ETV Bharat / state

ଶ୍ରାବଣର ତୃତୀୟ ସୋମବାର: ଲଡୁବାବାଙ୍କୁ ଜଳଲାଗି କଲେ ଶତାଧିକ ଶ୍ରଦ୍ଧାଳୁ

author img

By

Published : Aug 5, 2019, 10:55 AM IST

ପବିତ୍ର ଶ୍ରାବଣ ମାସର ଆଜି ତୃତୀୟ ସୋମବାର । କାହିଁ କେତେ ଦୂରରୁ ଆସି ମହାଦେବଙ୍କୁ କାଉଡିଆମାନେ ଜଳାଭିଷେକ କରିଛନ୍ତି । ଏନେଇ ନୟାଗଡ ଲଡୁବାବାଙ୍କ ନିକଟରେ ଜଳଲାଗିରେ ଶହଶହ କାଉଡିଆଙ୍କ ଭିଡ ଦେଖିବାକୁ ମିଳିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ନୟାଗଡ଼

ନୟାଗଡ଼: ଆଜି ଶ୍ରାବଣର ତୃତୀୟ ସୋମବାର । ନୟାଗଡ଼ ଲଡୁବାବାଙ୍କ ନିକଟରେ ଦେଖିବାକୁ ମିଳିଛି ପ୍ରବଳ ଗହଳି । ଜିଲ୍ଲା ତଥା ଜିଲ୍ଲା ବାହାରୁ ଶତାଧିକ ଭକ୍ତମାନେ ଏଠାରେ କରିଛନ୍ତି ଜଳଲାଗି । ଓଡ଼ିଶା ପ୍ରାଚୀନ ସଂସ୍କୃତି, ପରମ୍ପରା ଭିତରେ ନୟାଗଡ଼ ଜିଲ୍ଲାର ସରଣକୁଳ ଲଡୁବାବାଙ୍କ ମହିମା ସେତିକି ପୁରୁଣା ଓ ଜନାଦୃତ ।

କିମ୍ବଦନ୍ତୀ କହେ, ପ୍ରଥମେ ନକୁଳ ସମ୍ପ୍ରଦାୟର ଲୋକେ ନକୁଳେଶଙ୍କୁ ପୂଜା କରୁଥିଲେ । ଲଡୁ ଗଉଡର ଗାଈ ସବୁଦିନ ନକୁଳେଶଙ୍କ ନିକଟରେ କ୍ଷୀର ଦେଇଯାଉଥିଲା । ଏହା ଜାଣିବା ପରେ ଲଡୁ ଗଉଡ ଗାଈ ଉପରେ ରାଗି ଯାଇ ଏକ କେନ୍ଦୁ ବାଡି ପ୍ରହାର ଆରମ୍ଭ କରିଥିଲା । ଏଥିରେ ଗାଈ ଚମକି ପଡ଼ି ସେଠାରୁ ଅନ୍ତର୍ଦ୍ଧାନ ହୋଇଯାଇଥିଲେ । ତେବେ ଏହି ସମୟରେ ଗାଈର ଖୁରା ସେହି ପଥର ଉପରେ ପଡି ଖଣ୍ଡିଆ ହୋଇଥିଲା ଓ ପଥର ଦେହରୁ ରକ୍ତ ସ୍ରାବ ହୋଇଥିଲା । ଘଟଣା ବିଷୟରେ ରାଜାଙ୍କୁ ସ୍ବପ୍ନ ଦେଶା ମିଳେ, ଲଡୁ ଗାଈ ବିଷୟରେ । ଏହା ପରେ ଲଡୁ ଗଉଡ ସମସ୍ତ ଘଟଣା ରାଜା ଆଗରେ ପ୍ରକାଶ କରିବା ପରେ ସେହି ସ୍ଥାନରେ ଏକ ମନ୍ଦିର ନିର୍ମାଣ ହୋଇଥିଲା ।
ଆଉ ଏହା ପରେ ନକୁଳେଶ ଠାକୁର ଲଡୁବାବା ହୋଇ ଜଗତ ବିଖ୍ୟାତ ହେଲେ ।

ଭିଡ଼ିଓ ସୌଜନ୍ୟ: ପ୍ରତିନିଧି, ନୟାଗଡ଼

ତେବେ ବିଶ୍ବାସ ରହିଛି ଏଠାରେ ମାନସିକ ରଖିଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ତେଣୁ ପ୍ରତି ବର୍ଷ ଶହଶହ ଶ୍ରଦ୍ଧାଳୁ ଏଠାକୁ ଆସି ବାବାଙ୍କ ଉପରେ ଜଳାଭିଷେକ କରିଥାନ୍ତି । ରାଜ୍ୟର ଅନ୍ୟ ଶୈବ ପୀଠମାନଙ୍କ ମଧ୍ୟରେ ଏହି ପୀଠର ସ୍ବତନ୍ତ୍ର ସ୍ଥାନ ରହିଛି ।

ନୟାଗଡରୁ ଉତ୍ପଳ ସାହୁ, ଇଟିଭି ଭାରତ

Intro:ନୟାଗଡ଼,, ଶ୍ରାବଣ ମାସ ର ତୃତୀୟ ସୋମବାର ରେ ଲଡୁବାବାଙ୍କ ପାଖରେ ପ୍ରବଳ ଗହଳି ଦେଖିବାକୁ ମିଳିଛି । ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଭକ୍ତ ମାନେ ମାନସିକ ରଖି ଜଳଭାର ଆଣି ପାଣି ଢାଳିଛନ୍ତି ।

Body:ଓଡ଼ିଶାର ପ୍ରାଚୀନ ସଂସ୍କୃତି, ପରମ୍ପରା ଭିତରେ ନୟାଗଡ଼ ଜିଲ୍ଲା ର ସରଣକୁଳ ଲଡୁବାବା ଙ୍କ ମହିମା ଯେତିକି ପୂରାତନ, ସେତିକି ଜନାଦୃତ । କିମ୍ବଦନ୍ତୀ ଅନୁସାରେ, ପ୍ରଥମେ ଲଙ୍ଗଳା ସମ୍ପ୍ରଦାୟ ର ଲୋକମାନେ ନକୁଳେଶ ମହେଶ ନାମରେ ପୂଜା କରୁଥିଲେ । ଭଣ୍ଡାର ପାହାଡ଼ ର ଘଞ୍ଚ କଣ୍ଟା ଭିତରେ ଲୁଚିକି ଥିଲେ । ଲଡୁ ଗଉଡ଼ ର ଗାଈ ସବୁଦିନ ଲୁଚିକି ଆସି କ୍ଷୀର ଦେଇ ଯାଏ । ଏକଦା ଦିନେ, ଲଡୁ ଗଉଡ଼ ଗାଈର ଏମନ୍ତ ଦୃଶ୍ୟ ଦେଖି, ରାଗରେ ଏକ କେନ୍ଦୁ ବାଡ଼ି ରେ ଗାଈକୁ ପିଟିଥିଲା । ଗାଈ ଚମକି ପଡିବା ସହ ସେହି ସ୍ଥାନ ରୁ ଅନ୍ତର୍ଧ୍ୟାନ ହୋଇଗଲା । ତେବେ ଏହି ସମୟରେ ଗାଈର ଖୁରା ସେହି ପଥର ଉପରେ ପଡି ଖଣ୍ଡିଆ ହୋଇଥିଲା ଓ ପଥର ଦେହରୁ ରକ୍ତ ସ୍ରାବ ହୋଇଥିଲା । ରାଜାକୁ ସ୍ୱପ୍ନା ଦେଶ ହୋଇଥିଲା । ଲଡୁ ଗଉଡ଼ ସମସ୍ତ ଘଟଣା ରାଜାଙ୍କ ଆଗରେ ପ୍ରକାଶ କରିଥିଲେ । ପରେ ନୟାଗଡ଼ ରାଜା ଓ ରଣପୁର ରାଜା ସେହି ସ୍ଥାନରେ ମନ୍ଦିର ତୋଳେଇ ଥିଲେ । ଲଡୁ ଗଉଡ଼ ଅନୁସାରେ ଲଡୁବାବ ହୋଇ ଜଗତ ବିଖ୍ୟାତ ହେଲେ । ବିଶ୍ୱାସ, ରହିଛି ଲଡୁବାବାଙ୍କ ପାଖରେ ମାନସିକ ରଖିଲେ, ମନସ୍କାମନା ପୂର୍ଣ ହୋଇଥାଏ । ସେଥିପାଇଁ ହଜାର ହଜାର ଭକ୍ତ ରାଜ୍ୟର କୋଣ ଅନୁକୋଣ ରୁ ଆସିଥାନ୍ତି । ଶ୍ରବଣ ମାସ, ଜାଗର ଯାତ୍ରା, ଚନ୍ଦନ ଯାତ୍ରା, ସିତଲଷଷ୍ଠୀ, ପ୍ରମୁଖ ପୂଜା ନୀତି ଅନୁସାରେ ହକିଥାଏ । ସେହି ସମୟରେ ହଜାର ହଜାର ଭକ୍ତ ସମାଗମ ହୋଇଥାନ୍ତି ।

Conclusion:ରାଜ୍ୟ ର ଅନ୍ୟ ଶୈବ ପୀଠ ମାନଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ଲଡୁବାବାଙ୍କର ରହିଛି । ଭକ୍ତି ଓ ବିଶ୍ୱାସ କୁ ଆଧାର କରି ବହୁ ସଂଖ୍ୟାରେ ଭକମାନେ ଏହି ପିଠାକୁ ଆସିଥାନ୍ତି । ଏପରିକି ତଂଟି କାଟି, ଜିଭ କାଟି ଗୁହାରିଆ ପଡିଥିବା ଭକ୍ତ ମାନଙ୍କର ମଧ୍ୟ କୀଚଜି ଅଘଟଣ ଘଟିଥିବା କେବେ ଘଟି ନାହିଁ ବରଂ ସେହି ସ୍ଥାନରେ ନୂତନ ଜିଭ ସୃଷ୍ଟି ହେବା ସହ ତଂଟି କଟା ବିନା ଔଷଧର ଭଲ ହୋଇଯିବାର ନଜର ଆସିଛି । ସେହି ବିଶ୍ୱାସ ରେ ହଜାର ହଜାର ଭକ୍ତ ଶ୍ରବଣ ମାସରେ ପାଣି ଭର ଧରି ଆସିଥାନ୍ତି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.