ନୟାଗଡ: ହୁତୁ ହୁତୁ ହୋଇ ଜଳୁଛି ଜଙ୍ଗଲ । ନୟାଗଡ ଜିଲ୍ଲା ରଣପୁର ବ୍ଲକ ଗଡବାଣିକିଲୋ ଜଙ୍ଗଲରେ ନିଆଁ ଲାଗି ହୁତୁ ହୁତୁ ହୋଇ ଜଳୁଛି । ଜଙ୍ଗଲରେ ଏପରି ନିଆଁ ଲାଗିବା ବନ୍ୟଜନ୍ତୁଙ୍କ ପାଇଁ ବିପଦ ସୃଷ୍ଟି ହୋଇଛି ।
ସୂଚନାଅନୁସାରେ ଗଡବାଣିକିଲୋ-ସାନକିଲୋ ରାସ୍ତା ପାର୍ଶ୍ବରେ ଥିବା ଜଙ୍ଗଲରେ ନିଆଁ ଲାଗିଛି । ଜଙ୍ଗଲରେ ଏପରି ଅଚାନକ ନିଆଁ ଲାଗିବାର କାରଣ ଜଣାପଡିନାହିଁ । ତେବେ କେହି ଜାଣିଶୁଣି ନିଆଁ ଲଗାଇଥିବା ଅନୁମାନ କରିଛନ୍ତି ଗ୍ରାମବାସୀ ।
ନିଆଁ ଲାଗିବାର ଖବର ପାଇ ଗ୍ରାମବାସୀ,ସ୍ଥାନୀୟ ଅଗ୍ନିଶମ ବାହିନୀ ଏବଂ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିବା ସୂଚନା ମିଳିଛି । ତେବେ ଜଙ୍ଗଲରେ ଏପରି ଅଚାନକ ଅଗ୍ନିକାଣ୍ଡ ବନ୍ୟଜନ୍ତୁଙ୍କ ପାଇଁ ବିପଦ ସୃଷ୍ଟି କରିଛି ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ