ETV Bharat / state

ଆରମ୍ଭ ହେଲା ଗୁଡ଼ୁପାଙ୍ଗି ଓ ୧୭ ମୌଜା ରାସ୍ତା ନିର୍ମାଣ କାର୍ଯ୍ୟ - ଗୁଡ଼ୁପାଙ୍ଗି ୧୭ ମୌଜା ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ

ଆରମ୍ଭ ହେଲା ବହୁ ପ୍ରତୀକ୍ଷିତ ଗୁଡ଼ୁପାଙ୍ଗି ଓ ୧୭ ଖଣ୍ଡ ମୌଜାର ବିବାଦୀୟ ରାସ୍ତା । ରାସ୍ତା ନିର୍ମାଣ ପାଇଁ ପ୍ରଶାସନ ସପକ୍ଷରେ ରାୟ ଆସିବା ପରେ ଆରମ୍ଭ ହୋଇଛି କାର୍ଯ୍ୟ । ଅଧିକ ପଢନ୍ତୁ

ଆରମ୍ଭ ହେଲା ଗୁଡ଼ୁପାଙ୍ଗି - ୧୭ ମୌଜା ରାସ୍ତା ନିର୍ମାଣ କାର୍ଯ୍ୟ

author img

By

Published : Jun 24, 2022, 8:20 AM IST

ନୟାଗଡ: ଆରମ୍ଭ ହେଲା ବହୁ ପ୍ରତୀକ୍ଷିତ ଗୁଡ଼ୁପାଙ୍ଗି ଓ ୧୭ ଖଣ୍ଡ ମୌଜାର ବିବାଦୀୟ ରାସ୍ତା । ରାସ୍ତା ନିର୍ମାଣ ପାଇଁ ପ୍ରଶାସନ ସପକ୍ଷରେ ରାୟ ଆସିବା ପରେ ଆରମ୍ଭ ହୋଇଛି କାର୍ଯ୍ୟ । ଏହାସହ ଏହି ଅଞ୍ଚଳରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ୧୪୪ ଧାରା ଜାରି କରାଯାଇ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ସୂଚନାଅନୁସାରେ, ରାସ୍ତା ନିର୍ମାଣ ପାଇଁ ଗୁଡ଼ୁପାଙ୍ଗି ଏବଂ ୧୭ ଖଣ୍ଡ ମୌଜା ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା । ଏହାପରେ ରାସ୍ତାକୁ ବନ୍ଦ କରି ରଖିଥିଲେ ଗୁଡ଼ୁପାଙ୍ଗି ଗ୍ରାମବାସୀ ।

ରାସ୍ତା ନିର୍ମାଣ ପାଇଁ ୧୭ ଖଣ୍ଡ ମୌଜାର ଲୋକେ ପାରମ୍ପରିକ ହତିଆର ଫାର୍ସା ଆଦି ଧରି ରାଜପଥ ଅବରୋଧ କରିଥିଲେ । ଏହାକୁ ନେଇ ଜାତୀୟ ଗ୍ରୀନଟ୍ରିବୁନାଲରେ ମାମଲା ଚାଲିଥିଲା । ତେବେ ରାସ୍ତା ନିର୍ମାଣ ପାଇଁ ପ୍ରଶାସନ ସପକ୍ଷରେ ରାୟ ଆସିବା ପରେ ଆରମ୍ଭ ହୋଇଛି ରାସ୍ତା ନିର୍ମାଣ କାର୍ଯ୍ୟ । ଏହାସହ ଉକ୍ତ ଅଞ୍ଚଳରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ୧୪୪ ଧାରା ଜାରି କରାଯାଇ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ ।

ଆରମ୍ଭ ହେଲା ଗୁଡ଼ୁପାଙ୍ଗି - ୧୭ ମୌଜା ରାସ୍ତା ନିର୍ମାଣ କାର୍ଯ୍ୟ

ଅପରପକ୍ଷେ, ବଳଭଦ୍ରପୁର-ଢିପାମାଳ ରାସ୍ତା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ପ୍ରାୟ ୬୦ ପ୍ରତିଶତ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ହେଲେ ପ୍ରାୟ ୫ ବର୍ଷରୁ ଅଧିକ ସମୟ ଧରି ଲାଗି ରହିଥିବା ବିବାଦକୁ ନେଇ ବାକି ୪୦ ପ୍ରତିଶତ କାର୍ଯ୍ୟ ହୋଇପାରୁନାହିଁ । ଜଙ୍ଗଲ ଜମିରେ ରାସ୍ତା ନିର୍ମାଣ ହେଉଥିବା କହି ଗୁଡ଼ୁପାଙ୍ଗି ଗ୍ରାମବାସୀ ବିରୋଧ କରିଆସୁଛନ୍ତି । ଫଳରେ ପ୍ରଶାସନ ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ୧୪୪ ଧାରା ଜାରି କରାଯାଇ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ମନରେଗା ଯୋଜନାରେ ସାମିଲ କରାଯାଇ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ରହି କାର୍ଯ୍ୟ ତଦାରଖ କରୁଥିବା ବେଳେ ସୁରକ୍ଷାକୁ ଦୃଷ୍ଟିରେ ରଖି 10 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଇଟିଭି ଭାରତ, ନୟାଗଡ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.