ETV Bharat / state

ସାମାନ୍ୟ ବଚସାରୁ ପେଟ୍ରୋଲ ପମ୍ପରେ ବୋମାମାଡ

author img

By

Published : Jan 15, 2021, 10:01 AM IST

Updated : Jan 15, 2021, 10:35 AM IST

ସାମାନ୍ୟ ବଚସାରୁ ପେଟ୍ରୋଲ ପମ୍ପରେ ବୋମାମାଡ
ସାମାନ୍ୟ ବଚସାରୁ ପେଟ୍ରୋଲ ପମ୍ପରେ ବୋମାମାଡ

09:54 January 15

ସାମାନ୍ୟ ବଚସାରୁ ଖଣ୍ଡପଡ଼ା ଥାନା ସିଙ୍ଗାପଡ଼ା ପେଟ୍ରୋଲ ପମ୍ପରେ ପେଟ୍ରୋଲ ବୋମାମାଡ଼ । ନିଆଁ ଲାଗି ଜଳିଗଲା ପେଟ୍ରୋଲ ପମ୍ପର ମାପଓଜନ ମେସିନ । ଅଧିକ ପଢନ୍ତୁ...

ସାମାନ୍ୟ ବଚସାରୁ ପେଟ୍ରୋଲ ପମ୍ପରେ ବୋମାମାଡ

ନୟାଗଡ: ସାମାନ୍ୟ ବଚସାରୁ ବୋମାମାଡ । ଖଣ୍ଡପଡା ସ୍ଥିତ ସିଙ୍ଘାପଡା ପେଟ୍ରୋଲ ପମ୍ପରେ  ହୋଇଛି ବୋମାମାଡ । ତେଲ ପକାଇବାକୁ ନେଇ ବଚସାରୁ ଦୁର୍ବୃତ୍ତ ବୋମାମାଡ କରି ଫେରାର ହୋଇଯାଇଛନ୍ତି।  ସେପଟେ ନିଆଁକୁ ଆୟତ୍ତ କରିଛନ୍ତି ପେଟ୍ରୋଲ କର୍ମଚାରୀ ।  

ସେପଟେ ବିଳମ୍ବିତ ରାତି 3 ଟା 28 ମିନିଟରେ ଦୁର୍ବୃର୍ତ୍ତ ନିଆଁ ଲଗାଇଥିବାର ଦୃଶ୍ୟ  ସିସିଟିଭି କଏଦ ହୋଇଛି । ନିଆଁ ଲଗାଇ ଥିବା ଯୁବକ ଜଣକ ଗଡ଼ିଆ ସାହି ପଞ୍ଚାୟତ ପଥରଖଣ୍ଡ ଗାଁର ବୋଲି ଅଭିଯୋଗ ହୋଇଛି । ଖବର ପାଇ ଖଣ୍ଡପଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇବା ସହ ଉକ୍ତ ଦୁର୍ବୃତ୍ତ କାବୁ କରିବାକୁ ବିଭିନ୍ନ ସ୍ଥାନ ଖାନ ତଲାସ ଚଳାଇଛି ।  

ସୂଚନା ଅନୁସାରେ, ବୁଧବାର ଯୁବକ ଜଣକ ଏକ ବଟଲ ଆଣି ପେଟ୍ରୋଲ ପମ୍ପରେ ପେଟ୍ରୋଲ ମାଗି ଥିଲା । ହେଲେ ଓଜନ ମାପକୁ ନେଇ ପେଟ୍ରୋଲ ପମ୍ପ କର୍ମଚାରୀ ଏବଂ ଉକ୍ତ ଯୁବକଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିପାଇଁ  ରାତିରେ ଏକ ପେଟ୍ରୋଲ ପମ୍ପରେ ବମ ପକାଇ ନିଆଁ ଲଗାଇ ଦେଇଥିବା କହିଛନ୍ତି ପମ୍ପର ମ୍ୟାନେଜର ।  

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated : Jan 15, 2021, 10:35 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.