ETV Bharat / state

ନୟାଗଡ ନାବାଳିକା ହତ୍ୟା ଘଟଣା; ସରଲା ରିମାଣ୍ଡ ଅବଧି, ଜେଲ ଗଲା ଅଭିଯୁକ୍ତ - ଜେଲ ଗଲା ଅଭିଯୁକ୍ତ

ନୟାଗଡ ଜିଲ୍ଲା ବାଣୀଗୋଛା ଥାନା ନୂଆଗାଁ ପଞ୍ଚାୟତ ଧୁନ୍ଦୁଗାଡ଼ିଆ ଗାଁର ଜଣେ ନାବାଳିକାକୁ ହତ୍ୟା ଘଟଣାରେ ଜେଲ ଯାଇଛି ଅଭିଯୁକ୍ତ । ଅଧିକ ପଢନ୍ତୁ...

ସରଲା ରିମାଣ୍ଡ ଅବଧି, ଜେଲ ଗଲା ଅଭିଯୁକ୍ତ
ସରଲା ରିମାଣ୍ଡ ଅବଧି, ଜେଲ ଗଲା ଅଭିଯୁକ୍ତ
author img

By

Published : Jun 22, 2021, 9:49 AM IST

ନୟାଗଡ: ଜିଲ୍ଲା ବାଣୀଗୋଛା ଥାନା ନୂଆଗାଁ ପଞ୍ଚାୟତ ଧୁନ୍ଦୁଗାଡ଼ିଆ ଗାଁର ଜଣେ ନାବାଳିକାକୁ ହତ୍ୟା ଘଟଣାରେ ଜେଲ ଯାଇଛି ଅଭିଯୁକ୍ତ । ଅଧିକ ତଦନ୍ତ ପାଇଁ ଅଭିଯୁକ୍ତକୁ ରିମାଣ୍ଡ ନେଇଥିଲା ବାଣିଗୋଚ୍ଛା ପୋଲିସ ।

ସରଲା ରିମାଣ୍ଡ ଅବଧି, ଜେଲ ଗଲା ଅଭିଯୁକ୍ତ

ସୂଚନାଅନୁସାରେ ଗତ 12 ତାରିଖ ଦିନ ବାଣୀଗୋଛା ଥାନା ଧୁନ୍ଦୁଗାଡ଼ିଆ ଗାଁ ଦାଣ୍ଡରେ ଖେଳୁଥିବା ସମୟରେ ନିଖୋଜ ହୋଇଯାଇଥିଲା 6 ବର୍ଷୀୟା ନାବାଳିକା । ଘରଲୋକ ଅନେକ ଖୋଜାଖୋଜି କରିବା ପରେ ନାବାଳିକାକୁ ପାଇ ନଥିଲେ । ଘଟଣାର କେତେ ଘଣ୍ଟା ପରେ ଗାଁ ପାଖରୁ ତାର ମୃତଦେହ ଉଦ୍ଧାର କରିଥିଲା ପୋଲିସ । ନୟାଗଡ଼ ଏସପି ସିଦ୍ଧାର୍ଥ କଟାରିୟା ସାମ୍ବାଦିକ ସମ୍ମିଳନୀ କରି ଏହାର ଖୁଲାସା କରିଛନ୍ତି l

ତେବେ ଏହି ଘଟଣାରେ ତଦନ୍ତ କରି ଅଭିଯୁକ୍ତକୁ 3 ଦିନିଆ ରିମାଣ୍ଡରେ ନେଇଥିଲା ପୋଲିସ । ତଦନ୍ତ ପରେ ପୋଲିସ ହତ୍ୟାର ପ୍ରକୃତ କାରଣ ଜାଣିବାକୁ ପାଇଛି । ଦୋଷୀ କିପରି କାଣ୍ଡ ଘଟାଇଥିଲା ତାର ଡେମୋ ଦେଖାଇଥିଲା ଅଭିଯୁକ୍ତ । ପୋଲିସ 7 ଦିନିଆ ରିମାଣ୍ଡ ମାଗିଥିଲାବେଳେ ହେଲେ ନୟାଗଡ଼ ପୋକ୍ସୋ କୋର୍ଟ 3 ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଥିଲା । ରିମାଣ୍ଡ ଅବଧି ସରିବା ପରେ ଅଭିଯୁକ୍ତକୁ ଜେଲ ପଠାଯାଇଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.