ETV Bharat / state

ଥମୁନି ଭ୍ରୁଣ ହତ୍ୟା; କ୍ଲିନିକ ମାଲିକଙ୍କ ସମେତ ୫ ଜଣଙ୍କୁ ବାନ୍ଧିଲା ପୋଲିସ

author img

By

Published : Sep 2, 2021, 12:28 PM IST

ନୟାଗଡରେ କେବେ ଥମିବ ଭ୍ରୁଣ ହତ୍ୟା ? କ୍ଲିନିକ ମାଲିକଙ୍କ ସମେତ ୫ ଜଣଙ୍କୁ ବାନ୍ଧିଲା ପୋଲିସ । ଅଧିକ ପଢନ୍ତୁ...

ଥମୁନି ଭ୍ରୁଣ ହତ୍ୟା ; କ୍ଲିନିକ ମାଲିକଙ୍କ ସମେତ ୫ ଜଣଙ୍କୁ ବାନ୍ଧିଲା ପୋଲିସ

ନୟାଗଡ଼: ଜିଲ୍ଲାରେ ଦିନକୁ ଦିନ ବଢିବାରେ ଲାଗିଛି ଭ୍ରୁଣ ହତ୍ୟା ଓ ବାଲ୍ୟ ବିବାହ । 2008 ମସିହା, 2016 ଏବଂ 2021 ମସିହାରେ କନ୍ୟା ଭ୍ରୁଣ ହତ୍ୟା ପାଇଁ ଵି ଚର୍ଚ୍ଚାର ବିଷୟ ପାଲଟିଥିଲା । ତେବେ ଦୀର୍ଘ ଦିନ ବ୍ୟବଧାନରେ ପୁଣି ଭ୍ରୁଣ ହତ୍ୟା ଅଭିଯୋଗ ନୟାଗଡରୁ ଆସିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଛରେ ଥିବା ଏକ ଘରୋଇ କ୍ଲିନିକରେ ଚଢାଉ କରିଥିଲା ପୋଲିସ l

ଫଳରେ କ୍ଲିନିକ ମାଲିକଙ୍କ ସମେତ ମୋଟ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫଙ୍କ ମଧ୍ୟରେ କ୍ଲିନିକ ମାଲିକ, ଦଲାଲ, ଦୁଇ ଜଣ ନର୍ସଙ୍କ ସମେତ ଗର୍ଭପାତରେ ସମ୍ପୃକ୍ତ ଥିବା ମହିଳାଙ୍କ ସ୍ୱାମୀ ଗଣେଶ ପ୍ରଧାନଙ୍କୁ ଗିରଫ କରାଯାଇଛି l ଗିରଫ 5ଜଣଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି l ନୟାଗଡ଼ ପୋଲିସର ସ୍ପେସାଲ ସ୍କ୍ବାର୍ଡ ଏବଂ ଟାଉନ ଥାନା ପୋଲିସ ମିଳିତ ଚଢ଼ାଉ କରିଥିଲା । ବୁଧବାର ଟାଉନ ଥାନା ପୋଲିସ ପୁଣି ଥରେ କ୍ଲିନିକ ଉପରେ ଚଢ଼ାଉ କରି ନଷ୍ଟ କରାଯାଇଥିବା ଭ୍ରୁଣକୁ ଟାଙ୍କି ମଧ୍ୟରୁ ବାହାର କରିଥିଲା l

ତେବେ ନୟାଗଡରେ କେବେ ଭ୍ରୃଣ ହତ୍ୟା ବନ୍ଦ ହେବ ସେନଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l ବିଗତ ଦିନରେ କନ୍ୟାଭ୍ରୁଣ ହତ୍ୟା ଘଟଣାରେ ନୟାଗଡ଼ ସମଗ୍ର ଦେଶରେ କଳଙ୍କ ମୁଣ୍ଡାଇଥିବା ପୁଣି ପ୍ରଶାସନର ନାକ ତଳେ ଏଭଳି ବେଆଇନ କାର୍ଯ୍ୟ ଚାଲିଥିବା ପ୍ରଶାସନିକ ଉଦାସୀନତାକୁ ପଦାରେ ପକାଇଛି । ତେବେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଅଭାବ କାରଣରୁ କ୍ଲିନିକ ମାଲିକମାନେ ଏଭଳି ବେଆଇନ କାର୍ଯ୍ୟକୁ ପ୍ରୋତ୍ସାହିତ କରିଚାଲିଥିବା ସାଧାରଣରେ ଚର୍ଚ୍ଚା ହେଉଛି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.