ETV Bharat / state

ଫେସବୁକ ପ୍ରେମିକ ସହ ଚମ୍ପଟ ମାରୁଥିଲା ସ୍ତ୍ରୀ, ଧରି ନେଲା ସ୍ବାମୀ

ପ୍ରେମିକ ସହ ଚମ୍ପଟ ମାରୁଥିବା ବେଳେ ସ୍ତ୍ରୀକୁ କାବୁ କଲା ସ୍ୱାମୀ । ଶେଷରେ ସମସ୍ତଙ୍କ ସମ୍ମୁଖରେ ସ୍ବାମୀକୁ ଭାଇ ମଧ୍ୟ କହିବାକୁ ପଛାଇଲାନି ସ୍ତ୍ରୀ । ଅଧିକ ପଢନ୍ତୁ...

ପ୍ରେମିକ ସହ ଚମ୍ପଟ ମାରୁଥିବା ବେଳେ ସ୍ତ୍ରୀକୁ କାବୁ କଲା ସ୍ୱାମୀ

author img

By

Published : Jul 24, 2021, 2:21 PM IST

ନୟାଗଡ଼: ସ୍ବାମୀ-ସ୍ତ୍ରୀ-ପ୍ରେମିକ । ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ ପରିଣତି । ଫେସବୁକ ପ୍ରେମ ଭାଙ୍ଗିଦେଲା ସ୍ବାମୀ ସ୍ତ୍ରୀ ସମ୍ପର୍କ । ଶେଷରେ ପ୍ରେମିକ ସମ୍ମୁଖରେ ସ୍ବାମୀକୁ ଭାଇ ଡାକିଲା ସ୍ତ୍ରୀ । ପ୍ରଥମେ ପ୍ରେମ ବିବାହ, ତାପରେ ସୋସିଆଲ ମିଡିଆ ପ୍ରେମିକ ସହ ଚମ୍ପଟ ମାରିବାକୁ ବସିଥିଲା ସ୍ତ୍ରୀ । ଏହାପରେ ପ୍ରେମିକ ସହ ସ୍ତ୍ରୀକୁ କାବୁ କଲା ସ୍ବାମୀ । ଖୋର୍ଦ୍ଧା ବୋଲଗଡ ଅଞ୍ଚଳରୁ ସ୍ୱାମୀ ସ୍ତ୍ରୀ ଦୁହେଁ ରାଜସୁନାଖଳା ବଜାରକୁ ଯାଇଥିବା ବେଳେ ନିଜର ଫେସବୁକ ପ୍ରେମିକକୁ ଦେଖିଥିଲା ସ୍ତ୍ରୀ । ଆଉ ତାପରେ ନିଷ୍ପତ୍ତି ନେଲେ ଉଭୟ ଚମ୍ପଟ ମାରିବାକୁ । କିନ୍ତୁ ସ୍ବାମୀଙ୍କ କବଳରୁ ବଞ୍ଚିପାରିଲାନି ସ୍ତ୍ରୀ ଓ ତାର ପ୍ରେମିକ ।

ପ୍ରେମିକ ସହ ଚମ୍ପଟ ମାରୁଥିବା ବେଳେ ସ୍ତ୍ରୀକୁ କାବୁ କଲା ସ୍ୱାମୀ

ଫଳରେ ଘଟଣାସ୍ଥଳରେ ପ୍ରେମିକ-ସ୍ତ୍ରୀ-ସ୍ୱାମୀଙ୍କୁ ନେଇ ସୃଷ୍ଟି ହୋଇଥିଲା ସନ୍ଦେହ । ଏହାପରେ ଆରମ୍ଭ ହେଲା ୩ ଜଣଙ୍କ ମଧ୍ୟରେ ତୁମୁଳକାଣ୍ଡ । ଫଳରେ ଘଟଣାସ୍ଥଳରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାରୁ ଏହି ସମୟରେ ଫେସବୁକ ପ୍ରେମିକକୁ ପାଇ ନିଜ ସ୍ବାମୀକୁ ଭାଇ ବୋଲି ପରିଚୟ ଦେଇଥିଲା ସ୍ତ୍ରୀ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା l ପରେ 3 ଜଣଙ୍କୁ ଲୋକେ କାବୁ କରି ପୋଲିସକୁ ଦେଇଥିଲେ ।

ସୂଚନାଯୋଗ୍ୟ ଯେ, ବୋଲଗଡର ଅଞ୍ଚଳର ଏହି ପୁଅ ଝିଅ 8 ମାସ ପୂର୍ବରୁ ପ୍ରେମ ବିବାହ କରିଥିଲେ l ଉଭୟ ନାବାଳକ ଅଟନ୍ତି l ମାତ୍ର ନାବାଳିକା ପତ୍ନୀ ଜଣଙ୍କ ଫେସବୁକରେ ଅନ୍ୟ ଜଣେ ଯୁବକଙ୍କ ପ୍ରେମରେ ପଡ଼ିଯାଇଥିଲେ l ଫେସବୁକରେ ଚାଟିଂ ଏବଂ ପରେ ପ୍ରେମରେ ପଡ଼ି ପ୍ରେମିକ ସହ ପଳାଇଯିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଏହାକୁ ସଫଳ କରିବାକୁ ଦେଇନଥିଲା ନାବାଳକ ସ୍ବାମୀ । ଏହି ଘଟଣା ଏବେ ଉକ୍ତ ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.