ETV Bharat / state

ନିଆଁ ଲାଗି ଦୋକାନ ସମେତ ୪ ବଖରା ଘର ଭସ୍ମୀଭୂତ, ସରକାରୀ ସହାୟତା ଦାବି - nayagarh district news

ନୟାଗଡ ଜିଲ୍ଲା ଦଶପଲ୍ଲାରେ ଅଗ୍ନିକାଣ୍ଡରେ ଦୋକାନ ସମେତ ୪ ବଖରା ଘର ଭସ୍ମୀଭୂତ । ଗୋଟିଏ ପରିବାର ସର୍ବସ୍ବାନ୍ତ ହୋଇପଡିଛି । ଅଗ୍ନି ବିପନ୍ନ ପରିବାରକୁ ତ୍ବରିତ ସରକାରୀ ସହାୟତା ପ୍ରଦାନ ଦାବି କଲେ ସ୍ଥାନୀୟ ବାସିନ୍ଦା । ଅଧିକ ପଢନ୍ତୁ...

ନିଆଁ ଲାଗି ଦୋକାନ ସମେତ ୪ ବଖରା ଘର ଭସ୍ମୀଭୂତ, ସରକାରୀ ସହାୟତା ଦାବି

author img

By

Published : Sep 30, 2021, 10:30 PM IST

ନୟାଗଡ: ଦଶପଲ୍ଲା ବ୍ଲକ ମଧ୍ୟଖଣ୍ଡ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ । ନିଆଁ ଲାଗି ଜଳିପୋଡ଼ି ପାଉଁଶ ହୋଇଗଲା ଦୋକାନ ଗୃହ ସମେତ ଘର । ସ୍ଥାନୀୟ ଉପେନ୍ଦ୍ର ସାହୁଙ୍କ ଦୋକାନରେ ଆକସ୍ମିକ ଭାବରେ ନିଆଁ ଲାଗି ଦୋକାନ ଗୃହ ସମେତ ୪ ବଖରା ଘର ପୋଡ଼ିଜଳି ପାଉଁଶ ହୋଇଯାଇଛି l ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନଥିବାବେଳେ ଉପେନ୍ଦ୍ରଙ୍କ ଘରର ସମସ୍ତ ଆସବାବପତ୍ର ସମ୍ପୂର୍ଣ୍ଣ ଭାବରେ ପୋଡି ପାଉଁଶ ହୋଇଯାଇଛି l

ନିଆଁ ଲାଗି ଦୋକାନ ସମେତ ୪ ବଖରା ଘର ଭସ୍ମୀଭୂତ, ସରକାରୀ ସହାୟତା ଦାବି

ଖବରପାଇ ଦଶପଲ୍ଲା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଛି l ଘରେ ଥିବା ଟଙ୍କା ଏବଂ ଖାଦ୍ୟ ସାମଗ୍ରୀ ନିଆଁରେ ନଷ୍ଟ ହୋଇଯାଇଛି l ଉପେନ୍ଦ୍ର ଏକ ଛୋଟ ଦୋକାନ କରି ଗୁଜୁରାଣ ମେଣ୍ଟାଉଥିଲେ l ହେଲେ ଅକସ୍ମାତ ଅଗ୍ନିକାଣ୍ଡ ପରେ ତାଙ୍କ ପରିବାର ଏବେ ସମ୍ପୂର୍ଣ୍ଣ ବେସାହାରା ହୋଇପଡିଛି । ଉପେନ୍ଦ୍ର ଜଣେ ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ଜଣେ କ୍ଷୁଦ୍ର ବ୍ୟବସାୟୀ ହୋଇଥିବାରୁ ତାଙ୍କୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ ଦାବି କରିଛନ୍ତି ଗ୍ରାମବାସୀ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.