ନୟାଗଡ଼: ବିଭିନ୍ନ ଦାବି ନେଇ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ତାରିଆ ସେବା ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ଚାଷୀ । ଧାନ କିଣା ବେଳେ କୁଇଣ୍ଟାଲ ପିଛା 4 ରୁ 6 କେଜି କଟା ଯାଉଥିବା ବେଳେ ଭାଗ ଚାଷୀ ମାନଙ୍କ ଧାନକୁ ସମବାୟ ସମିତି କିଣୁ ନ ଥିବା ଅଭିଯୋଗ କରିଛନ୍ତି ଚାଷୀ । ଫଳରେ ଧାନର ଅଭାବୀ ବିକ୍ରି ଏବଂ କଳା ବଜାରୀ ବଢି ଥିବା ଅଭିଯୋଗ କରିଛି ଆଞ୍ଚଳିକ ଚାଷୀ ସଂଗ୍ରାମ ସମିତି ।
ସେହିପରି 6 ଟି ପଞ୍ଚାୟତକୁ ନେଇ ଗଠିତ ଏହି ସମବାୟ ସମିତିର ନିୟମିତ ବୈଠକ ବସୁ ନ ଥିବାବେଳେ ସମିତିର ପରିଚାଳନା କମିଟି ଗଠନରେ ଅନିୟମିତତା ଅଭିଯୋଗ କରିଛନ୍ତି ଚାଷୀ ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ