ETV Bharat / state

କୋରୋନା ଯୋଦ୍ଧାଙ୍କୁ ଗାର୍ଡ ଅଫ ଅନର

author img

By

Published : Oct 22, 2020, 4:56 PM IST

କୋରୋନାରେ ମୃତ୍ୟୁବରଣ କରିଥିବା କୋରୋନା ଯୋଦ୍ଧା ଶ୍ରୀଧର ସ୍ବାଇଁଙ୍କୁ ନୟାଗଡ଼ ସ୍ଥିତ ପିଟିଏସ ପଡ଼ିଆ ଠାରେ ଗାର୍ଡ ଅଫ ଅନର ଦିଆଯାଇଛି l ଗତ ସେପ୍ଟେମ୍ବର 12 ତାରିଖରେ କୋରୋନାରେ ଆକ୍ରାନ୍ତ ହୋଇ, ତାର 3 ଦିନ ପରେ ଭୁବନେଶ୍ବର ମେଡ଼ିକାଲରେ ମୃତ୍ୟୁବରଣ କରିଥିଲେ । ଅଧିକ ପଢନ୍ତୁ...

Guard of Honor has given to Corona warrior Sridhar Swain
କୋରୋନା ଯୋଦ୍ଧା ଶ୍ରୀଧର ସ୍ବାଇଁଙ୍କୁ ଗାର୍ଡ ଅଫ ଅନର

ନୟାଗଡ଼: କୋରୋନାରେ ମୃତ୍ୟୁବରଣ କରିଥିବା କୋରୋନା ଯୋଦ୍ଧା ଶ୍ରୀଧର ସ୍ବାଇଁଙ୍କୁ ନୟାଗଡ଼ ସ୍ଥିତ ପିଟିଏସ ପଡ଼ିଆ ଠାରେ ଗାର୍ଡ ଅଫ ଅନର ଦିଆଯାଇଛି l ଏହି ଅବସରରେ ଜିଲ୍ଲାପାଳ ଡ. ପୋମା ଟୁଡୁ, ଏସପି ପ୍ରତ୍ୟୁଷ ଦିବାକର, ବନଖଣ୍ଡ ଅଧିକାରୀ ଧନାରାଜ ଏଚଡି ପ୍ରମୁଖ ତଥା ଅନ୍ୟାନ୍ୟ ଅଧିକାରୀଙ୍କ ସମେତ ଆଶା କର୍ମଚାରୀ ମାନେ ଉପସ୍ଥିତ ରହି ତାଙ୍କ ମର ଶରୀରରେ ଫୁଲତୋଡା ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ l

ସ୍ବାଇଁ ନୟାଗଡ ଜିଲ୍ଲାରେ ଆଶା ପରିଚାଳକ ଭାବେ କାର୍ଯ୍ୟ କରୁଥିବା ବେଳେ କିଛି ଦିନ ତଳେ ତାଙ୍କର କନ୍ଧମାଳ ଜିଲ୍ଲାକୁ ବଦଳି ହୋଇଥିଲା l ତାଙ୍କ ଘର ନୟାଗଡ଼ ନିକଟବର୍ତ୍ତୀ କଇଥ ଗାଡ଼ିଆ ଗ୍ରାମରେ । ସେ ଖୁବ ମେଳାପୀ ତଥା କର୍ତ୍ତବ୍ୟ ପରାୟଣ ବ୍ୟକ୍ତି ଭାବେ ସମଗ୍ର ନୟାଗଡ଼ ଅଞ୍ଚଳରେ ଜଣାଶୁଣା ଥିଲେ l ଗତ ସେପ୍ଟେମ୍ବର 12 ତାରିଖରେ କୋରୋନାରେ ଆକ୍ରାନ୍ତ ହୋଇ 3 ଦିନ ଘରେ ସଙ୍ଗରୋଧରେ ରହିଲା ପରେ ଭୁବନେଶ୍ବର ସ୍ଥାନାନ୍ତର ହୋଇଥିଲେ l କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.