ନୟାଗଡ: ଯଦୁପୁର ନାବାଳିକା ହତ୍ୟା ଘଟଣା । ଅଭିଯୁକ୍ତଙ୍କ ସ୍ଵିକାରୋକ୍ତିକୁ ଖଣ୍ଡନ କଲେ ନାବାଳିକାଙ୍କ ବାପା ମା’ । ବହୁଚର୍ଚ୍ଚିତ ଯଦୁପୁର ନାବାଳିକା ହତ୍ୟା ଘଟଣାରେ ଅଭିଯୁକ୍ତଙ୍କ ସ୍ଵିକାରୋକ୍ତିକୁ ନେଇ ଏକ ଭିଡିଓ ଭାଇରାଲ ହୋଇଛି, ଯାହାକୁ ନାବାଳିକାଙ୍କ ବାପାମା ଖଣ୍ଡନ କରିଛନ୍ତି ।
ତେବେ ଅଭିଯୁକ୍ତଙ୍କୁ ଗିରଫ କରାଯିବା ଦିନ ଏହି ଭିଡ଼ିଓଟି ଉତ୍ତୋଳନ କରାଯାଇଥିବା କୁହାଯାଉଛି l ଏ ସମ୍ପର୍କରେ ମୃତ ନାବାଳିକାଙ୍କ ବାପା ଅଶୋକ ସାହୁ କହିଛନ୍ତି ଯେ, ଅଭିଯୁକ୍ତକୁ ଏସଆଇଟି ମାଡ଼ ମାରି ଏପରି କୁହାଇଛନ୍ତି l ଏସଆଇଟି ଲୋକଙ୍କୁ ଦେଖାଇବାକୁ ଚାଁହୁଛି ଯେ ସେ ପ୍ରକୃତ ଦୋଷୀ l କିନ୍ତୁ ସେ ନୁହେଁ । ଏସଆଇଟି ଗୋଟେ ନାଟକ ବାଜି ଚଲାଇଛି l ସିବିଆଇ ଆସିଲେ ସବୁ ସତ ଧରାପଡ଼ିବ l ଏହା ସହ 3 ସାକ୍ଷୀଙ୍କୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି l
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ