ETV Bharat / state

କୋମାରେ ଓଡ଼ିଶାର ସର୍ବବୃହତ୍ତମ ଯକ୍ଷ୍ମା ହସ୍ପିଟାଲ, 6 ଡାକ୍ତରଙ୍କ ଭରସାରେ ରୋଗୀ - tuberculosis hospital

ଜର୍ଜରିତ ଅବସ୍ଥାରେ ନୟାଗଡ଼ ଜିଲ୍ଲା ଚାନ୍ଦପୁର ବସନ୍ତ ମଞ୍ଜରୀ ଯକ୍ଷ୍ମା ହସ୍ପିିଟାଲ । ଏହା ଏସିଆ ମହାଦେଶର ଦ୍ବିତୀୟ ସର୍ବବୃହତ ତଥା ଓଡ଼ିଶାର ସର୍ବବୃହତ୍ତମ ଯକ୍ଷ୍ମା ହସ୍ପିଟାଲ । କିନ୍ତୁ ଏହି ହସ୍ପିିଟାଲରେ ଏବେ ଦେଖା ଦେଇଛି ଡାକ୍ତରଙ୍କ ଘୋର ଅଭାବ । ଅଧିକ ପଢନ୍ତୁ...

କୋମାକୁ ଚାଲିଗଲାଣି ଓଡ଼ିଶାର ସର୍ବ ବୃହତ୍ତମ ଯକ୍ଷ୍ମା ହସ୍ପିଟାଲ ସ୍ବାସ୍ଥ୍ୟ ସେବା

author img

By

Published : Apr 30, 2021, 3:09 PM IST

ନୟାଗଡ଼: ଏସିଆ ମହାଦେଶର ଦ୍ବିତୀୟ ସର୍ବବୃହତ ତଥା ଓଡ଼ିଶାର ସର୍ବବୃହତ୍ତମ ଯକ୍ଷ୍ମା ହସ୍ପିଟାଲ ଭାବେ ପରିଚିତ ନୟାଗଡ଼ ଜିଲ୍ଲା ଚାନ୍ଦପୁର ବସନ୍ତ ମଞ୍ଜରୀ ଚିକିତ୍ସାଳୟ । ଦିନେ ରାଜ୍ୟ ଏବଂ ଦେଶରେ ନାଁ କରିଥିଲା । ନିଜର ଗୁଣାତ୍ମକ ଚିକିତ୍ସା ପ୍ରଦାନ ପାଇଁ ଏହି ଗୌରବ ଏବଂ ଗାରିମା ହାସଲ କରିଥିଲା । ଯକ୍ଷ୍ମା ରୋଗୀଙ୍କ ପ୍ରଥମ ପସନ୍ଦ ଥିଲା ଏହି ମେଡିକାଲ l କିନ୍ତୁ ଆଜି ସେ ଗୌରବ ଆଉ ନାହିଁ l ଏକ ସାଧାରଣ ମେଡିକାଲ ଠାରୁ ଆହୁରି ନିମ୍ନ ସେବା ଯୋଗାଉଛି l ଡାକ୍ତର ମରୁଡି ଏଠି ମୁଖ୍ୟ ସମସ୍ୟା ପାଲଟିଛି l

କୋମାକୁ ଚାଲିଗଲାଣି ଓଡ଼ିଶାର ସର୍ବ ବୃହତ୍ତମ ଯକ୍ଷ୍ମା ହସ୍ପିଟାଲ ସ୍ବାସ୍ଥ୍ୟ ସେବା

ଓଡ଼ିଶାର ପ୍ରଥମ ମହିଳା ମନ୍ତ୍ରୀ ତଥା ରଣପୁର ରାଜ ମାତା ବସନ୍ତ ମଞ୍ଜରୀ ଦେବୀ ଏହାକୁ ସ୍ଥାପନ କରିଥିଲେ l ସେତେବେଳେ ସେ ସ୍ବାସ୍ଥ୍ୟ ବିଭାଗର ଉପମନ୍ତ୍ରୀ ଥିଲେ l ତାଙ୍କ ନାମାନୁସାରେ ମେଡ଼ିକାଲର ନାମକରଣ ହୋଇଛି । ତେବେ ମେଡିକାଲର ଅବସ୍ଥା ଏବେ ନ କରିବା ଭଲ । ମେଡ଼ିକାଲର 20 ଜଣ ଡାକ୍ତର ରହିବା ସ୍ଥାନରେ ମାତ୍ର 6 ଜଣ ଡାକ୍ତର ଅଛନ୍ତି l ଯେଉଁ ଡାକ୍ତରମାନେ ରହୁଛନ୍ତି ସେମାନେ ସ୍ଥାନୀୟ ଘରୋଇ କ୍ଲିନିଙ୍ଗ କୁ ଗୁରୁତ୍ୱ ଦେଉଥିବା ଅଭିଯୋଗ ହେଉଛି ।

ଅନ୍ୟ ପଟେ ଏହି ହସ୍ପିଟାଲ ଏବେ ଦଲାଲ ମାନଙ୍କ କବଜାରେ । ସାଧାରଣ ରୋଗୀଟେ ମେଡିକାଲ ଗଲେ ଡାକ୍ତରଙ୍କୁ ଶୀଘ୍ରଦେଖା କରାଇଦେବାକୁ କହି ରୋଗୀଙ୍କୁ ଠାରୁ ଟଙ୍କା ଲୁଟୁ ଥିବାର ନଜିର ମଧ୍ୟ ରହିଛି । ତେବେ ବିଭିନ୍ନ ସମସ୍ୟାକୁ ନେଇ ସ୍ଥାନୀୟ ଲୋକ ପ୍ରତିନିଧି ମେଡ଼ିକାଲରେ ପ୍ରତିବାଦ କରି ଏହାକୁ ଏକ ମେଡିକାଲ କଲେଜ ରେ ପରିଣତ କରିବାକୁ ଦାବି ହୋଇଛି । ତୁରନ୍ତ ସବୁ ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ଲୋକଙ୍କୁ ପ୍ରତିଶୃତି ଦେଇଛନ୍ତି ମେଡିକାଲ ସୁପରିଟେଣ୍ଡେଣ୍ଟ ପ୍ରତାପ କିଶୋର ଚୀନରା ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.