ନୟାଗଡ଼ : ପୁରାତନ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ମୂର୍ତ୍ତି ଚୋରି । ଏଭଳି ଘଟଣା ଘଟିଛି ନୟାଗଡ ଜିଲ୍ଲା ରଣପୁରରେ । ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ରଣପୁର ସହରର ସର୍ବପୁରାତନ ସ୍ବପ୍ନେଶ୍ୱର ଶୈବ ମନ୍ଦିରରେ ପଶି ଦୁଆର ଭାଙ୍ଗିଥିଲେ । ଏହାପରେ ମନ୍ଦିର ଭିତରେ ପ୍ରବେଶ କରି 5ରୁ ଊର୍ଦ୍ଧ୍ବ ଅଷ୍ଟଧାତୁ ନିର୍ମିତ ମୂର୍ତ୍ତି ଚୋରି କରିନେଇଥିବାର ଦେଖିବାକୁ ମିଳିଛି ।
ଖବରପାଇ ଘଟଣାସ୍ଥଳରେ ରଣପୁର ପୋଲିସ ପହଞ୍ଚି ତଦନ୍ତ କରୁଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତାେଷ ପ୍ରକାଶ ପାଇଛି ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ