ETV Bharat / state

ବ୍ରିଟିଶ ଅମଳର ଫାଣ୍ଡିକୁ ଥାନା ମାନ୍ୟତା ଦାବି

ନୟାଗଡ଼ ଜିଲ୍ଲାର ରାଜସୁନାଖଳା ଫାଣ୍ଡିକୁ ଥାନା ମାନ୍ୟତା ଦାବି । ପୂର୍ବରୁ ବିଧାନସଭା ଅଧିବେଶରେ ଏହି ଦାବି ଉଠିଥିବାବେଳେ ଏଯାଏଁ ମିଳିନି ଥାନାର ମାନ୍ୟତା । ଅଧିକ ପଢନ୍ତୁ...

ବ୍ରିଟିଶ ଅମଳର ଫାଣ୍ଡିକୁ ଥାନା ମାନ୍ୟତା ଦାବି
ବ୍ରିଟିଶ ଅମଳର ଫାଣ୍ଡିକୁ ଥାନା ମାନ୍ୟତା ଦାବି
author img

By

Published : Oct 20, 2021, 1:04 PM IST

ନୟାଗଡ଼: ଜିଲ୍ଲା ରଣପୁର ଥାନା ଅଧୀନ ରାଜସୁନାଖଳା ଫାଣ୍ଡିକୁ ଥାନାର ମାନ୍ୟତା ଦେବା ପାଇଁ ଦୀର୍ଘ ବର୍ଷ ହେବ ଦାବି ହୋଇଆସୁଛି l ବ୍ରିଟିଶ ଅମଳରେ ସ୍ଥାପନ ହୋଇଥିଲା ଏହି ଫାଣ୍ଡି l ଏହି ଫାଣ୍ଡି ଅଧିନରେ 8ଟି ପଞ୍ଚାୟତର ପ୍ରାୟ 50 ହଜାରରୁ ଅଧିକ ଲୋକେ ନିର୍ଭର କରନ୍ତି । କ୍ରାଇମ ରେକର୍ଡ ଦୃଷ୍ଟିରୁ ମଧ୍ୟ ଏ ଫାଣ୍ଡି ବେଶ୍ ଗୁରୁତ୍ବ ବହନ କରେ । ତେଣୁ ଏପରି ଏକ ଆଦର୍ଶ ଫାଣ୍ଡିକୁ ଥାନାର ମାନ୍ୟତା ଦେବା ପାଇଁ ସ୍ଥାନୀୟ ଲୋକେ ଦାବି କରିଆସୁଛନ୍ତି l

ବ୍ରିଟିଶ ଅମଳର ଫାଣ୍ଡିକୁ ଥାନାର ମାନ୍ୟତା ପାଇଁ ଜୋର ଧରିଲା ଦାବି

ଏପରିକି ଗତ ବିଧାନସଭା ଅଧିବେଶନ ବେଳେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ରାଜସୁନାଖଳା ଫାଣ୍ଡିକୁ ଥାନାର ମାନ୍ୟତା ଦେବା ସମ୍ପର୍କରେ ପ୍ରଶ୍ନ ଉଠାଇଥିଲେ l ଏହି ଫାଣ୍ଡି ଅଧୀନରେ ଖୋର୍ଦ୍ଧା-ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥ ଅନ୍ତର୍ଭୁକ୍ତ । ଅପରାଧିକ ରେକର୍ଡ ଦୃଷ୍ଟିରୁ ମଧ୍ୟ ବେଶ୍ ଗୁରୁତ୍ୱ ବହନ କରେ ଏହି ଫାଣ୍ଡି l

ବର୍ତ୍ତମାନ ଫାଣ୍ଡିରେ ଖୁବ କମ ସଂଖ୍ୟାକ ଷ୍ଟାଫ ଥିବାରୁ ଶାନ୍ତିଶୃଙ୍ଖଳା ବ୍ୟାହତ ହେଉଛି l ତେଣୁ ଏ ସବୁକୁ ଦୃଷ୍ଟିରେ ରଖି ସରକାର ରାଜସୁନାଖଳା ଫାଣ୍ଡିକୁ ଥାନାର ମାନ୍ୟତା ଦେବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.