ETV Bharat / state

ବୃଦ୍ଧାଶ୍ରମରେ ବୟସ୍କଙ୍କ ସୁଖଦୁଃଖ ବୁଝିଲେ ସଞ୍ଜୟ ଦାସବର୍ମା

ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ନୟାଗଡ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ଏହି ସମୟରେ ସେ ବୃଦ୍ଧାଶ୍ରମ ଅଚାନକ ପହଞ୍ଚି ସମସ୍ତଙ୍କ ଦୁଃଖସୁଖ ବୁଝିଥିଲେ । ଅଧିକ ପଢନ୍ତୁ...

ବୃଦ୍ଧାଶ୍ରମରେ ବୟସ୍କଙ୍କ ସୁଖଦୁଃଖ ବୁଝିଲେ ସଞ୍ଜୟ ଦାସବର୍ମା
ବୃଦ୍ଧାଶ୍ରମରେ ବୟସ୍କଙ୍କ ସୁଖଦୁଃଖ ବୁଝିଲେ ସଞ୍ଜୟ ଦାସବର୍ମା
author img

By

Published : Jan 13, 2021, 8:35 AM IST

ନୟାଗଡ: ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ନୟାଗଡ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ସମୀକ୍ଷା ବୈଠକ ସହ ନୟାଗଡ ଉପକଣ୍ଠରେ ଥିବା ବୃଦ୍ଧାଶ୍ରମରେ ଅଚାନକ ପହଞ୍ଚି ବୟସ୍କଙ୍କ ସୁଖ, ଦୁଃଖ ବୁଝିବା ସହିତ ଅନ୍ତେବାସୀଙ୍କ ଭଲମନ୍ଦ ପଚାରି ବୁଝିଥିଲେ ।

ନୟାଗଡର ଶାନ୍ତି ଚାରିଟେବୁଲ ଟ୍ରଷ୍ଟ, ରୋଟାରୀ କ୍ଲବ ଓ ରେଡକ୍ରସ ସୋସାଇଟି ଦ୍ବାରା ପରିଚାଳିତ ହେଉଥିବା ଏହି ବୃଦ୍ଧାଶ୍ରମରେ ଅନ୍ତେବାସୀମାନେ କିପରି ସମୟ ବିତାଉଛନ୍ତି, ସେମାନଙ୍କ ସୁରକ୍ଷା ପାଇଁ କି ବ୍ୟବସ୍ଥା କରାଯାଇଛି ତାହା ପଚାରି ବୁଝିଥିଲେ । ନୟାଗଡ ବିଧାୟକ ତଥା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ଶସକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ଉପସ୍ଥିତ ରହି ବୃଦ୍ଧାଶ୍ରମର ସମସ୍ତ ଗୃହ, କାର୍ଯ୍ୟରତ ଥିବା ପ୍ଲେ ସ୍କୁଲ ସମ୍ବନ୍ଧରେ ଆଲୋଚନା କରିଥିବାବେଳେ ପରିଚାଳନା କର୍ତ୍ତୃପକ୍ଷ ମଧ୍ୟ ଉପସ୍ଥିତ ରହିଥିଲେ ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.