ETV Bharat / state

ଅତିରିକ୍ତ ତହସିଲଦାର ନିଯୁକ୍ତି ଦାବିରେ ଫାଟକ ବନ୍ଦ କଲେ ଆଇନଜୀବୀ

ନୟାଗଡ଼ ଜିଲ୍ଲା ଓଡ଼ଗାଁ ତହସିଲ କାର୍ଯ୍ୟାଳୟରେ ଦୀର୍ଘ ୨ ବର୍ଷ ଧରି ଖାଲି ପଡିଥିବା ଅତିରିକ୍ତ ତହସିଲଦାରଙ୍କ ନିଯୁକ୍ତି ଦାବିରେ ତହସିଲ କାର୍ଯ୍ୟାଳୟ ଫାଟକ ବନ୍ଦ କରି ପ୍ରତୀକ ଧାରଣାରେ ବସିଥିଲେ ଆଇନଜୀବୀ । ଅଧିକ ପଢନ୍ତୁ...

ଅତିରିକ୍ତ ତହସିଲଦାର ନିଯୁକ୍ତି ଦାବିରେ ଫାଟକ ବନ୍ଦ କଲେ ଆଇନଜୀବୀ
ଅତିରିକ୍ତ ତହସିଲଦାର ନିଯୁକ୍ତି ଦାବିରେ ଫାଟକ ବନ୍ଦ କଲେ ଆଇନଜୀବୀ
author img

By

Published : Nov 18, 2020, 10:42 PM IST

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ତହସିଲ କାର୍ଯ୍ୟାଳୟରେ ଦୀର୍ଘ ୨ ବର୍ଷ ଧରି ଖାଲି ପଡିଥିବା ଅତିରିକ୍ତ ତହସିଲଦାରଙ୍କ ନିଯୁକ୍ତି ଦାବିରେ ତହସିଲ କାର୍ଯ୍ୟାଳୟ ଫାଟକ ବନ୍ଦ କରି ପ୍ରତୀକ ଧାରଣାରେ ବସିଥିଲେ ଓଡ଼ଗାଁ ବାର ଆସୋସିଏସନ ଆଇନଜୀବୀମାନେ ।

ଦୀର୍ଘ ଦିନ ଧରି ଏହି ପଦବୀ ଖାଲି ପଡିଥିବାବେଳେ କରୋନା ଏବଂ ଅନ୍ୟାନ୍ୟ ଦାୟିତ୍ୱରେ ଥିବା ତହସିଲଦାର ଅନେକ ସମୟରେ ଅନୁପସ୍ଥିତ ରହୁଥିବାରୁ ମ୍ୟୁଟେସନ, ଛାତ୍ରଛାତ୍ରୀଙ୍କ ପ୍ରମାଣପତ୍ର, ଉତ୍ତରାଧିକାରୀ ପ୍ରମାଣପତ୍ର, ଜନ୍ମ ମୃତ୍ୟୁ ପ୍ରମାଣପତ୍ର, ଆଦି କାର୍ଯ୍ୟରେ ବାଧାପ୍ରାପ୍ତ ହେଉଛି ବୋଲି ବାର ଆସୋସିଏସନ ସଦସ୍ୟ ମାନେ କହିଛନ୍ତି ।

ଏକ ସପ୍ତାହ ମଧ୍ୟରେ ଦାବି ପୂରଣ ନହେଲେ ଆଗାମୀ ଦିନରେ କୋଭିଡ ନିୟମ ମାନି ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି । ଖୁବ ଶ୍ରୀଘ୍ର ସମସ୍ୟାର ସମାଧାନ ପାଇଁ ଦାବି ଉପସ୍ଥାପନ କରିଛନ୍ତି ଆଇନଜୀବୀମାନେ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.