ETV Bharat / state

22 ବର୍ଷ ହେଲା କାଜୁ ଜଙ୍ଗଲ ନେଇ ସରକାର କରୁଛନ୍ତି ଟାଳଟୁଳ ନୀତି - ନୟାଗଡ ଖବର

ଓଡିଶା କୃଷକ ସଭା ନେତୃତ୍ୱରେ କାଜୁ ସଂଗ୍ରାମ ସମିତି ତରଫରୁ କାଜୁ ଚାଷୀ ମାନଙ୍କର ସଭା ପଟିଆ ପଞ୍ଚାୟତ କଦମଝୋଲା ଠାରେ ଅନୁଷ୍ଠିତ ହୋଇଯାଇଛି l ସମିତି ସଭ୍ୟ ବିଜୟ କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ଏହି ସଭା । ଅଧିକ ପଢନ୍ତୁ

22 ବର୍ଷ ହେଲା କାଜୁ ଜଙ୍ଗଲ ନେଇ ସରକାର କରୁଛନ୍ତି ଟାଳଟୁଳ ନୀତି

author img

By

Published : Dec 10, 2021, 7:27 AM IST

ନୟାଗଡ: ଓଡିଶା କୃଷକ ସଭା ନେତୃତ୍ୱରେ କାଜୁ ସଂଗ୍ରାମ ସମିତି ତରଫରୁ କାଜୁ ଚାଷୀ ମାନଙ୍କର ସଭା ପଟିଆ ପଞ୍ଚାୟତ କଦମଝୋଲା ଠାରେ ଅନୁଷ୍ଠିତ ହୋଇଯାଇଛି l ସମିତି ସଭ୍ୟ ବିଜୟ କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ଏହି ସଭା l କଦମଝୋଲା,ପଟିଆ,ଜିରୀପଡା, ପାଇକସାହି ଆଦି ମୌଜାରେ ଥିବା ସରକାରୀ ଜମିରେ କାଜୁ କର୍ପୋରେସନ ଦଖଲ କରିଥିବାରୁ ସାଧାରଣ ଗରିବ ଜମିହୀନ ପରିବାର ଜମି ଲିଜ ପାଇ ପାରୁନାହାନ୍ତି।

22 ବର୍ଷ ହେଲା କାଜୁ ଜଙ୍ଗଲ ନେଇ ସରକାର କରୁଛନ୍ତି ଟାଳଟୁଳ ନୀତି

ଦୀର୍ଘ ୨୨ବର୍ଷ ହେଲା କୃଷକ ସଭା ନେତୃତ୍ୱରେ କାଜୁ ସଂଗ୍ରାମ ସମିତି ତରଫରୁ କାଜୁ ଜମି ଦଖଲ କରି ଲିଜ ଦରଖାସ୍ତ କରିଥିଲେ ମଧ୍ୟ ସରକାରଙ୍କ ଟାଳଟୁଳ ନୀତି ନେବାରୁ ଏଯାବତ ଚାଷୀ ମାନେ ଜମି ପାଇଲେ ନାହିଁ । ଯେତେବେଳେ ପଟିଆ ଅଞ୍ଚଳରେ ପତ୍ର କମ୍ପାନୀ ଭଳି ବଡ଼ ବଡ଼ କମ୍ପାନୀ ମାଲିକମାନେ ସରକାରୀ ଜମିକୁ ବେଆଇନ ଭାବେ ଦଖଲ କରି ଚାଲିଛନ୍ତି ।

ହେଲେ ଗରିବ, ବାସହୀନ ଓ ଜମି ଲୋକ ଜମି ପାଉନାହାଁନ୍ତି । ଏହା ବିରୋଧରେ ତୀବ୍ର ଆନ୍ଦୋଳନ ହେବ ବୋଲି ବକ୍ତାମାନେ ଚେତାବନୀ ଦେଇଥିଲେ। ଏଥିପାଇଁ ଚାଷୀମାନେ ଗାଁରେ ଗାଁରେ ଏକାଠି ହୋଇ ଲିଜ ଦରଖାସ୍ତ କରିବା ସହ ଆନ୍ଦୋଳନକୁ ଆଗେଇ ନେବାକୁ ବକ୍ତାମାନେ ଆହ୍ବାନ ଦେଇଥିଲେ। ଏହି ସାଧାରଣ ସଭାରେ କୃଷକ ସଭାର ରାଜ୍ୟ ନେତା ସୁରେଶ ପାଣିଗ୍ରାହୀଙ୍କ ସମତେ ବହୁ ମାନ୍ୟଗନ୍ୟ ଲୋକେ ସାମିଲ ହୋଇଥିଲେ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.