ETV Bharat / state

ସୁନାଲଟି ବ୍ୟାରେଜ ନିର୍ମାଣ ପାଇଁ ଶିଳାନ୍ୟାସ

author img

By

Published : Dec 1, 2019, 10:26 AM IST

କୁସୁମୀ ନଦୀ ସୁନାଲଟି ଠାରେ ବ୍ୟାରେଜ ନିର୍ମାଣ ପାଇଁ ଶିଳାନ୍ୟାସ କରାଯାଇଛି । ନୟାଗଡ ବିଧାୟକ ତଥା କୃଷିମନ୍ତ୍ରୀ ଅରୁଣ ସାହୁ କରିଛନ୍ତି ଏହି ଶିଳାନ୍ୟାସ ।

nayagarh
ଫଟୋ ସୌଜନ୍ୟ: ପ୍ରତିନିଧି, ନୟାଗଡ

ନୟାଗଡ଼: କୁସୁମୀ ନଦୀ ସୁନାଲଟି ଠାରେ ବ୍ୟାରେଜ ନିର୍ମାଣ ପାଇଁ ଶିଳାନ୍ୟାସ କରାଯାଇଛି । ନୟାଗଡ ବିଧାୟକ ତଥା କୃଷିମନ୍ତ୍ରୀ ଅରୁଣ ସାହୁ ଏହି ଶିଳାନ୍ୟାସ କରିଛନ୍ତି । ଏହି ବ୍ୟାରେଜ ଦ୍ବାରା ନୟାଗଡ଼ ବ୍ଲକର 2 ହଜାର ହେକ୍ଟର , ଖଣ୍ଡପଡା ଓ ଭାପୁର ବ୍ଲକର 1 ହଜାର ହେକ୍ଟରରେ ଜଳସେଚନ ସୁବିଧା ମିଳିବ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୟାଗଡ

ପ୍ରାଥମିକ ପର୍ଯ୍ୟାୟରେ ଏହି ବ୍ୟାରେଜ ପାଇଁ 67 କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ନଦୀ ଉପରେ 100 ମିଟର ଲମ୍ବର ଏକ ବନ୍ଧ ତିଆରି ହେବ । ଏହି ଶିଳାନ୍ୟାସ ଉତ୍ସବରେ ନୟାଗଡ଼ ଜିଲ୍ଲାର ଚାରି ବିଧାୟକଙ୍କ ସମେତ ଜିଲ୍ଲାପାଳ, କେନ୍ଦ୍ରାଞ୍ଚଳ ଆରଡିସି ଓ ସାଧାରଣ ଜନତା ସାମିଲ ହୋଇଥିଲେ ।

ନୟାଗଡ଼ ଜିଲ୍ଲା ପାହାଡିଆ ଓ ସମତଳ ଅଞ୍ଚଳକୁ ନେଇ ଗଠିତ। କିନ୍ତୁ ଏହି ଜିଲ୍ଲାର ସୀମାନ୍ତରେ ମହାନଦୀ ପ୍ରାୟ 80 କିମି ଧରି ଥିବା ବେଳେ, କୁସୁମୀ ଓ କୁଆଁରୀୟା ଦୁଇଟି ନଦୀ ସହ ଅନେକ ଛୋଟ ନାଳ ମଧ୍ୟ ପ୍ରବାହିତ ହେଉଛି । ଏଠାକାର ଲୋକଙ୍କ ଚାଷ ପ୍ରଧାନ କାର୍ଯ୍ୟ ହୋଇଥିଲେ ମଧ୍ୟ ହେଲେ ବର୍ଷା ପାଣି ଛାଡିଦେଲେ, ଏଠାରେ ଜଳସେଚନର ସୁବିଧା କରାଯାଇନଥିଲା । ଦୀର୍ଘ ବର୍ଷର ଦାବି ପରେ କୁସୁମୀ ନଦୀ ଉପରେ ସୁନାଲଟି ଠାରେ ଏହି ବ୍ୟାରେଜ ନିର୍ମାଣ କରାଯିବ ।

ନୟାଗଡରୁ ଉତ୍ପଳ ସାହୁ, ଇଟିଭି ଭାରତ

Intro:ନୟାଗଡ଼, ଚାଷୀଙ୍କ ଉନ୍ନତି ପାଇଁ କୁସୁମୀ ନଦୀ ସୁନାଲଟି ଠାରେ ଏକ ବ୍ୟ।ରେଜ ନିର୍ମାଣ ତିଆରି ହେବ । ଏହି ବ୍ୟ।ରେଜ ଦ୍ୱାରା ନୟାଗଡ଼ ବ୍ଲକର ଦୁଇ ହଜାର ହେକ୍ଟର ଓ ଖଣ୍ଡପଡା,,ଭାପୁର ଏଇ ଦୁଇ ବ୍ଲକର ଏକ ହଜାର ହେକ୍ଟର କୁ ପାଣି ଯୋଗେଇ ହେବ । Body:ନୟାଗଡ଼ ଜିଲ୍ଲା ପାହାଡିଆ ଓ ସମତଳ ଅଞ୍ଚଳକୁ ନେଇ ଗଠିତ । ମୁଖ୍ୟତଃ ଏଠାରେ ଚାଷ ହେଉଛି ପ୍ରମୁଖ ଫସଲ । କିନ୍ତୁ ବର୍ଷା ପାଣିକି ଛାଡିଦେଲେ, ଜଳ ସେଚନର ସେମିତି ସୁବିଧା ନାହିଁ । କିନ୍ତୁ ଏହି ଜିଲାର ସୀମାନ୍ତରେ ମହାନଦୀ ପ୍ରାୟ 80 କିମି ଧରି ଥିବା ବେଳେ, କୁସୁମୀ ଓ କୁଆଁରୀୟା ଦୁଇଟି ନଦୀ ସହ ଅଜେକ ଛୋଟ ନାଳ ମଧ୍ୟ ପ୍ରବାହିତ ହେଉଛି । ତବେ ଆଜି ପର୍ଯ୍ୟନ୍ତ ସେମିତି କିଛି ଡ୍ୟାମ କି ଜଳସେଚନ ର ବ୍ୟବସ୍ଥା ହୋଇପାରିନଥିଲା । ଦୀର୍ଘ ବର୍ଷର ଦାବି ପରେ କୁସୁମୀ ନଦୀ ଉପରେ ସୁନାଲଟି ଠାରେ ଏକ ବ୍ୟାରେଜ ନିର୍ମାଣ ହେବ । ପ୍ରଥିମିକ ସ୍ତର ରେ 67 କୋଟି ଟଙ୍କା ଆସିଥିବା ବେଳେ, ନଦୀ ଉପରେ 100 ମିଟର ଲମ୍ବର ଏକ ବନ୍ଧ ତିଆରି ହେବ । ଏହା ଦ୍ୱାରା ଚାଷ ଜମିକୁ ସୁବିଧାରେ ଜଳ ସେଚନ ହୋଇପାରିବ । Conclusion:ଏହି ଶିଳାନ୍ୟାସ ଉତ୍ସବରେ ନୟାଗଡ଼ ଜିଲ୍ଲାର ଚାରି ବିଧାୟକ ଉପସ୍ଥିତ ଥିଲେ । ପାଖାପାଖି ୩ହଜାର ରୁ ଅଧିକ ଲୋକ ସାମିଲ ହୋଇଥିଲେ । ଏଥି ସହ ନୟାଗଡ଼ ଜିଲ୍ଲାପାଳ, କେନ୍ଦ୍ରାଞ୍ଚଳ ଆରଡିସି, ମଧ୍ୟ ସାମିଲ ଥିଲେ । ନୟାଗଡ଼ ବିଧାୟକ ତଥା କୃଷିମନ୍ତ୍ରୀ ଅରୁଣ ସାହୁ ଏହାର ଶିଳାନ୍ୟାସ କରିଥିଲେ ।
Bite ସବିତା ନାୟକ
Bite ରାଜକିଶୋର ସ୍ୱାଇଁ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.