ETV Bharat / state

ଖୁସି ମନାଇବା ପାଇଁ କୋଭିଡ ନିୟମକୁ ଫୁ କଲେ ମନ୍ତ୍ରୀ ଅରୁଣ ସାହୁ

ନୟାଗଡରେ କୋଭିଡ୍ ଗାଇଡଲାଇନକୁ ଫୁ । ଇନଡୋର୍ ଷ୍ଟାଡିୟମ ହେବା ଖୁସିରେ ନିୟମ ଉଲ୍ଲଙ୍ଘନ କରି ଏକାଠି ହେଲେ ଶତାଧିକ ଲୋକେ, ସଭାରେ ସାମିଲ୍ ମନ୍ତ୍ରୀ ଅରୁଣ ସାହୁ । ଅଧିକ ପଢନ୍ତୁ...

କୋଭିଡ ନିୟମର ଧଜିଆ ଉଡାଇଲେ ମନ୍ତ୍ରୀ ଅରୁଣ ସାହୁ, ଶତାଧିକ ଲୋକଙ୍କୁ ଏକାଠି କଲେ

author img

By

Published : Aug 10, 2021, 12:38 PM IST

ନୟାଗଡ଼: ଖୁସି ମନାଇବାକୁ ଯାଇ ନୟାଗଡରେ କୋରୋନାକୁ ନିମନ୍ତ୍ରଣ । ଖୋଦ ଉଚ୍ଚଶିକ୍ଷା ଓ କୃଷି ମନ୍ତ୍ରୀ ତଥା ନୟାଗଡ ବିଧାୟକ ଅରୁଣ ସାହୁ ସାମିଲ ହୋଇ କୋରୋନାକୁ ନିମନ୍ତ୍ରଣ କରୁଥିବା ଦେଖିବାକୁ ମିଳିଛି । ମୁଖ୍ଯମନ୍ତ୍ରୀ ଇଣ୍ଡୋର ଷ୍ଟାଡିୟମ ପାଇଁ ଅର୍ଥ ମଞ୍ଜୁର କରିବା ପରେ ନୟାଗଡରେ ଅନୁଷ୍ଠିତ ଏକ ଧନ୍ୟବାଦ ସଭାରେ କୋରୋନା ନିୟମକୁ ଫୁ ।

କୋଭିଡ ନିୟମର ଧଜିଆ ଉଡାଇଲେ ମନ୍ତ୍ରୀ ଅରୁଣ ସାହୁ, ଶତାଧିକ ଲୋକଙ୍କୁ ଏକାଠି କଲେ

ନୟାଗଡ଼ ମ୍ୟୁନିସପାଲଟି ଅଞ୍ଚଳରେ ଏକ ଇନଡୋର୍ ଷ୍ଟାଡିୟମ ପାଇଁ 10 କୋଟି ଟଙ୍କା ମଞ୍ଜୁର ହେବା ପରେ ଶତାଧିକ ଦଳୀୟ କର୍ମୀଙ୍କୁ ଏକାଠି କରି ମୁଖ୍ୟମନ୍ତ୍ରୀଙ୍କ ଜୟଗାନ କରାଇଛନ୍ତି ମନ୍ତ୍ରୀ ଅରୁଣ ସାହୁ । ସଭାରେ ସାମାଜିକ ଦୂରତାକୁ କାହାରି ଖାତିର ନ ଥିବାବେଳେ କେତେକ ମାସ୍କ ପିନ୍ଧିଛନ୍ତି ତ ଆଉ କେତେକ ପିନ୍ଧିନଥିବା ଦେଖିବାକୁ ମିଳିଛି । ତେବେ ସାଧାରଣ ଲୋକ ମାସ୍କ ନପିନ୍ଧିଲେ ପୋଲିସ ମୋଟା ଅଙ୍କର ଫାଇନ ଆଦାୟ କରିବା ସହ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଏଠାରେ କାର୍ଯ୍ୟାନୁଷ୍ଠାନ କେବେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଅନ୍ୟପଟେ ବିଗତ କିଛିଦିନ ତଳେ ଜଣେ ବାଇକ୍ ଆରୋହୀଙ୍କ ମାସ୍କ ଖସି ଯାଇଥିବାରୁ ନୟାଗଡ଼ ଟ୍ରାଫିକ ଛକରେ ଟାଉନ ଥାନା ସବ ଇନସ୍ପେକ୍ଟର ନିସ୍ତୁକ ମାଡ଼ ମରୁଥିବା ଭିଡିଓ ଭାଇରଲ ହୋଇଥିଲା । ମାତ୍ର ପୋଲିସ ଏଠାରେ ପୋଲିସ ଚୁପ କଣ ପାଇଁ ବୋଲି ପ୍ରଶ୍ନ ଉଠିଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.