ETV Bharat / state

ମାତିଛନ୍ତି ଖଣି ମାଫିଆ, ପାହାଡ ଖୋଳି ହେଉଛନ୍ତି ମାଲାମାଲ - ଖଣି ମାଫିଆ

ମାତିଛନ୍ତି ଖଣି ମାଫିଆ । ନୟାଗଡ ବରଗୁଡ଼ି ମୁଣ୍ଡିଆରୁ ଲୁଟ ହେଉଛି କୋଟି କୋଟି ଟଙ୍କାର ଖଣି । ବେଆଇନ ଖଣି ଖନନ ପାଇଁ ଗ୍ରାମବାସୀଙ୍କ ଦାବି । ଅଧିକ ପଢନ୍ତୁ....

ମାତିଛନ୍ତି ଖଣି ମାଫିଆ, ପାହାଡ ଖୋଳି ହେଉଛନ୍ତି ମାଲାମାଲ

author img

By

Published : Aug 27, 2021, 11:35 AM IST

ନୟାଗଡ: ଦିନ ଦ୍ବିପହରରେ ଲଣ୍ଡା ହେଉଛି ପାହାଡ । ସବୁଜିମାରେ ଭରା ପାହାଡ ଦିନ କେଇଟା ପରେ ଶ୍ରୀହୀନ ହୋଇଯିବ । କାହିଁକିନା ମାତିଛନ୍ତି ଖଣି ମାଫିଆ । ନୟାଗଡ ଘଣାଶାଳିଆ ଗାଁ ନିକଟରେ ରହିଛି ବରଗୁଡ଼ି ମୁଣ୍ଡିଆ । ଯେଉଁଠାରେ ଚାଲିଛି ରାତିଦିନ ପଥର ବ୍ଳାଷ୍ଟିଂ । ଟ୍ରକ ଲଗାଇ ପଥର ଲୁଟି ନେଉଛନ୍ତି ଖଣି ମାଫିଆ । ଫଳରେ କୋଟି କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି ସରକାର । ପ୍ରଶାସନ ପକ୍ଷରୁ ଜଣେ ବ୍ୟକ୍ତିଙ୍କୁ କିଛି ଦିନ ପାଇଁ ଏହି ମୁଣ୍ଡିଆ ପାହାଡ ଲିଜରେ ଦିଆଯାଇଥିଲା l ମାତ୍ର ଅବଧି ସରିଯାଇଥିଲେ ହେଁ ଲୁଚାଚୋରା ଭାବେ ଖଣିକୁ ସେ ଲୁଟ କରୁଥିବା ଅଭିଯୋଗ ହୋଇଛି । କେବଳ ସେତିକି ନୁହେଁ, ଆବଶ୍ୟକତା ଠାରୁ ଢେର ଅଧିକ ଖଣି ଲୁଟ କରିଛନ୍ତି ମାଫିଆ । ପାହାଡ ଏବେ ଭୂମିରେ ମିଶିବାକୁ ଲାଗିଲାଣି । ଯାହା ଦିନେ ସୁଉଚ୍ଚ ପାହାଡ ଥିଲା ଆଜି ତାହା ବିରାଟ ଗର୍ତ୍ତରେ ପରିଣତ ହୋଇଛି l

ମାତିଛନ୍ତି ଖଣି ମାଫିଆ, ପାହାଡ ଖୋଳି ହେଉଛନ୍ତି ମାଲାମାଲ

ସେପଟେ ମାଫିଆଙ୍କ ଅହରହ ପଥର ବ୍ଲାଷ୍ଟିଂ ଯୋଗୁଁ ଅତିଷ୍ଠ ହୋଇପଡିଲେଣି ସ୍ଥାନୀୟଲୋକେ । ବେଆଇନ ପଥର ବ୍ଳାଷ୍ଟିଂ ଯୋଗୁଁ ଘରର କାନ୍ଥ ଫାଟି ଆଁ କଲାଣି । କେବଳ ସେତିକି ନୁହେଁ ଚାଷ ଜମି, ଗୋଚାରଣ ଭୂମି ମଧ୍ୟ ନଷ୍ଟ ହୋଇଗଲାଣି । ଅନେକ ସମୟରେ ଘର ଉପରେ ପଥର ବୋଝେଇ ମାଲଗାଡ଼ି ଓଲଟିପଡିଥିବା ନଜିର ବି ରହିଛି । ଘର ମାଲିକ କି ଗ୍ରାମବାସୀ ପ୍ରତିବାଦ କଲେ ହତ୍ୟା ଧମକ ଦିଆଯାଉଥିବା ଅଭିଯୋଗ ହୋଇଛି । ଘଣାଶାଳିଆ, ଭ୍ରମରବରପ୍ରସାଦ, ବାଞ୍ଛପଲ୍ଲୀ, ହତିଆପଲ୍ଲୀ, ରତନପୁର ଏବଂ ସିଧାମୂଳ, କନାସିଙ୍ଗ ଓ ରାଜକିଆରୀ ଗ୍ରାମବାସୀ ପଥର ଖଣି ଚାଲିବା ଫଳରେ କ୍ଷତି ସହୁଛନ୍ତି l

ଏପରିକି ଖଣି ବନ୍ଦ ଦାବିରେ ଗାଁ ଲୋକେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ l ପରେ ଖଣ୍ଡପଡ଼ା ତହସିଲ ପକ୍ଷରୁ ଖଣିରେ 144 ଧାରା ଲାଗୁ କରାଯାଇଥିଲା । ନାଲି ପତାକା ଲଗାଯିବା ସହ ତାର ବାଡ ମଧ୍ୟ ପୋତାଯାଇଥିଲା l ହେଲେ ସମୟ ସୁବିଧା ଦେଖି ଖଣିକୁ ମାଫିଆ ଚଳାଉଥିବାର ଅଭିଯୋଗ ହୋଇଛି l ଖଣିକୁ ସ୍ଥାୟୀ ଭାବେ ବନ୍ଦ କରିବା ସହ ମାଫିଆ ଲୁଟ କରିଥିବା ଟଙ୍କା ଭରଣା ପାଇଁ ଦାବି କରିଛନ୍ତି ଗ୍ରାମବାସୀ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.