ETV Bharat / state

ଯାନ୍ତ୍ରୀକ ତୃଟି ଯୋଗୁଁ ଜଳଯୋଗାଣ ଠପ, 3 ଦିନ ଶୋଷରେ ଗାଁ ଲୋକେ - ବୁଗୁଡାରେ ପାନୀୟ ଜଳ ସମସ୍ୟା

ଯାନ୍ତ୍ରୀକ ତୃଟି ଯୋଗୁଁ ଜଳଯୋଗାଣ ଠପ । ପାନୀୟ ଜଳ ମୁନ୍ଦାଏ ପାଇଁ ଡହଳ ବିକଳ ହେଉଛନ୍ତି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଟାକରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ବୁଗୁଡା ଗ୍ରାମବାସୀ । ଅଧିକ ପଢନ୍ତୁ

ଯାନ୍ତ୍ରୀକ ତୃଟି ଯୋଗୁଁ ଜଳଯୋଗାଣ ଠପ, ଅସୁବିଧାରେ ଲୋକେ

author img

By

Published : Mar 3, 2022, 12:51 PM IST

ନୟାଗଡ଼: ଯାନ୍ତ୍ରୀକ ତୃଟି ଯୋଗୁଁ ଜଳଯୋଗାଣ ଠପ । ପାନୀୟ ଜଳ ମୁନ୍ଦାଏ ପାଇଁ ଡହଳ ବିକଳ ହେଉଛନ୍ତି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଟାକରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ବୁଗୁଡା ଗ୍ରାମବାସୀ । ଏନେଇ ଗ୍ରାମବାସୀ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି ।

ଯାନ୍ତ୍ରୀକ ତୃଟି ଯୋଗୁଁ ଜଳଯୋଗାଣ ଠପ, ଅସୁବିଧାରେ ଲୋକେ

ବୁଗୁଡା ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ବସୁଧା ଯୋଜନାରେ ଏକ ଉଚ୍ଚ କ୍ଷମତା ସଂପର୍ଣ୍ଣ ପାଣିଟାଙ୍କି ସ୍ଥାପନ କରି ପ୍ରତି ପରିବାରକୁ ପାନୀୟଜଳ ଯୋଗାଣ ବ୍ୟବସ୍ଥା କରିବାକୁ ବାରମ୍ବାର ଦାବି କରୁଥିଲେ ସୁଦ୍ଧା, ବିଭାଗୀୟ ଅଧିକାରୀ ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି । ଅତୀତରେ ବୁଗୁଡା ଅଙ୍ଗନବାଡି କେନ୍ଦ୍ର ନିକଟରେ ଏକ ଉଚ୍ଚ କ୍ଷମତା ସଂପର୍ଣ୍ଣ ପାଣିଟାଙ୍କି ନିର୍ମାଣ ପାଇଁ ସ୍ଥାନ ନିରୁପଣ କରି କାର୍ଯ୍ୟ ଆରମ୍ଭ କରାଯାଇଥିଲେ ମଧ୍ୟ, ବିଭାଗୀୟ ଉଦାସୀନତା ଯୋଗୁଁ ତାହା ଅଦ୍ୟାବଧି ନିର୍ମାଣ ହୋଇପାରିନାହିଁ ।

ବୁଗୁଡା ପାନୀୟ ଜଳ ପ୍ରକଳ୍ପଟି ମାସର ଅଧିକାଂଶ ସମୟ ବିଭିନ୍ନ କାରଣରୁ ବନ୍ଦ ରହୁଥିବାରୁ ପାନୀୟ ଜଳଯୋଗାଣ ବାଧାପ୍ରାପ୍ତ ହେଉଛି । ଯାହାକୁ ନେଇ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ବୁଗୁଡା ଗ୍ରାମ ସମେତ ବୁଗୁଡା କଲୋନୀ, ବାଲିସାହିର ପ୍ରାୟ ୨୦୦ ପରିବାର ଏହା ଉପରେ ନିର୍ଭର କରୁଥିବା ବେଳେ ଗତ କିଛି ଦିନ ହେବ ସଂପୃକ୍ତ ଗ୍ରାମର ଜନସାଧାରଣ ମୁନ୍ଦାଏ ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଛନ୍ତି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.