ETV Bharat / state

ଧାନ ନ କିଣିବାରୁ ଧାନବସ୍ତା ରଖି ଚାଷୀଙ୍କ ଧାରଣା

ନୟାଗଡ ଜିଲ୍ଲା ପଞ୍ଚିରିଡା -ମାନପୁର ସେବା ସମବାୟ ସମିତିରେ ଧାନ କିଣାରେ ଅବବ୍ୟସ୍ଥା ନେଇ ସମିତି ଆଗରେ 10 ହଜାର କ୍ବିଣ୍ଟାଲ ଧାନ ରଖି ଧାରଣା ଦେଇଛନ୍ତି ଶତାଧିକ ଚାଷୀ । ଅଧିକ ପଢନ୍ତୁ...

ଧାନ ନ କିଣିବାରୁ ଧାନବସ୍ତା ରଖି ଚାଷୀଙ୍କ ଧାରଣା
ଧାନବସ୍ତା ରଖି ଚାଷୀଙ୍କ ଧାରଣା
author img

By

Published : Mar 4, 2021, 11:16 AM IST

ନୟାଗଡ: ରାଜ୍ୟରେ ସୁଧୁରିବାର ନାଁ ନେଉନାହିଁ ଚାଷୀଙ୍କ ସମସ୍ୟା । ବିଭିନ୍ନ ଜିଲ୍ଲାରେ ଚାଷୀଙ୍କ ଧାନ କିଣାକୁ ନେଇ ଲାଗି ରହିଛି ସମସ୍ୟା । ନୟାଗଡ ଜିଲ୍ଲା ପଞ୍ଚିରିଡା -ମାନପୁର ସେବା ସମବାୟ ସମିତିରେ ଧାନ କିଣାରେ ଅବବ୍ୟସ୍ଥା ନେଇ ସମିତି ଆଗରେ 10ହଜାର କ୍ବିଣ୍ଟାଲ ଧାନ ରଖି ଧାରଣା ଦେଇଛନ୍ତି ଶତାଧିକ ଚାଷୀ ।

ଧାନବସ୍ତା ରଖି ଚାଷୀଙ୍କ ଧାରଣା

ମଣ୍ଡିରେ ଧାନ ବିକ୍ରି କରିବାରୁ 15ଦିନ ହେବ ମିଲରଙ୍କୁ ଅପେକ୍ଷା କରିଛି ଚାଷୀ, ହେଲେ ମିଲରର ଦେଖା ନାହିଁ । ଚାଷୀମାନଙ୍କ ମୋବାଇଲକୁ ଧାନବିକ୍ରି ନେଇ ମେସେଜ ଆସିବା ପରେ ମଧ୍ୟ ଧାନ କିଣିବାକୁ କେହି ଆସୁ ନଥିବା ଅଭିଯୋଗ ହୋଇଛି । ସୋସାଇଟିରେ ୧୮ହଜାର କୁଇଣ୍ଟାଲ ଧାନକିଣିବା ପାଇଁ ରଘୁନାଥ ରାଇସ ମିଲ ରଙ୍ଗଣୀ ପାଟଣା ଏବଂ ନନ୍ଦିଘର ଜଗନ୍ନାଥ ରାଇସ ମିଲକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା l ମାତ୍ର ପ୍ରଥମ ପାଳିରେ ମିଲର- ସୋସାଇଟି ସମ୍ପାଦକ ଚଞ୍ଚକତା କରି ମିଳିମିଶି କିଛି ପଞ୍ଜିକୃତ ଚାଷୀଙ୍କ ନାମରେ ଟୋକାନ କରାଇ ପ୍ରକୃତ ବ୍ୟବସାୟୀମାନଙ୍କ ଠାରୁ ପ୍ରାୟ 6000 କ୍ବିଣ୍ଟାଲ ଧାନ କିଣି ଥିବାରୁ ଏବେ ପ୍ରକୃତ ଚାଷୀମାନଙ୍କ ଧାନ କିଣାଯାଇ ପାରୁ ନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।

ବର୍ତ୍ତମାନ ଟାର୍ଗେଟ ନାହିଁ କୁହାଯାଇ ପ୍ରକୃତ ଚାଷୀଙ୍କ ଧାନକୁ କିଣାଯାଉ ନାହିଁ ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ସଭାପତି ରଣଜିତ ଦାଶ । ପଞ୍ଚିରିଡ଼ା ସୋସାଇଟି ପକ୍ଷରୁ ଅଦ୍ୟାବଧି ଯେଉଁ 12000 କ୍ବିଣ୍ଟାଲ ଧାନକିଣା ଯାଇଛି ତାହା କେଉଁ ଚାଷୀଙ୍କ ଠାରୁ କିଣାଯାଇଛି ସେମାନଙ୍କର ସମ୍ପୃକ୍ତ ଜମିଜମା ତଦନ୍ତ କରି ସମ୍ପୃକ୍ତ ସୋସାଇଟି ସମ୍ପାଦକ ଏବଂ ମିଲ ମାଲିକଙ୍କ ବିରୁଦ୍ଧରେ ଉଚିତ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଲିଖିତ ଭାବେ ଅଭିଯୋଗ ହୋଇଛି । ଧାନ ବିକ୍ରି ନ କରି ପାରି ହନ୍ତସନ୍ତ ହେଉଥିବା ଚାଷୀ ସୋସୋଇଟି ଆଗରେ ଧାନ ରଖି ଧାରଣାରେ ବସିରହିଛନ୍ତି ଚାଷୀ । 15ଦିନ ଧରି ଧାନ ବସ୍ତା ସହ ପଡି ରହିଥିବା ଚାଷୀ ମାନଙ୍କଠାରୁ ତୁରନ୍ତ ଧାନ କିଣିବା ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି ଚାଷୀ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.