ETV Bharat / state

ନୟାଗଡ ଗସ୍ତରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ - minister prafulla mallick visit nayagarh

ଆଜି(ବୁଧବାର) ରାଜ୍ୟ ଖଣି,ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ନୟାଗଡ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ବିଜେଡି ପକ୍ଷରୁ ଆୟୋଜିତ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ସଭାରେ ମଧ୍ୟ ସାମିଲ ହୋଇଛନ୍ତି ।

ନୟାଗଡ ଗସ୍ତରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ
ନୟାଗଡ ଗସ୍ତରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ
author img

By

Published : Jan 20, 2021, 5:46 PM IST

Updated : Jan 20, 2021, 6:48 PM IST

ନୟାଗଡ଼:ନିକଟରେ ହୋଇଥିବା ଏକ ସର୍ଭେରେ ସାରା ଭାରତରେ ଏକ ନମ୍ବର ମୁଖ୍ୟମନ୍ତ୍ରୀ ସ୍ଥାନରେ ଶୀର୍ଷସ୍ଥାନରେ ରହିଥିଲେ ନବୀନ ପଟ୍ଟନାୟକ । ଯାହାକୁ ନେଇ ଆଜି(ବୁଧବାର) ରାଜ୍ୟ ଖଣି,ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ନୟାଗଡ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ମୁଖ୍ୟ ବିଜେଡି ପକ୍ଷରୁ ଆୟୋଜିତ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ସଭାରେ ମଧ୍ୟ ସାମିଲ ହୋଇଛନ୍ତି ।

ନୟାଗଡ଼ରେ ଚାଲିଥିବା ଅତ୍ୟାଧୁନିକ ବଲାଙ୍ଗି ପାର୍କ, ନୂଆ ବସଷ୍ଟାଣ୍ଡ, ବୃଦ୍ଧାଶ୍ରମ ଏବଂ ବିଭିନ୍ନ ପୂର୍ତ୍ତବିଭାଗ ପାଖରୁ ଜାରି ରହିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବା ସହ ନୟାଗଡ ଜିଲ୍ଲାପାଳ ଏବଂ ବିଭାଗୀୟ ଅଧିକାରୀଙ୍କ ସହ ଏନେଇ କଥାବାର୍ତା ହେଇଥିଲେ ମନ୍ତ୍ରୀ ।

ନୟାଗଡ ଗସ୍ତରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ

ଏହାପରେ ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକଙ୍କ ନାମ ଘୋଷଣା ପରେ ନୟାଗଡ଼ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ନୟାଗଡ଼ରେ ଅନୁଷ୍ଠିତ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ସଭାରେ ମଧ୍ୟ ଯୋଗ ଦେଇଥିଲେ ମନ୍ତ୍ରୀ ।

ଏହି କାର୍ଯ୍ୟକ୍ରମରେ ନୟାଗଡ ବିଧାୟକ ତଥା ମନ୍ତ୍ରୀ ଅରୁଣ କୁମାର ସାହୁ, ଦଶପଲ୍ଲା ବିଧାୟକ ତଥା ବିଜେଡି ଜିଲ୍ଲା ସଭାପତି ରମେଶ ବେହେରା, ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ବିଜେଡି ଜିଲ୍ଲା ଯୁବ ସଭାପତି ରମେଶ ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated : Jan 20, 2021, 6:48 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.