ନୟାଗଡ଼: ଜିଲ୍ଲା ରଣପୁର ଥାନା ଦର୍ପନାରାୟଣପୁର ଫାଣ୍ଡି ଅନ୍ତର୍ଗତ ଡେଙ୍ଗାଝରି ଗାଁରେ ଜଣେ ନବବଧୂଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । ଗତ ବୁଧବାର ଘଟିଥିଲା ଏହି ଘଟଣା l ଜୁଲି ସୁବୁଦ୍ଧି ନାମକ ମହିଳା ୮ ମାସ ତଳେ ଡେଙ୍ଗାଝରି ଗାଁ'ର ରିତୁ ମାଣ୍ଡେଇଙ୍କୁ ପ୍ରେମ ବିବାହ କରିଥିଲେ । ବିବାହ ପରେ ସ୍ୱାମୀଙ୍କ ପରକୀୟା ପ୍ରୀତିକୁ ନେଇ ପତି ପତ୍ନୀଙ୍କ ମଧ୍ୟରେ କଳହ ଆରମ୍ଭ ହୋଇଥିଲା ।
ଏହା ବି ପଢ଼ନ୍ତୁ ଯୌତୁକ ନିର୍ଯାତନା ସହିନପାରି ଜୀବନ ହାରିଲା ନବବଧୂ, ସ୍ବାମୀ ଅଟକ
ଅନ୍ୟପଟେ ଶ୍ବଶୁର ଘର ଲୋକେ ବିଭିନ୍ନ ସମୟରେ ଜୁଲି ସୁବୁଦ୍ଧିଙ୍କୁ ଯୌତୁକ ପାଇଁ ମାନସିକ ଓ ଶାରୀରିକ ନିର୍ଯାତନା ଦେବା ସହ ବାପ ଘରକୁ ଯିବାକୁ ବାରଣ କରୁଥିଲେ । ଏହାକୁ ନେଇ ଜୁଲିଙ୍କ ବାପଘର ଲୋକ ଅଭିଯୋଗ କରିଥିଲେ । ବୁଧବାର ସନ୍ଦେହଜନକ ଭାବରେ ଜୁଲିଙ୍କ ମୃତ୍ୟୁ ହୋଇଥିଲା । ଏହାକୁ ନେଇ ତାଙ୍କ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ଅଣାଯାଇଥିଲା ।
ଯୌତୁକ ପାଇଁ ଜୁଲିଙ୍କୁ ତାଙ୍କ ଶାଶୁଘର ଲୋକେ ମାରି ଦେଇଥିବା ପରିବାର ଲୋକ ରଣପୁର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ତଦନ୍ତ କରି ସ୍ୱାମୀ ରିତୁ ମାଣ୍ଡେଇ, ଶାଶୁ ପନ୍ଦାରି ମାଣ୍ଡେଇଙ୍କୁ ଗିରଫ କରିଛି l
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ