ନୟାଗଡ଼: ପରୀକୁ ନ୍ୟାୟ ଦାବିରେ ଆମରଣ ଅନଶନରେ ବସିଲେ ସମାଜସେବୀ l ନୟାଗଡ଼ର ବହୁଚର୍ଚ୍ଚିତ ନାବାଳିକା ପରୀ ହତ୍ୟାକାଣ୍ଡ ଘଟଣାକୁ ଦୀର୍ଘ 3 ମାସରୁ ଊର୍ଦ୍ଧ୍ବ ସମୟ ହୋଇଯାଇଥିଲେ ବି ଏ ଯାଏଁ ହତ୍ୟାକାରୀଙ୍କୁ ପୋଲିସ ଧରିବାରେ ସଫଳ ହୋଇନାହିଁ । ଏହାକୁ ପ୍ରତିବାଦ କରି ଆଜି (ବୁଧବାର) ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କିଛି ସମାଜସେବୀ ଆମରଣ ଅନଶନରେ ବସିଛନ୍ତି l
ତେବେ ପରୀର ହତ୍ୟାକାରୀଙ୍କୁ ପୋଲିସ ନଧରିବା ଯାଏଁ ଏହି ଆମରଣ ଅନଶନ ଚାଲୁ ରହିବ ବୋଲି ସମାଜସେବୀଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି l
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ