ନୟାଗଡ: ଜିଲ୍ଲାପାଳଙ୍କୁ ଭେଟିଲା ନୟାଗଡ଼ କୋଭିଡ-19 ପାରାମେଡିକାଲ କର୍ମଚାରୀ ସଂଘ l କୋଭିଡ୍ ମହାମାରୀ ସମୟରେ ପାରାମେଡିକାଲ କର୍ମଚାରୀମାନେ ଜୀବନକୁ ବାଜି ଲଗାଇ ଦିନରାତି ଏକ କରି କାମ କରୁଥିଲେ l କୋରୋନା ରୋଗୀଙ୍କୁ ସେବା ପ୍ରଦାନ କରିଥିଲେ । ମାତ୍ର ପରବର୍ତ୍ତୀ ସମୟରେ ସରକାର ସେମାନଙ୍କୁ ଛଟେଇ କରିଛନ୍ତି l
ବର୍ତ୍ତମାନ କୋରୋନାର ଦ୍ୱିତୀୟ ଲହରୀ ଚାଲିଛି l ଏଥିପାଇଁ ଅନେକ ଜିଲ୍ଲାରେ କୋଭିଡ଼ କେୟାର ସେଣ୍ଟରରେ ପାରାମେଡିକାଲ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦିଆଯାଇଛି l ମାତ୍ର ନୟାଗଡ଼ରେ ହାତବାନ୍ଧି ବସିଥିବା ପାରାମେଡ଼ିକାଲ କର୍ମଚାରୀଙ୍କୁ ନିଯୁକ୍ତି ନ ଦେଇ ଆଉଟ ଷୋର୍ସିଂ ମାଧ୍ୟମରେ ନିଯୁକ୍ତି ଦିଆଯିବାକୁ ବିରୋଧ କରାଯାଇଛି l ଜିଲ୍ଲାପାଳ ଏହାକୁ ବିଚାରକୁ ନେବେ ବୋଲି ପ୍ରତିଶୃତି ଦେଇଥିବା ପାରାମେଡିକାଲ କର୍ମଚାରୀମାନେ କହିଛନ୍ତି l
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ