୁଲି ରାଜ୍ୟ ସରକାରଙ୍କ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି ଏବଂ ଲୋକଙ୍କ ସମସ୍ୟା ଶୁଣୁଛନ୍ତି । ଅଧିକ ପଢ଼ନ୍ତୁ

ନୟାଗଡ଼ରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା
ନୟାଗଡ଼ରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା

ନୟାଗଡ଼: ଜିଲ୍ଲାରେ ଚାଲିଛି ବିଜେଡିର ଜନ ସମ୍ପର୍କ ପଦଯାତ୍ରା । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ନିର୍ଦ୍ଦେଶ ଅନୁସାରେ ସାରା ରାଜ୍ୟରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଚାଲିଥିବା ବେଳେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜୁ ଜନତା ଦଳ ପକ୍ଷରୁ ସାକେରି ଓ କୋରପିଠା ପଞ୍ଚାୟତରେ ଜନସମ୍ପର୍କ ପଦଯାତ୍ରାରେ ସାମିଲ ହୋଇଥିଲେ ପୂର୍ବତନ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଅରୁଣ ସାହୁ ।

ନୟାଗଡ଼ରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା

ନୟାଗଡ଼ ବିଧାୟକ ଡଃ ଅରୁଣ କୁମାର ସାହୁଙ୍କ ନେତୃତ୍ବରେ ସାକେରି ଜଗନ୍ନାଥ ମନ୍ଦିର ଠାରୁ ବିଜୁ ଜନତା ଦଳର ଏକ ବିଶାଳ ଶୋଭାଯାତ୍ରାରେ ବାହାରି ମରେଇ ସାହି, ଗୋଡିପାଟଣା ଦେଇ ଲିମ୍ବେଶ୍ବରୀ ମନ୍ଦିରଠାରେ ପହଞ୍ଚିଥିଲେ । ସେହିପରି କୋରପିଠା ପଞ୍ଚାୟତରେ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁଙ୍କ ନେତୃତ୍ବରେ ଦଳୀୟ ନେତୃତ୍ବ ଓ କର୍ମୀଙ୍କ ଗହଣରେ ଏକ ଶୋଭାଯାତ୍ରା ବାହାରି ସରମରେଇସାହି, କୁଟୁଣୀ, କୋରପିଠା, ଭୋଇସାହି, ଦୁର୍ଗାପ୍ରସାଦ ଗ୍ରାମ ଦେଇ ଲିମ୍ବେଶ୍ବରୀଙ୍କ ମନ୍ଦିରଠାରେ ପହଞ୍ଚିଥିଲା । ଲିମ୍ବେଶ୍ବରୀ ମନ୍ଦିରଠାରେ ଏକ ପଥପ୍ରାନ୍ତ ସଭାର ଆୟୋଜନ କରାଯାଇଥିଲା । ବିଧାୟକ ଦଳୀୟ କର୍ମକର୍ତ୍ତାଙ୍କୁ ଉଦବୋଧନ ଦେଇ ସରକାରଙ୍କ ଉନ୍ନୟନମୂଳକ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ ।

ଏହି ସଭାରେ ନୟାଗଡ଼ ବିଧାୟକ ଅରୁଣ ସାହୁ କହିଥିଲେ, "ବିଜେଡି ସରକାର ସମୟରେ କୋରପିଠା ଓ ସାକେରି ପଞ୍ଚାୟତର ଅନେକ ବିକାଶ ହୋଇଛି । କୋରପିଠା– ସାକେରି ନୂତନ ରାସ୍ତା ନିର୍ମାଣ ପାଇଁ ୭ କୋଟି ଅର୍ଥ ମଞ୍ଜୁର ହୋଇଛି । ଏହାର କାମ ଖୁବଶୀଘ୍ର ଆରମ୍ଭ ହେବ । ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ଦୁଇଟି ଉଚ୍ଚ ବିଦ୍ୟାଳୟ 5T ରୂପାନ୍ତରଣ କାର୍ଯ୍ୟକ୍ରମରେ ସାମିଲ ହୋଇଛି । କ୍ରୀଡ଼ାର ବିକାଶ ନିମନ୍ତେ ୬ କୋଟି ଟଙ୍କା ବ୍ୟୟରେ ଓଡ଼ଗାଁ ଠାରେ ଇନଡୋର ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଚାଲୁ ରହିଛି । ଘରକୁ ଘର ପାନୀୟ ଜଳ ଯୋଗାଣ ନିମନ୍ତେ ମେଗା ୱାଟର ପ୍ରୋଜେକ୍ଟ କାର୍ଯ୍ୟ ଆରମ୍ଭ ହୋଇଛି ।"

ଏହି ଅବସରରେ ନୟାଗଡ଼ ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ବିରଜାଲକ୍ଷ୍ମୀ ସାହୁ, ଜିଲ୍ଲା ପରିଷଦ ସଭ୍ୟା ଝିଲି ପ୍ରଧାନ, ବ୍ଲକ ଉପାଧ୍ୟକ୍ଷା ମୀରା ନାୟକ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିଭୁପ୍ରସାଦ ସାହୁ, ସରପଞ୍ଚ ପାୟଲୀ କୁମାରୀ ପ୍ରଧାନଙ୍କ ସମେତ ବହୁ ସଂଖ୍ୟାରେ ବିଜୁ ଜନତା ଦଳର କର୍ମୀ ଓ ସମର୍ଥକ ପଦଯାତ୍ରାରେ ସାମିଲ ହୋଇଥିଲେ ।

ଇଟିଭି ଭାରତ, ନୟାଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.