ETV Bharat / state

ଖଣି ମାଫିଆଙ୍କ ବିରୋଧରେ ପ୍ରତିବାଦ - ଖଣି ମାଫିଆଙ୍କ ବିରୋଧରେ ପ୍ରତିବାଦ

ପଥର ଖଣି ନିଲାମ ବିରୋଧରେ ଗର୍ଜିଲେ ସ୍ଥାନୀୟ ବାସିନ୍ଦା । ଖଣି ତୁରନ୍ତ ବନ୍ଦ କର ନହେଲେ ଆନ୍ଦୋଳନ ହେଵ ତୀବ୍ର l ଅଧିକ ପଢନ୍ତୁ...

ଖଣି ମାଫିଆଙ୍କ ବିରୋଧରେ ପ୍ରତିବାଦ
ଖଣି ମାଫିଆଙ୍କ ବିରୋଧରେ ପ୍ରତିବାଦ
author img

By

Published : Nov 8, 2021, 7:52 PM IST

ନୟାଗଡ: ଖଣି ମାଫିଆଙ୍କ ବିରୋଧରେ ପ୍ରତିବାଦ । ଏକ ଜନ ଶୋଭାଯାତ୍ରା ପଞ୍ଚୁଦୋଳ ପଡିଆ ସହୀଦ ମଣ୍ଡପ ଠାରୁ ଜଙ୍ଗଲ ଓ ପରିବେଶ ସୁରକ୍ଷା କ୍ରିୟାନୁଷ୍ଠାନ କମିଟି ନେତୃତ୍ୱରେ ବାହାରି ରଣପୁର ବଜ଼ାର ପରିକ୍ରମା କରି ତହସିଲ ସମ୍ମୁଖରେ ବିକ୍ଷୋଭ ପ୍ରର୍ଦଶନ କରିଥିଲା । ରଣପୁର ପ୍ରଶାସନ ଓ ମାଫିଆଙ୍କ ଅସାଧୁ ମେଣ୍ଟକୁ ବକ୍ତାମାନେ ତୀବ୍ର ସମାଲୋଚନା କରି ବେଆଇନ ପଥର ଖଣି ଓ କ୍ରସର ନିଲାମ ବାତିଲ କରିବାକୁ ଦାବି କରିଥିଲେ ।

ଖଣି ମାଫିଆଙ୍କ ବିରୋଧରେ ପ୍ରତିବାଦ

ଜଙ୍ଗଲ ଧ୍ୱଂସକାରୀ ନିଲାମଧାରୀଙ୍କୁ ଦଣ୍ଡଦେବା, ବ୍ଲଷ୍ଟିଂ ତୁରନ୍ତ ବନ୍ଦ କରିବା, ବାହାର ଖଣି ମାଫିଆଙ୍କୁ ପ୍ରବେଶ ନିଷେଧ କରିବା, ଜଙ୍ଗଲ ସୁରକ୍ଷା ଓ ଜୀବଜନ୍ତୁଙ୍କୁ ସୁରକ୍ଷା ଦେବା ସହ ବ୍ଲାଷ୍ଟିଂ ଯୋଗୁଁ ଫାଟିଥିବା ଘର ଏବଂ ଭାଙ୍ଗି ଥିବା ଘରର ତଦନ୍ତ କରି କ୍ଷତିପୂରଣ ଯୋଗାଇ ଦେବାକୁ ଦାବି କରିଥିଲେ। ଆନ୍ଦୋଳନକାରୀମାନେ ରଣପୁର ତହସିଲ ସମ୍ମୁଖରେ ଗଣ ବିକ୍ଷୋଭ କରିବା ସହ ତହସିଲ ଅଫିସିକୁ ଦୀର୍ଘ ସମୟ ପାଇଁ ଘେରାଉ କରିଥିଲେ । ତହସିଲଦାର ଯୁଗଳ କିଶୋର ମିଶ ଆନ୍ଦୋଳନଙ୍କାରୀଙ୍କୁ ବୁଝାଇବା ସହ ୭ ଦଫା ସମ୍ବଳିତ ଦାବିକୁ ଶୁଣି କ୍ରିୟାନୁଷ୍ଠାନ କମିଟି ସହ ଆଲୋଚନା କରିଥିଲେ ।

ଏହାସହ ଡିନାମାଇଟି ବ୍ଲାଷ୍ଟିଙ୍ଗ ବନ୍ଦ ହେବ ବୋଲି ଦୃଢ଼ ପ୍ରତିଶୃତି ଦେଇଥିଲେ । ୭ଦଫା ସମ୍ବଳିତ ଦାବି ଗୁଡିକ ଉପରେ ଜିଲ୍ଲା ଓ ରାଜ୍ୟ ପ୍ରଶାସନ ସହ ପରାମର୍ଶ କରି ଆସନ୍ତା ୭ଦିନ ମଧ୍ୟରେ ସମସ୍ତ ଦାବିକୁ କାର୍ଯ୍ୟ କରିବେ ବୋଲି ଘୋଷଣା କରିବାରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା। ଏହି ବିକ୍ଷୋଭ ସମାବେଶରେ ସୂର୍ଯ୍ୟ ମହାପାତ୍ର,ଗିରିଜା ମହାପାତ୍ରଙ୍କ ସମେତ ବହୁ ମାନ୍ୟଗନ୍ୟ ବ୍ୟକ୍ତି ନେତୃତ୍ୱ ନେଇଥିଲେ । ରଣପୁରର ଛପରି କୋଇଲମା ମୌଜାରେ ତହସିଲଦାର ନିଲାମ ଦେଇଥିବା ୪ଟି ମୁଗୁନି ପଥରଖଣିରେ ଖଣିମାଫିଆଙ୍କ ଆତଙ୍କରାଜ ବିରୋଧରେ ଏ ପ୍ରତିବାଦ କରଯାଇଥିଲା ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.