ETV Bharat / state

ବିଶ୍ୱାସର ଅନ୍ୟ ନାଁ ମା' ମଣିନାଗ, ଦଶହରାରେ ତୋପଧ୍ୱନି ପରେ ଆରମ୍ଭ ହୁଏ ଶୁଭକାର୍ଯ୍ୟ - ମା' ମଣିନାଗ

ଦଶହରାରେ ଚଳଚଞ୍ଚଳ ନୟାଗଡର ମା' ମଣିନାଗ ପୀଠ । ମା'ଙ୍କ ଷୋଡଶ ଉପଚାର ରୀତିନୀତି ପରେ ଆଜି ଉଦଯାପନ ଉତ୍ସବ । ଅଧିକ ପଢନ୍ତୁ...

ବିଶ୍ୱାସର ଅନ୍ୟ ନାଁ ମା' ମଣିନାଗ: ଦଶହରାରେ ଚଳଚଞ୍ଚଳ ମା'ଙ୍କ ପୀଠ

author img

By

Published : Oct 15, 2021, 3:33 PM IST

ନୟାଗଡ: ବିଶ୍ୱାସର ଅନ୍ୟ ନାଁ ମା' ମଣିନାଗ । ନୟାଗଡ଼ ଜିଲ୍ଲା ରଣପୁର ଗଡ଼ଜାତର ଆସ୍ଥା, ବିଶ୍ୱାସର ପ୍ରତୀକ, ଆରାଧ୍ୟ ଦେବୀ ଭାବେ ଖ୍ୟାତ ମା' ମଣିନାଗ ଦୁର୍ଗାଙ୍କ ସବୁଠାରୁ ବଡ଼ ଉତ୍ସବ ଦଶହରା । ଏହା ଷୋହଳ ଦିନ ଧରି ଚାଲିଥାଏ । ଆଶ୍ୱିନ ମାସ ଦ୍ୱିତୀୟା ଓଷା ଠାରୁ ନବମୀ ପର୍ଯ୍ୟନ୍ତ ଏହି ଷୋହଳ ପୂଜା ଚାଲିଥାଏ ।

ବିଶ୍ୱାସର ଅନ୍ୟ ନାଁ ମା' ମଣିନାଗ: ଦଶହରାରେ ଚଳଚଞ୍ଚଳ ମା'ଙ୍କ ପୀଠ

ଦଶହରା ଦିନ ଅର୍ଥାତ ଆଜି ଉଦଯାପିତ ହୋଇଥାଏ ମା'ଙ୍କ ପୂଜା । ଆଜିର ଦିନରେ ସାତ ଥର ତୋପଧ୍ୱନି ଦିଆଯିବାର ପ୍ରଥା ରହିଛି । ଏହାକୁ ଶୁଣିବା ପରେ ଲୋକେ ଶୁଭ କାର୍ଯ୍ୟ ଆରମ୍ଭ କରିଥାନ୍ତି । ଦଶହରା ଆସିଲେ ତତ୍କାଳୀନ ରାଜା ଏବଂ ପ୍ରଜାଙ୍କ ମଧ୍ୟରେ ଉତ୍ସାହ ଖେଳିଯାଏ କାରଣ ମା'ଙ୍କ ଦର୍ଶନ ସହ ସ୍ୱତନ୍ତ୍ର ରୀତିନୀତି ଅନୁଯାୟୀ ପୂଜା କରାଯାଇଥାଏ । ମା' ରଣପୁର ରାଜ୍ୟର ପଞ୍ଚୁଦୋଳ ପଡ଼ିଆକୁ ଯାଇଥାନ୍ତି । ଏହି ପଞ୍ଚୁଦୋଳ ପଡ଼ିଆକୁ ରଣପୁର ଗଡ଼ଜାତର 108 ଦୋଳ ବିଭିନ୍ନ ଗ୍ରାମରୁ ଆସିଥାନ୍ତି । ଏହି ସମୟରେ ପ୍ରବଳ ଜନସମାଗମ ହୋଇଥାଏ ।

ପର୍ବତମାଳାର ଶିଖର ଦେଶରେ ସମୁଦ୍ର ପତ୍ତନର ୧୮୯୩ ଫୁଟ ଉଚ୍ଚରେ ଅବସ୍ଥିତ ନୟାଗଡ଼ ଜିଲ୍ଲା ରଣପୁରର ପ୍ରସିଦ୍ଧ ମା’ ମଣିନାଗ ପୀଠ । ଏହାର ଅନ୍ୟ ଦୁଇଟି ଉଚ୍ଚଶୃଙ୍ଗ ‘ଟଗମରା’ ଓ ‘ଜରଜରି’ ସମୁଦ୍ର ପତ୍ତନ ଠାରୁ ଯଥାକ୍ରମେ ୨୦୪୯ ଫୁଟ ଓ ୨୦୭୮ ଫୁଟ ଉଚ୍ଚରେ ଅବସ୍ଥିତ । ସକାଳର ଥଣ୍ଡା ଥଣ୍ଡା ପବନ ଆଉ ଅପରାହ୍ନରେ ପାହାଡ଼ ଉହାଡ଼ରୁ ସୂର୍ଯ୍ୟଦେବଙ୍କ ରକ୍ତିମ ଆଭା ପର୍ଯ୍ୟଟକଙ୍କୁ ମନ୍ତମୁଗ୍ଧ କରୁଛି । ବର୍ଷ ତମାମ ଏଠାକୁ ଭକ୍ତଙ୍କ ଆଗମନ ହୋଇଥାଏ । ପାହାଡ଼ ଉପରେ ଏକ ଛୋଟ ମନ୍ଦିରରେ ପୂଜା ପାଉଛନ୍ତି ଆରାଧ୍ୟ୍ୟ ଦେବୀ ମା’ ମଣିନାଗ । ତେବେ ପୂର୍ବରୁ ଏହି ଦେବୀଙ୍କ ପୀଠରେ ମାଘ ମାସରେ ନରବଳି ପ୍ରଥା ପ୍ରଚଳିତ ଥିଲା । ୧୯୩୯ ମସିହା ଠାରୁ ଏହି ପ୍ରଥା ବନ୍ଦ ରହିଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.