ETV Bharat / state

କୃଷି ଆଇନକୁ ବିରୋଧ କରି ରାଜରାସ୍ତାରେ କୃଷକ ସଙ୍ଗଠନ - କୃଷକ ସଙ୍ଗଠନ

ମୋଦି ସରକାରଙ୍କ କୃଷକ ଆଇନକୁ ବିରୋଧ କରି ରାଜରାସ୍ତାରେ କୃଷକ ସଙ୍ଗଠନ l ନୟାଗଡ ଜିଲ୍ଲା ରଣପୁରରେ ସଫଳ କରିବା ପାଇଁ କୃଷକ ଶ୍ରମିକଙ୍କର ଏକ ମିଳିତ ଶୋଭାଯାତ୍ରା ରଣପୁର ବଜାର ପରିକ୍ରମା କରିଥିଲା l ଅଧିକ ପଢନ୍ତୁ...

କୃଷି ଆଇନକୁ ବିରୋଧ କରି ରାଜରାସ୍ତାରେ କୃଷକ ସଙ୍ଗଠନ

author img

By

Published : Dec 4, 2020, 12:27 PM IST

ନୟାଗଡ: ମୋଦି ସରକାରଙ୍କ କୃଷକ ଆଇନକୁ ବିରୋଧ କରି ରାଜରାସ୍ତାରେ କୃଷକ ସଙ୍ଗଠନ l କୃଷି ଆଇନ ପ୍ରତ୍ୟାହାର କରିବା ଦାବିରେ ଲକ୍ଷଲକ୍ଷ କୃଷକଙ୍କ ଦିଲ୍ଲୀରେ ଚାଲିଥିବା କୃଷକ ଧର୍ମଘଟକୁ ସମର୍ଥନ କରି ଅଖିଳ ଭାରତ କୃଷକ ସଭା, ସିଆଇଟିୟୁ,ଓ ଛାତ୍ର -ଯୁବକ ଗଣ ସଙ୍ଗଠନ ତରଫରୁ ମୋଦି ସରକାରଙ୍କ ବିରୁଦ୍ଧରେ ଦେଶ ବ୍ୟାପି ରାସ୍ତାରୋକ ଡାକରା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମକୁ ନୟାଗଡ ଜିଲ୍ଲା ରଣପୁରରେ ସଫଳ କରିବା ପାଇଁ କୃଷକ ଶ୍ରମିକଙ୍କର ଏକ ମିଳିତ ଶୋଭାଯାତ୍ରା ରଣପୁର ବଜାର ପରିକ୍ରମା କରିଥିଲା l

କୃଷି ଆଇନକୁ ବିରୋଧ କରି ରାଜରାସ୍ତାରେ କୃଷକ ସଙ୍ଗଠନ

ପରେ ଟାଙ୍ଗି -ଚାନ୍ଦପୁର ରାସ୍ତାକୁ ପ୍ରଶାନ୍ତ ହୋଟେଲ ନିକଟରେ ପ୍ରାୟ 2ଘଣ୍ଟା ରାସ୍ତା ରୋକ କରିଥିଲେ l ଫଳରେ ରାସ୍ତାର 2ପାର୍ଶ୍ବରେ ଅନେକ ଗାଡି ମୋଟର ଠିଆ ହୋଇ ରହିଥିଲା ବେଳେ ସୁରେଶ ସ୍ବାଇଁଙ୍କ ସଭାପତିତ୍ବରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା । କୃଷକସଭାର ଜିଲ୍ଲା ସଂପାଦକ ହରିଶ୍ଚନ୍ଦ୍ର ମିଶ୍ର,ଦୁଃଶାସନ ଜେନା, ଯୁବ ନେତା ସବ୍ୟସାଚୀ ସେନାପତି, ରଜତ ଜେନା ,ଛାତ୍ରନେତା ବିପ୍ଳବ ମିଶ୍ର ପ୍ରମୁଖ ବକ୍ତବ୍ୟ ଦେଇ କେନ୍ଦ୍ର ସରକାର ତୁରନ୍ତ ଏହି ଚାଷୀ ମାରଣା ନୀତି ପ୍ରତ୍ୟାହାର କରିବାକୁ ଦାବି କରିଥିଲେ l ନଚେତ୍ ତୀବ୍ର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି l ପରେ ପୋଲିସର ଅନୁରୋଧକ୍ରମେ ରାସ୍ତାରୋକ ରୁ ଆନ୍ଦୋଳନକାରୀମାନେ ହଟିଥିଲେ ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.