ETV Bharat / state

ବାହାଡାଝୋଲାରେ ଷ୍ଟେଟ୍ ବ୍ୟାଙ୍କ ଖୋଲିବାକୁ ଅଞ୍ଚଳବାସୀଙ୍କ ଦାବି - nayagargh district news

ବ୍ୟାଙ୍କ ସୁବିଧା ଯୋଗାଇ ଦେବା ପାଇଁ ଦାବି କଲେ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ବାହାଡ଼ାଝୋଲା ଗ୍ରାମବାସୀ । ଜିଲ୍ଲାପାଳଙ୍କୁ ଦାବିପତ୍ର । ପଢନ୍ତୁ ଅଧିକ.....

ବାହାଡାଝୋଲାରେ ଷ୍ଟେଟ୍ ବ୍ୟାଙ୍କ ଖୋଲିବାକୁ ଅଞ୍ଚଳବାସୀଙ୍କ ଦାବି

author img

By

Published : Dec 29, 2020, 9:09 PM IST

ନୟାଗଡ଼ : ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଥିବାବେଳେ ଏହାର ସୁଫଳ ଉଠାଇବା ପାଇଁ ବ୍ୟାଙ୍କ ସେବା ଅପରିହାର୍ଯ୍ୟ ହୋଇ ପଡିଛି । ଲୋକଙ୍କ ଆବଶ୍ୟକ ଅନୁସାରେ ବ୍ୟାଙ୍କର ଅଭାବ ଯୋଗୁଁ ବିଭିନ୍ନ ସେବା ପାଇବା ପାଇଁ ହନ୍ତସନ୍ତ ହେଉଛନ୍ତି ଲୋକେ l ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ବାହାଡ଼ାଝୋଲାରେ l ଏଠାରେ ଏକ ବ୍ୟାଙ୍କ ଖୋଲିବାକୁ ଦାବି କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ ।

ବାହାଡାଝୋଲାରେ ଷ୍ଟେଟ୍ ବ୍ୟାଙ୍କ ଖୋଲିବାକୁ ଅଞ୍ଚଳବାସୀଙ୍କ ଦାବି

ବାହାଡାଝୋଲା ଥିବା 100 ବର୍ଷର ପୁରୁଣା ବଜାର ତଥା ହାଟକୁ ଦୂରଦୁରାନ୍ତ ତଥା ରାଜ୍ୟ ବାହାରୁ ବ୍ୟବସାୟୀମାନେ ଆସିଥାନ୍ତି l ବାହାଡ଼ାଝୋଲା ହାଟ ଉପରେ ବେରୁଆବାରି ,‌ହରିପୁରୁ ,ସିଙ୍ଗାରପଲ୍ଲ ,କାପ୍ତାପଲ୍ଲୀ ଗୁମୀ ଆଦି ଅଞ୍ଚଳର ପ୍ରାୟ 50 ହଜାରରୁ ଊର୍ଦ୍ଧ୍ବ ଲୋକ ନିର୍ଭର କରିଥାନ୍ତି l

ଏଠାରେ ଏକମାତ୍ର ନ୍ୟାସନାଲ ବ୍ୟାଙ୍କ ଅଫ ବରୋଦାର ଶାଖା ଥିବାବେଳେ ଏହା ସଠିକ ଭାବରେ ଗ୍ରାହକ ସେବା ପ୍ରଦାନ କରିପାରୁନାହିଁ l ଅନ୍ୟ କିଛି ନ୍ୟାସନାଲ ବ୍ୟାଙ୍କ କିମ୍ବା ଷ୍ଟେଟ୍ ବ୍ୟାଙ୍କ ପାଇଁ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ଏଥିପ୍ରତି ପ୍ରାଥମିକତାର ସହ ଧ୍ୟାନ ଦେବାକୁ ଅନୁରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.