ETV Bharat / state

ସରପଞ୍ଚଙ୍କ ନକଲି ଦସ୍ତଖତ କରି ଋଣ ନେବାକୁ ଉଦ୍ୟମ, ଧରାପଡିଲା ପୂର୍ବତନ ନାଏବ ସରପଞ୍ଚଙ୍କ ଜାଲିଆତି

author img

By

Published : Oct 24, 2022, 7:58 AM IST

ସରପଞ୍ଚଙ୍କ ଜାଲ ଦସ୍ତଖତ ଓ ସିଲ୍ ବ୍ୟବହାର କରି ପୂର୍ବତନ ନାଏବ ସରପଞ୍ଚଙ୍କ ଠକେଇ ଉଦ୍ୟମ । ନୟାଗଡ଼ ଜିଲ୍ଲା ବାଣିଗୋଛା ପଞ୍ଚାୟତର ସରପଞ୍ଚ ସସ୍ମିତା ମହାକୁଡ଼ଙ୍କ ଜାଲ ଦସ୍ତଖତ ଓ ସିଲ୍ ବ୍ୟବହାର କରି ପୂର୍ବତନ ନାଏବ ସରପଞ୍ଚ ଏକ ଘରୋଇ ସଂସ୍ଥାରୁ ଋଣ ନେବାକୁ ଉଦ୍ୟମ କରୁଥିବା ବାଣିଗୋଛା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ସରପଞ୍ଚ । ଅଧିକ ପଢ଼ନ୍ତୁ

ସରପଞ୍ଚଙ୍କ ନକଲି ଦସ୍ତଖତ କରି ଋଣ ନେବାକୁ ଉଦ୍ୟମ, ଧରା ପଡିଲା ପୂର୍ବତନ ନାଏବ ସରପଞ୍ଚଙ୍କ ଜାଲିଆତି

ନୟାଗଡ଼: ସରପଞ୍ଚ ନାଁକୁ ବ୍ୟବହାର କରି ଜାଲିଆତି ଉଦ୍ୟମ । ଧରାପଡ଼ିଲା ପୂର୍ବତନ ନାଏବ ସରପଞ୍ଚଙ୍କ କାରନାମା । ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଳକ ଅନ୍ତର୍ଗତ ବାଣିଗୋଛା ପଞ୍ଚାୟତର ସରପଞ୍ଚ ସସ୍ମିତା ମହାକୁଡ଼ଙ୍କ ଜାଲ ଦସ୍ତଖତ ଓ ସିଲ୍ ବ୍ୟବହାର କରି ପୂର୍ବତନ ନାଏବ ସରପଞ୍ଚ ଏକ ଘରୋଇ ଫାଇନାନ୍ସ ସଂସ୍ଥାରୁ ଋଣ ନେବାକୁ ଉଦ୍ୟମ କରୁଥିବା ବାଣିଗୋଛା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ବାଣୀଗୋଛା ସରପଞ୍ଚ । ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ସରପଞ୍ଚ ।

ଅଭିଯୋଗ ଅନୁସାରେ ଦାମୋଦର ନାୟକ ପୂର୍ବରୁ ବାଣିଗୋଛା ପଞ୍ଚାୟତରେ ନାଏବ ସରପଞ୍ଚ ଥିବାବେଳେ ଚତୁରତାର ସହ ସରପଞ୍ଚଙ୍କ ସିଲ୍ ପାଖରେ ରଖୁଥିଲେ । ଗତ ୬ ମାସ ହେବ ଦାମୋଦର ଏହି ସିଲ୍ ଅନୈତିକ କାର୍ଯ୍ୟରେ ବ୍ୟବହାର କରିଆସୁଥିଲେ । ମାତ୍ର ଏକ ଘରୋଇ ସଂସ୍ଥା ଠାରୁ ଲୋନ ନେବାକୁ ଉକ୍ତ ସିଲ୍, ନକଲି ଦସ୍ତଖତ କରି ଫାଇନାନ୍ସ କମ୍ପାନୀରେ ଜମା ଦେଇଥିବା ସରପଞ୍ଚ ସସ୍ମିତା ଜାଣିବାକୁ ପାଇଥିଲେ । ଏନେଇ ସସ୍ମିତା ବାଣିଗୋଛା ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ବାଣିଗୋଛା ଥାନା ଅଧିକାରୀ ଦାମୋଦରଙ୍କୁ ଅଟକ ରଖିଥିଲେ । ପରେ ଏକ ଚୁକ୍ତିନାମା ମାଧ୍ୟମରେ ଆପୋଷ ସମାଧାନ ହୋଇଥିବା ବାଣିଗୋଛା ଥାନା ଅଧିକାରୀ ସଞ୍ଜୟ ମଲ୍ଲିକ ସୂଚନା ଦେଇଛନ୍ତି । ତେବେ ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।

ଇଟିଭି ଭାରତ, ନୟାଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.