ETV Bharat / state

ମାନସିକ ବିକାରଗ୍ରସ୍ତଙ୍କ ସେବାରେ ନୟାଗଡର ସ୍ବେଚ୍ଛାସେବୀ ସଂଗଠନ

author img

By

Published : Oct 12, 2020, 10:26 PM IST

ନୟାଗଡ ଜିଲ୍ଲା ଓଡଗାଁର ସ୍ବେଚ୍ଛାସେବୀ ସଂଗଠନ ମାନସିକ ବିକାରଗ୍ରସ୍ତଙ୍କ ସେବା କରିଛନ୍ତି । ସେମାନଙ୍କୁ ଗାଧୋଇଦେବା ସହ ସେମାନଙ୍କ ଦାଢ଼ି କାଟି ସଫାସୁତୁରା କରାଇଥିଲେ l ସେମାନଙ୍କୁ ପରିଧାନ ପାଇଁ ପୋଷାକ ପ୍ରଦାନ କରାଯିବା ସହ କିଛି ଖାଦ୍ୟ ପ୍ରଦାନ କରାଯାଇଥିଲା l ଅଧିକ ପଢନ୍ତୁ...

ମାନସିକ ବିକାରଗ୍ରସ୍ତଙ୍କ ସେବା କଲା ସ୍ବେଚ୍ଛାସେବୀ ସଂଗଠନ

ନୟାଗଡ଼: ମାନସିକ ବିକାରଗ୍ରସ୍ତଙ୍କ ସେବା କଲା ସ୍ବେଚ୍ଛାସେୀ ସଂଗଠନ । ଯେଉଁମାନଙ୍କ ସୁଖଦୁଃଖ ବୁଝିବା ପାଇଁ ସମସ୍ତେ ପଛଘୁଞ୍ଚା ଦିଅନ୍ତି ସେମାନଙ୍କୁ ସାହାଯ୍ୟର ହାତ ବଢ଼ାଇଛି ନୟାଗଡର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ l

ନୟାଗଡ ଜିଲ୍ଲା ଓଡ଼ଗାଁର 12 ଜଣ ସଦସ୍ୟଙ୍କୁ ନେଇ ଗଠିତ ହୋଇଥିବା ଏହି ସ୍ବେଚ୍ଛାସେବୀ ସଂଗଠନ ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କର ସେବା କରୁଛନ୍ତି l ସେମାନଙ୍କୁ ଗାଧୋଇଦେବା ସହ ସେମାନଙ୍କ ଦାଢ଼ି କାଟି ସଫାସୁତୁରା କରାଇଥିଲେ l ସେମାନଙ୍କୁ ପରିଧାନ ପାଇଁ ପୋଷାକ ପ୍ରଦାନ କରାଯିବା ସହ କିଛି ଖାଦ୍ୟ ପ୍ରଦାନ କରାଯାଇଥିଲା l ଯୁବକମାନେ ନିଜ ପ୍ରଚେଷ୍ଟାରେ ଏହି କାର୍ଯ୍ୟକ୍ରମ କରିଛନ୍ତି l

ପୂର୍ବରୁ ନୟାଗଡ଼ ବସଷ୍ଟାଣ୍ଡ ରେ ଥିବା ମାନସିକ ବିକାରଗ୍ରସ୍ତଙ୍କୁ ମଧ୍ୟ ଏହି ଯୁବକମାନେ ସେବା ପ୍ରଦାନ କରିଥିଲେ l ଯୁବବର୍ଗଙ୍କ ଏଭଳି ପ୍ରୟାସକୁ ସାଧାରଣରେ ପ୍ରଶଂସା କରାଯାଇଛି l ଏହି କାର୍ଯ୍ୟକ୍ରମକୁ ଆଶୁତୋଷ ଦାସ ପରିଚାଳନା କରିଥିବା ବେଳେ ଅନ୍ୟମାନେ ସହଯୋଗ କରିଥିଲେ l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.