ନୟାଗଡ: ଆମରଣ ଅନଶନକାରୀଙ୍କୁ ଉଠାଇନେଲା ପୋଲିସ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଆରମ୍ଭ କରିଥିବା ନୂଆଗାଁ ଗାତେରୀ ଗାଁର ବାସନ୍ତୀ ସେଠୀଙ୍କୁ ନୟାଗଡ଼ ପୋଲିସ ଉଠାଇ ନେଇଛି।
ସେହି ମହିଳାଙ୍କୁ ତାଙ୍କ ଗ୍ରାମର ଜନୈକ ବ୍ୟକ୍ତି ମଦ୍ୟପାନ କରି ମାରଣାସ୍ତ୍ର ଧରି ତାଙ୍କ ପରିବାରକୁ ମାରଧର କରିଥିଲା । ଏହାସହ ହତ୍ୟା ଧମକ ଦେଇଥିଲା । ଏସମ୍ପର୍କରେ ପୋଲିସକୁ ବାରମ୍ବାର ଜଣାଇଲେ ମଧ୍ୟ ବାସନ୍ତୀଙ୍କୁ ନ୍ୟାୟ ମିଳି ନଥିଲା । ସେ ନ୍ୟାୟ ପାଇବା ଆଶାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ଆମରଣ ଅନଶନ ଆରମ୍ଭ କରିଥିଲେ। କିନ୍ତୁ ତାଙ୍କୁ ପୋଲିସ ଉଠାଇନେଇଛି l
ନୟାଗଡରୁ ଜୟେନ୍ଦ୍ର ବେହେରା ,ଇଟିଭି ଭାରତ